ଅଡୁଆରେ ମନ୍ତ୍ରୀ ପଦ୍ମନାଭ ବେହେରା, ଜୋତା ବିବାଦ ଥମିନି, ବୟସ ଜାଲିଆତି ପାଇଁ ହେବ ଏତଲା

Published By : Prameya-News7 Bureau | January 28, 2020 IST

କଟକ ୨୮/୦୧ – ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ବେଳା ଏବେ ଭଲ ଚାଲିନି । କେନ୍ଦୁଝରରେ ଜାତୀୟ ପତାକା ଉତ୍ତୋଳନ ଉତ୍ସବରେ ଜଣେ ବ୍ୟକ୍ତି ମନ୍ତ୍ରୀଙ୍କ ଜୋତା ଧରି ଯିବା ଘଟଣା ନେଇ ଥମିନି ତମ୍ବିତୋଫାନ । ବିରୋଧି ଜୋରଦାର ନିଶାନା ଯୋଖିଛନ୍ତି ।  ଏପଟେ ହାଇକୋର୍ଟ ଦେଲେ ଝଟକା । ବୟସ ଜାଲିଆତି ମାମାଲାରେ ବୀରମାହାରାଜପୁର ବିଧାୟକ ତଥା ମନ୍ତ୍ରୀ ପଦ୍ମନାଭଙ୍କ ବିରୋଧରେ ଏତଲା ରୁଜ୍ଜୁ ହେବ । ଓଡ଼ିଶା ହାଇକୋର୍ଟ ଦେଇଛନ୍ତି ନିର୍ଦ୍ଦେଶ ।

{"id":217172,"sizeSlug":"large"}

ମିଛ କହିଛନ୍ତି ମନ୍ତ୍ରୀ । ସତ୍ୟାପାଠରେ ସେ ତାଙ୍କ ବୟସ ନେଇ ଦେଇଛନ୍ତି ଭୁଲ ତଥ୍ୟ । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା  ଏବେ ବୟସ ଜାଲିଆତିରେ ଫସିଛନ୍ତି । ଆଉ ତାଙ୍କ ନାମରେ ଏହି ଅଭିଯୋଗରେ ଏତଲା ରୁଜ୍ଜୁ ହେବ । ଏଥିଲାଗି ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବାରମହାରାଜପୁର ଅଞ୍ଚଳର ଭଗବାନ ବାଗ୍‌ଙ୍କ  ଆବେଦନ ଭିତ୍ତିରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ମନ୍ତ୍ରୀ ନିର୍ବାଚନ ସମୟରେ ଦାଖଲ  କରିଥିବା ସତ୍ୟାପାଠରେ ତାଙ୍କ ବୟସ ନେଇ ଦେଇଥିବା ତଥ୍ୟ ମିଛ ବୋଲି ଅଭିଯୋଗ କରିଥିଲେ ଭଗବାନ ବାଗ । ସେ ଏନେଇ ବୀରମାହାରାଜପୁର  ଥାନାରେ ଏତଲା ହୋଇଥିଲା। ପରେ କୋର୍ଟକୁ ଆସିଥିଲା ମାମଲା। ମଙ୍ଗଳବାର ହାଇକୋର୍ଟଙ୍କ ତାଙ୍କ ନିର୍ଦ୍ଦେଶରେ ମନ୍ତ୍ରୀ ପଦ୍ମନାଭଙ୍କ ବିରୋଧରେ ଏତଲା ରୁଜ୍ଜୁ ଲାଗି ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହାର ଦୁଇ ଦିନ ଆଗରୁ ଆଉ ଏକ ବିବାଦରେ ଛନ୍ଦି ହୋଇସାରିଛନ୍ତି ମନ୍ତ୍ରୀ ପଦ୍ମନାଭ । କେନ୍ଦୁଝରରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଉତ୍ସବରେ ମୁଖ୍ୟ ଅତିଥି ହୋଇଥିଲେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

wp:core-embed/twitter {"url":"https://twitter.com/NPatnaikOdisha/status/1221698101364215809?s=20","type":"rich","providerNameSlug":"twitter","className":""}
https://twitter.com/NPatnaikOdisha/status/1221698101364215809?s=20
/wp:core-embed/twitter

ଷ୍ଟାଡିୟମ ପଡିଆରେ ଆୟୋଜୀତ ହେଉଥିଲା ଉତ୍ସବ । ମନ୍ତ୍ରୀ ମଞ୍ଚଉପରକୁ ଚଢି ପତାକା ଉତ୍ତୋଳନ କରିବା ପୂର୍ବରୁ ମଞ୍ଚ ତଳେ ତାଙ୍କ ଜୋତା ଖୋଲି ଦେଇ ଯାଇଥିଲେ ।ମଞ୍ଚ ଉପରେ ଏସ୍‌ପି ଏବଂ ଜିଲ୍ଲାପାଳ ଥିଲେ । ମନ୍ତ୍ରୀ ପତାକା ଉତ୍ତୋଳନପରେ ମଞ୍ଚ ତଳେ ଥିବା ତାଙ୍କ ଜୋତା ପିନ୍ଧିବାକୁ ଚାହିଁଥିଲେ । ହଠାତ୍‌ ସେହି ସମୟରେ ମନ୍ତ୍ରୀ ଜୋତା ପାଇଁ ଚାହୁଁଥିବା ଦେଖି ଜଣେ ସହଯୋଗୀ  ତାଙ୍କ ( ମନ୍ତ୍ରୀଙ୍କ) ଜୋତାକୁ ହାତରେ ଧରି ଆଣି ମନ୍ତ୍ରୀଙ୍କ ଗୋଡ ପାକେ ରଖିଥିଲେ ।

ମନ୍ତ୍ରୀ ତାହା ପିନ୍ଧି ଚାଲିଯାଇଥିଲେ ।କିନ୍ତୁ ଯୋତା ଆଣି ରଖିତିବା ବ୍ୟକ୍ତି କିଏ , ତାହା ସ୍ପଷ୍ଟ ହୋଇନି । ସେ ମନ୍ତ୍ରୀଙ୍କ ପିଏସଓ କିମ୍ବା ତାଙ୍କ ସହ ଆସିଥିବା ଅନ୍ୟ କେହି ତାହା ଜଣାପଡିନି । କିନ୍ତୁ ବିବାଦ ଜାରି ରହିଛି । ଏନେଇ କଂଗ୍ରେସର ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି । ସୂଚନାଯୋଗ୍ୟ ଯେ,୨୦୧୬ ରେ କେନ୍ଦୁଝରରେ ଏହିଭଳି ଏକ ଘଟଣା ଘଟିଥିଲା । ସ୍ୱାଧୀନତା ଦିବସ ଉତ୍ସବରେ ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା ଏପରି ଏକ ଘଟଣାରେ ଅପଦସ୍ତ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.