ଶେଷ ହେଲା ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା, ୧୧ ରୁ ଆରମ୍ଭ ହେବ ମୂଲ୍ୟାୟନ

Published By : Prameya-News7 Bureau | August 05, 2021 IST

ଭୁବନେଶ୍ବର ୫।୮: ଶେଷ ହେଲା ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା । ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବ ମୂଲ୍ୟାୟନ । ୯ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ଆରମ୍ଭ ହେବ । ତିନି ଦିନ ଧରି ମୂଲ୍ୟାୟନ ଚାଲିବ ବୋଲି ସୂଚନା ମିଳିଛି ।

ଗତ ୩୦ ତାରିଖରେ ଆରମ୍ଭ ହୋଇଥିଲା ଅଫ୍ ଲାଇନ୍ ମାଟ୍ରିକ୍ ପରୀକ୍ଷା। ଯେଉଁ ପରୀକ୍ଷାର୍ଥୀମାନେ ନିଜ ନିଜ ରେଜଲ୍ଟରେ ଅସନ୍ତୁଷ୍ଟ ଥିଲେ, ସେହି ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଉଥିଲେ । ରେଗୁଲାରରେ ମୋଟ୍ ୬ ହଜାର ୫ ଶହ ୯୭ ଜଣ ଛାତ୍ରଛାତ୍ରୀ ଫର୍ମ ଫିଲଅପ୍ କରିଥିବା ବେଳେ, ଓପନ ସ୍କୁଲ ଜରିଆରେ ୮ ହଜାର ୪ ଶହ ୯୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । କୋଭିଡ୍ କଟକଣା ଅନୁସାରେ ରାଜ୍ୟର ୫ ଶହ ୪ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଆରମ୍ଭ ହୋଇଛି । ସେପଟେ କଟକରେ କିଛି ଛାତ୍ରଛାତ୍ରୀ ଆଡମିଟ୍ କାର୍ଡ ନପାଇବା ଯୋଗୁଁ ପରୀକ୍ଷାରୁ ବଞ୍ଚିତ ହୋଇଥିବା ଅଭିଯୋଗ ଆସିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.