ଜୁନ୍ ମାସରେ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା

Published By : Prameya-News7 Bureau | May 21, 2019 IST

ଭୁବନେଶ୍ବର ୨୧|୫: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍, ମଧ୍ୟମା (ସଂସ୍କୃତ ଟୋଲ) ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏ ବର୍ଷ ପାସ୍ ହାର ୭୦.୭୮ % ଥିବା ଜଣାଯାଇଛି। ଗତ ବର୍ଷ ତୁଳନାରେ ଏଥର କମ୍ ସଂଖ୍ୟକ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ୨୮୯ଟି ସ୍କୁଲରେ ଶତପ୍ରତିଶତ ହୋଇଛି । ୮୨ଟି ସ୍କୁଲରେ ରେଜଲ୍ଟ ଶୂନ ହୋଇଛି ।

ଚଳିତ ମାଟ୍ରିକ ପରୀକ୍ଷାରେ ଯେଉଁମାନେ କୃତକାର୍ଯ୍ୟ ହୋଇନାହାନ୍ତି ସେମାନେ ପୁଣି ଥରେ ଜୁନ୍ ମାସରେ ପରକ୍ଷା ଦେବେ । ଅର୍ଥାତ୍ ଆସନ୍ତା ମାସରେ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ ।

ମାଟ୍ରିକ୍ ପରୀକ୍ଷାରେ ମୋଟ୍ ୩ ଲକ୍ଷ ୯୭ ହଜାର ୧୨୫ ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ୧ ଲକ୍ଷ ୯୧ ହଜାର ୬୫୫ ପୁଅ ପାସ୍ କରିଥିବା ବେଳେ ୨ଲକ୍ଷ ୫ହଜାର ୪୭୦ ଝିଅ ଉତ୍ତୀର୍ଣ୍ଣ ହୋଇଛନ୍ତି। ଝାରସୁଗୁଡା ଜିଲ୍ଲାରେ ପାସ୍‌ ହାର ସର୍ବାଧିକ ୮୫.୪୮% ଥିବା ବେଳେ କୋରାପୁଟ ଜିଲ୍ଲାରେ ପାସ୍‌ ହାର ସର୍ବନିମ୍ନ ୫୦.୬୧% ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.