ପାଟଣା: ବ୍ୟାପକ ଅବ୍ୟବସ୍ଥା ମଧ୍ୟରେ ପାଳନ ହେଲା ଓଡ଼ିଶା ପୁଷ୍ଟି ମହୋତ୍ସବ

Published By : Prameya-News7 Bureau | January 28, 2021 IST


ପାଟଣା ୨୮/୦୧: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଟାଙ୍ଗରପଡା ପଞ୍ଚାୟତ ଅଙ୍କୁରା ଗ୍ରାମରେ ଗୁରୁବାର ସ୍ୱେଚ୍ଛାସେବୀ ସଙ୍ଗଠନ "ପ୍ରଦାନ" ପକ୍ଷରୁ ବ୍ୟାପକ ଅବ୍ୟବସ୍ଥା ମଧ୍ୟରେ ଓଡିଶା ପୁଷ୍ଟି ମହୋତ୍ସବ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଉଛି କିପରି ଅପପୁଷ୍ଟି ଦୂର ହେବ । ଜନ୍ମରୁ ୫ ବର୍ଷ ତଥା ୧୫ ବର୍ଷ ପର୍ଯ୍ୟନ୍ତ କିଶୋର ଓ କିଶୋରୀମାନେ କିପରି ପୁଷ୍ଟିକର ଖାଦ୍ୟ ଖାଇଲେ ଉତ୍ତମ ସ୍ୱାସ୍ଥ୍ୟ ହେବ ଏନେଇ ସଚେତନ କରାଇବା।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ରାଜ୍ୟ ରାଜକୋଷରୁ ଅର୍ଥ ଖର୍ଚ୍ଚ ହେଉଥିଲେ ହେଁ ବିଭାଗୀୟ ଅଧିକାରୀ ଓ ସ୍ବେଛାସେବୀ ସଙ୍ଗଠନର ମଧୁଚନ୍ଦ୍ରିକାରେ ଅନେକ ଶିଶୁ ଆଜି ବି ଅପପୁଷ୍ଟିରେ ଶିକାର ହେଉଥିବା ଅଭିଯୋଗ ହୋଇଛି।

ପାଟଣା ବ୍ଲକ ନିର୍ବାହୀ ଅଧିକାରୀ ମନରଞ୍ଜନ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପାଟଣା ବିଧାୟକ ଜଗନ୍ନାଥ ନାଏକ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ପାଟଣା ବ୍ଲକ ଅଧ୍ୟକ୍ଷ ବିଶ୍ଵନାଥ ନାଏକ, ଟାଙ୍ଗରପଡା ସରପଞ୍ଚ ରଞ୍ଜୁଲତା ନାଏକ,କେନ୍ଦେଇପଶି ସରପଞ୍ଚ ନିତ୍ୟାନନ୍ଦ ମହାପାତ୍ର, ସମିତିସଭ୍ୟ ବ୍ରହ୍ମାନନ୍ଦ ବେହେରା, ମିତ୍ରଭାନୁ ମହାନ୍ତ,"ପ୍ରଦାନ" ର ପଞ୍ଚାୟତ ଦକ୍ଷତା ସଂଯୋଜକ ଖିଲାନା ନାଏକ,ମନରୋମା ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ।

ଏହା ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ପୁଷ୍ଟିକର ଫଳମୂଳ ସଜିତ ଷ୍ଟଲ ଦେଇଥିବା ବେଳେ ଉକ୍ତ ଷ୍ଟଲରେ ପଚାଶଢା ଫଳ ମୂଳ ଥିବା ଅଭିଯୋଗ ହୋଇଛି । ବିଭାଗୀୟ ଅଧିକାରୀ ଓ ସ୍ୱଛାସେବୀ ସଙ୍ଗଠନର ସଲାସୁତୁରାରେ କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଭୁଲି କେବଳ ଫଟୋ ଓ କାଗଜ ପତ୍ରରେ ଅପପୁଷ୍ଟି ମହୋତ୍ସବ ପାଳନ ହେଉଥିବା ଅଭିଯୋଗ ହୋଇଛି । ଏଥି ପ୍ରତି ଜିଲ୍ଳାପାଳ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.