Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||

ଓଡ଼ିଶା ମୁହାଁ ପଙ୍ଗପାଳ ; ବାତ୍ୟା ପରେ ଏବେ ଚାଷୀଙ୍କୁ ଘାରିଛି କ୍ଷତିର ଭୟ

27/05/2020 at 12:46 PM

ଭୁବନେଶ୍ୱର ୨୭।୦୫: ଓଡ଼ିଶା ମୁହାଁ ପଙ୍ଗପାଳ । ବାତ୍ୟା ମାଡ଼ ପରେ ଏବେ ଓଡ଼ିଶା ଚାଷୀଙ୍କୁ ପଙ୍ଗପାଳ ଭୟ । ଦଳଦଳ ହୋଇ, ଦେଶ ଭିତରେ ଉତ୍ପାତ ଆରମ୍ଭ କରିଦେଇଛନ୍ତି।  ପାକିସ୍ତାନରୁ ବାହାରିଥିବା ଏଇ ପଙ୍ଗପାଳ ରାଜସ୍ଥାନର ୧୮ ଜିଲ୍ଲାକୁ ଝୁଣି ଝୁଣି ଖାଇବା ପରେ ମଧ୍ୟପ୍ରଦେଶକୁ ଏଣ୍ଟ୍ରୀ କରିଥିଲା । ସେଠାରେ ୧୨ ଜିଲ୍ଲାର ଫସଲ ସଫା କରିଦେବା ପରେ ଏବେ ଉତ୍ତରପ୍ରଦେଶର ଚାଷ ଓ ଚାଷୀଙ୍କୁ କଲବଲ କରୁଛନ୍ତି । ତେଣୁ ପଙ୍ଗପାଳ ଦଳ ଓଡ଼ିଶା ଆସିବାର ମଧ୍ୟ ସମ୍ଭାବନା ରହିଛି । ଯାହାକୁ ଦୃଷ୍ଟିରେ ରଖି ଓୟୁଏଟି ଅଧିନ  ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଚାଷୀଙ୍କୁ ସତର୍କ କରାଯାଇଛି ।

ପଙ୍ଗପାଳ ଆକ୍ରମଣରୁ ଫସଲ ରକ୍ଷା କରିବା ପାଇଁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି । ପଙ୍ଗପାଳ ସୀମାବର୍ତ୍ତି ରାଜ୍ୟରେ ପହଁଞ୍ଚିଲେ ପ୍ରତିଷେଧକ ଭାବେ ୫% ନିମ୍ବ ମଞ୍ଜି ଉଦ୍ଧୃତାଂଶର ଦ୍ରବଣକୁ ଜମିରେ ଛିଞ୍ଚନ କରନ୍ତୁ । ବଜାରରେ ମିଳୁଥିବା ୩୦୦ ପିପିଏମର ନିମ୍ବ ଆଧାରିତ କୀଟ ବିଷକୁ ମଧ୍ୟ ଏକର ପ୍ରତି ୨୦୦ ଲିଟର ପାଣିରେ ମିଶାଇ ଛିଞ୍ଚନ କରିପାରିବେ । ପଙ୍ଗପାଳ ଜମିରେ ପହଁଞ୍ଚିଲେ ଟିଣ ବାଡ଼େଇ, କଣ୍ଟା ଡାଳରେ ମଧ୍ୟ ଘଉଡ଼ାଇ ପାରିବେ । ସନ୍ଧ୍ୟା ସମୟରେ ପଙ୍ଗପାଳ ବସିଥିବା ବଡ଼ ଗଛ ତଳେ ପଲିଥିନ ଜରି ବିଛାଇ ଡାଳଗୁଡ଼ିକୁ ହଲାଇଦେଲେ ସେଗୁଡ଼ିକ ଜରିରେ ପଡ଼ିଯିବେ । ପରେ ସେଗୁଡ଼ିକୁ ସଂଗ୍ରହ କରି କିରାସିନ ମିଶ୍ରିତ ପାଣିରେ ବୁଡ଼ାଇ ମାରି ଦିଅନ୍ତୁ । ଅଧିକ ତଥ୍ୟ ସଂଗ୍ରହ ପାଇଁ ଚାଷୀମାନେ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର ଓ କୃଷି ସଂପ୍ରସାରଣ ଅଧିକାରୀଙ୍କ ସାହାଯ୍ୟ ମଧ୍ୟ ନେଇପାରିବେ

   Related Posts