ଦରମା ବୃଦ୍ଧି ଦାବିରେ ୯ ଦିନ ଧରି ଓଡ଼ିଶା ଏନଏଚଏମ-ଏଏନଏମ ସଂଘ ଧାରଣା

Published By : Prameya-News7 Bureau | December 04, 2018 IST

ଭୁବନେଶ୍ବର ୦୪|୧୨: ଦରମା ବୃଦ୍ଧି ଦାବିରେ ୯ ଦିନ ଧରି ଧାରଣା ଦେଇଛି ଓଡ଼ିଶା ଏନଏଚଏମ-ଏଏନଏମ ସଂଘ । ୬ ବର୍ଷରେ ସ୍ଥାୟୀ ନିଯୁକ୍ତି ନେଇ ସରକାର ପ୍ରତିଶ୍ରୁତି ଦେଇଥିଲେ ବି ତାହା ପାଳନ କରାଯାଇ ନ ଥିବା ସଂଘ ଅଭିଯୋଗ କରିଛି । ଏ ନେଇ ସ୍ବାସ୍ଥ୍ୟ ବିଭାଗର ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଅନୁରୋଧ କରାଯାଇଥିଲେ ବି କେହି ଶୁଣୁ ନ ଥିବା ସଂଘ କହିଛି । ସରକାରଙ୍କ ଏଭଳି ନୀତି ଯୋଗୁଁ ୧ଶହ ଏଏନଏମ କର୍ମଚାରୀ ଖୁବ୍ କମ୍ ଦରମାରେ କାମ କରୁଥିବା ଅଭିଯୋଗ ହୋଇଛି । ତୁରନ୍ତ ପଦକ୍ଷେପ ନିଆ ନଗଲେ ସେମାନେ ଭୋଟ୍ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.