ଅଗଷ୍ଟ ୧୫ରୁ ସରକାରୀ କାର୍ଯ୍ୟରେ କଡାକଡି ହେବ ଓଡିଆ ଭାଷା, ଜାରିହେଲା ବିଜ୍ଞପ୍ତି

Published By : Prameya-News7 Bureau | August 14, 2019 IST

ଭୁବନେଶ୍ୱର ୧୪।୮: ସାରା ରାଜ୍ୟରେ ଅଗଷ୍ଟ ୧୫ ତାରିଖରୁ ସରକାରୀ କାର୍ଯ୍ୟରେ ଓଡିଆ ଭାଷାକୁ କଡା କଡି କରାଯାଇଛି। ଏ ନେଇ ବୁଧବାର ସାଧାରଣ ପ୍ରଶାସନ ବିଭାଗ ଓଡିଶା ଅଫିସିଆଲ ଲାଙ୍ଗୁଏଜ୍ ଆମେଡମେଣ୍ଟ ରୁଲସ୍ ୨୦୧୯ କାର୍ଯ୍ୟକାରୀ କରିଥିବା ନେଇ ବିଜ୍ଞପ୍ତି ଜାରି କରିଛନ୍ତି। ଫଳରେ ରାଜ୍ୟ ଭିତରେ ସମସ୍ତ ସରକାରୀ କାର୍ଯ୍ୟ ଓଡିଆ ଭାଷାରେ କରିବା ବାଧ୍ୟତାମୂଳକ ହୋଇଛି।

{"id":144409,"align":"center"}

ଓଡିଶା ସରକାରୀ ଭାଷା ଆଇନ ୧୯୫୪ର ଧାରା ୧୪ରେ ରାଜ୍ୟକୁ ପ୍ରଦତ୍ତ କ୍ଷମତା ପ୍ରକାରେ ଓଡିଶା ସରକାରୀ ଭାଷା ଆଇନ ୨୦୧୬ରେ ଏହି ସଂଶୋଧନ ହୋଇଛି। ସଂଶୋଧିତ ଆଇନ ୨୦୧୯ର ୫(ଏ)ରେ କରାଯାଇଥିବା ସଂଶୋଧନରେ ସରକାରୀ କାର୍ଯ୍ୟରେ ଓଡିଆ ଭାଷାର ବହୁଳ ପ୍ରଚଳନ ନିମନ୍ତେ ସମସ୍ତ ଅଧିକାରୀ ଓ ପ୍ରଶାସକଙ୍କୁ କ୍ଷମତା ପ୍ରଦାନ କରାଯାଇଛି। ଏଥିପାଇଁ କର୍ମଚାରୀ, ଅଧିକାରୀ ଓ ପ୍ରଶାସକୀୟ ବିଭାଗକୁ ପୁରସ୍କୃତ କରାଯିବାରବି ପ୍ରାବଧାନ ରହିଛି।

{"id":144410}

ଏହାର ବିପରୀତରେ ସରକାରୀ ଭାଷା ଭାବେ ଓଡିଆ ଭାଷାକୁ କାର୍ଯ୍ୟକାରୀ କରିବାରେ ଅନିଛା ପ୍ରକାଶ କ୍ଷେତ୍ରରେ ସମ୍ପୃକ୍ତ ଅଧିକାରୀ, କର୍ମଚାରୀଙ୍କ ବିରୋଧରେ ଓଡିଶା ସିଭିଲ ସର୍ଭିସ ରୁଲସ ୧୯୬୨ ପ୍ରକାରେ ଦଣ୍ଡ ବିଧାନର ମଧ୍ୟ ପ୍ରାବଧାନ ରହିଛି। ଯଦି ଏକ୍ଷେତ୍ରରେ  ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ସର୍ବଭାରତୀୟ ସେବା ଅଧିକାରୀ ଦୋଷୀ ପ୍ରମାଣିତ ହୁଅନ୍ତି ତେବେ ସେକ୍ଷେତ୍ରରେ ସେଣ୍ଟ୍ରାଲ ସିଭିଲ ସର୍ଭିସ ବ୍ୟବସ୍ଥା ପ୍ରକାରେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଚେତାଇ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.