Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ, ଏ-୧ ଗ୍ରେଡ୍‌ରେ କେହି ପାସ୍ କଲେନି

22/10/2020 at 12:22 PM

କଟକ ୨୨।୧୦: ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ । ୧୫ ହଜାର ୨୪୪ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ପାସ୍‌ ହାର ୭୦ ପ୍ରତିଶତରୁ ଅଧିକ ରହିଛି । ମୋଟ୍ ୨୧ ହଜାର ୪୮୭ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।

ଏ-୧ ଗ୍ରେଡ୍ ରେ କେହି ପାସ୍ କରିନାହାନ୍ତି । ଏ-୨ରେ ୧୦ ଜଣ, ବି-୧ରେ ୧୯୫, ବି-୨ରେ ୯୩୦ ଜଣ କୃତକାର୍ଯ୍ୟ ହୋଇଛନ୍ତି । ସେହିପରି ସି ଗ୍ରେଡ୍‌ରେ ୧୯୦୨ ପିଲା ପାସ୍‌ କରିଥିବା ବେଳେ ଡି ଗ୍ରେଡ୍‌ରେ ୩୧୪୦ ଓ ଇ ଗ୍ରେଡ୍‌ରେ ୯୦୬୭ ପିଲା ପାସ୍ କରିଛନ୍ତି । ବୋର୍ଡ ୱେବସାଇଟ୍ www.bseodisha.nic.in ଏବଂ www.bseodisha.ac.in ରେ ଛାତ୍ରଛାତ୍ରୀମାନେ ନିଜ ରେଜଲ୍ଟ ଜାଣିପାରିବେ ।

ଅନ୍ୟପଟେ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଛି । ଏଥିରେ ୯ ହଜାର ୪୮୮ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଜଣେ ଏ-୧ ଗ୍ରେଡରେ କୃତକାର୍ଯ୍ୟ ହୋଇଛନ୍ତି । ଏ-୨ ଗ୍ରେଡରେ ୨୮୨ ଜଣ, ବି-୧ରେ ୧୫୬୯ ଜଣ ଏବଂ ବି-୨ରେ ୨୪୨୨ ଜଣ, ଏଫ୍‌ ଗ୍ରେଡରେ ସର୍ବାଧିକ ୨୮୦୬ ଜଣ ପରୀକ୍ଷାର୍ଥୀ ପାସ୍ କରିଛନ୍ତି ।

ଚଳିତ ବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ମୋଟ୍ ୨୪୧ଟି ପରୀକ୍ଷା କେନ୍ଦ୍ର ହୋଇଥିଲା । ସେଥିମଧ୍ୟରୁ ମୁକ୍ତ ବିଦ୍ୟାଳୟ ପରୀକ୍ଷା ପାଇଁ ୮୮ଟି ସେଣ୍ଟର କରାଯାଇଥିଲା । ସେପ୍ଟେମ୍ବର ମାସ ୧୪ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।

   Related Posts