Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ପ୍ରକାଶ ପାଇଲା ମାଟ୍ରିକ୍ ରେଜଲ୍ଟ, ପାସ୍‌ହାର ୭୮.୭୬ ପ୍ରତିଶତ

29/07/2020 at 10:29 AM

ଭୁବନେଶ୍ୱର ୨୯।୦୭: ପ୍ରକାଶ ପାଇଲା ଚଳିତବର୍ଷର ବର୍ଷର ମାଟ୍ରିକ୍ ରେଜଲ୍ଟ । ଭିଡିଓ ରିଲିଜ ମାଧ୍ୟମରେ ପରୀକ୍ଷା ଫଳ ପ୍ରକାଶ କଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଚଳିତବର୍ଷର ପାସ୍‌ହାର ୭୮.୭୬ ପ୍ରତିଶତ ରହିଛି । ମୋଟ୍ ୪ ଲକ୍ଷ ୨୧ ହଜାର ୨୫୬ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଚଳିତ ବର୍ଷ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି । ଗତବର୍ଷ ତୁଳନାରେ ଚଳିତ ବର୍ଷର ରେଜଲ୍ଟ ଭଲ ରହିଛି । ଛାତ୍ରୀଙ୍କ ପାସ୍ ହାର ୮୧.୯୮ ପ୍ରତିଶତ ଥିବା ବେଳେ ଛାତ୍ରଙ୍କ ପାସ୍ ହାର ୭୭.୦୮ ପ୍ରତିଶତ ରହିଛି । ଗ୍ରେଡ୍ -ଏ୧ରେ ୧୨୭୯ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଗ୍ରେଡ୍-ଏ୨ରେ ୮୪୫୮, ଗ୍ରେଡ୍-ବି୧ରେ ୧୮୧୮୮, ଗ୍ରେଡ୍-ବି୨ରେ ୩୨୩୨୮, ଗ୍ରେଡ୍-ସି୧ରେ ୪୯୧୫୩ , ଗ୍ରେଡ୍-ଡି ୮୯୫୫୬ରେ, ଗ୍ରେଡ୍-ଇରେ ୨,୨୩,୧୯୫ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ୬୭୮ଟି ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ୩୧ଟି ସ୍କୁଲରେ କେହି ଛାତ୍ରଛାତ୍ରୀ ପାସ୍ କରିନାହାନ୍ତି । ବରଗଡ ଜିଲ୍ଲାରେ ସର୍ବାଧିକ ପାସ୍ ହାର ଥିବା ବେଳେ କୋରାପୁଟ ଜିଲ୍ଲାରେ ପାସ୍ ହାର ସର୍ବନିମ୍ନ ରହିଛି ।

ଦିନ ସାଢେ ୧୧ଟାରୁ ୱେବସାଇଟରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ । ବୋର୍ଡର ୨ଟି ୱେବସାଇଟ୍ ଓ SMS ଜରିଆରେ ରେଜଲ୍ଟ ପାଇପାରିବେ ଛାତ୍ରଛାତ୍ରୀ । ଦୁଇଟି ଓ୍ବେବସାଇଟ୍ www.bseodisha.ac.in ଏବଂ www.bseodisha.nic.inରେ ରେଜଲ୍ଟ ଉପଲବ୍ଧ । SMS ଜରିଆରେ ରେଜଲ୍ଟ ଜାଣିବା ପାଇଁ OR01 ଲେଖି ସ୍ପେଶ୍ ଦେଇ ନିଜ ରୋଲ୍ ନମ୍ଵର ଲେଖି 5676750କୁ ଏସ୍ଏମ୍ଏସ୍ କଲେ ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ ।

ଛାତ୍ରଛାତ୍ରୀମାନେ ରେଜଲ୍ଟ ସମ୍ବନ୍ଧୀୟ ତଥ୍ୟ ପାଇଁ ବୋର୍ଡ ପକ୍ଷରୁ କଣ୍ଟ୍ରୋଲ୍ ରୁମ୍ ଖୋଲାଯିବ । ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଦିନ ୧୧ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହି କଣ୍ଟ୍ରୋଲ ରୁମ୍ ଖୋଲା ରହିବ । ଏଥିପାଇଁ ୨ଟି ନମ୍ବର ଜାରି କରାଯାଇଛି । କରୋନା ପାଇଁ ମାନସିକ ବିଷାଦର ବାତାବରଣ ଥିବାରୁ, ଆଶାନୁରୂପ ଫଳ ହାସଲ କରିପାରିନଥିବା ଛାତ୍ରଛାତ୍ରୀଙ୍କ ପ୍ରତି ପରିବାର ସଦସ୍ୟ ସହାନୁଭୂତି ଦେଖାଇବା ପାଇଁ ଶିକ୍ଷାବିତ୍ ପରାମର୍ଶ ଦେଇଛନ୍ତି ।

   Related Posts