ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୦ଲକ୍ଷ ଟଙ୍କା ପ୍ରଦାନ କଲା ‘ଓଡିଶା କ୍ଷୁଦ୍ରଶିଳ୍ପ ନିଗମ’

Published By : Prameya-News7 Bureau | May 08, 2021 IST

ଭୁବନେଶ୍ବର ୮।୫: ଆଜିର ଆହ୍ଵାନପୂର୍ଣ୍ଣ ସମୟରେ ଜଣେ ଦୂରଦୃଷ୍ଟିସମ୍ପନ୍ନ ରାଷ୍ଟ୍ରନୀତିଜ୍ଞ ଭାବେ ଜାତୀୟ ସ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନନ୍ୟ ନେତୃତ୍ବ ଓ ଅସାଧାରଣ କୋଭିଡ୍ ପରିଚାଳନା ନୀତି ଯୋଗୁଁ  କୋଭିଡ୍ ବିରୋଧୀ ସଂଗ୍ରାମରେ ସମଗ୍ର ଦେଶ ତାଙ୍କୁ ପଥ ପ୍ରଦର୍ଶକ ରୂପେ ସମ୍ମାନର ସହ ଗ୍ରହଣ କରିଛି । ଏହି ଘଡିସନ୍ଧି ମୁହୂର୍ତ୍ତରେ ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ‘ଓଡିଶା କ୍ଷୁଦ୍ରଶିଳ୍ପ ନିଗମ’ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୦ଲକ୍ଷ ଟଙ୍କା ପ୍ରଦାନ କରିଛି ।

ଏହି ସନ୍ଦର୍ଭରେ ନିଗମର ଅଧ୍ୟକ୍ଷ ଚିନ୍ମୟ କୁମାର ସାହୁ ଏବଂ ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ୍ତ କୁମାର ସାହାଣୀ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଲୋକସେବା ଭବନ ସ୍ଥିତ ତାଙ୍କ ପ୍ରକୋଷ୍ଠରେ ଚେକ୍ ହସ୍ତାନ୍ତର କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.