Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଆଜିଠୁ ଆରମ୍ଭ ହେଉଛି ମାଟ୍ରିକ୍ ପରୀକ୍ଷା ; ପ୍ରଥମ ଦିନରେ ମାତୃଭାଷା, କପି ରୋକିବାକୁ ତ୍ରିସ୍ତରୀୟ ସ୍କ୍ବାର୍ଡ ବ୍ୟବସ୍ଥା

22/02/2019 at 8:32 AM

କଟକ ୨୨|୨: ଆଜିଠୁ ଆରମ୍ଭ ହେଉଛି ୨୦୧୯ର ମାଟ୍ରିକ ପରୀକ୍ଷା । ସକାଳ ୧୦ ଟାରୁ ୧୨ ଟା ୩୦ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ଚଳିତ ବର୍ଷ ୨୮ ଶହ  ୩୦ କେନ୍ଦ୍ରରେ ପରୀକ୍ଷା ଦେବେ ୫ ଲକ୍ଷ ୭୨ ହଜାର ୬୯୯ ପରୀକ୍ଷାର୍ଥୀ ।  ପ୍ରଥମ ଦିନ ମାତୃଭାଷା ଓଡ଼ିଆ ଥିବାରୁ ଛାତ୍ରଛାତ୍ରୀ  ଟିକେ ରିଲାକ୍ସ ଅଛନ୍ତି । ପ୍ରଶ୍ନପତ୍ର ସୁରକ୍ଷିତ ରଖିବାକୁ ୩୦୪ଟି ନୋଡାଲ୍ ସେଣ୍ଟର କରାଯାଇଛି ।

ସକାଳ ୬ଟାରୁ ସାଢେ ୮ଟା ମଧ୍ୟରେ ନୋଡାଲ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରକୁ ଯିବ ପ୍ରଶ୍ନପତ୍ର । ପ୍ରଶ୍ନପତ୍ର ପରିବହନ ପାଇଁ ୬ ଶହ ୯୩ଟି ଡେସପ୍ୟାଚ୍ ଟିମ୍ କରାଯାଇଛି । ୨ ଜଣ ଇନଭିଜିଲେଟର, ୨ ଜଣ ପରୀକ୍ଷାର୍ଥୀଙ୍କ ଉପସ୍ଥିତିରେ ପ୍ରଶ୍ନପତ୍ର ସିଲ୍ ଖୋଲାଯିବ । କପି ରୋକିବାକୁ ହୋଇଛି ତ୍ରିସ୍ତରୀୟ ସ୍କ୍ବାର୍ଡ ବ୍ୟବସ୍ଥା । ପରୀକ୍ଷା ପରିଚାଳନା ପାଇଁ ୫୮ ଟି ଫ୍ଲାଇଂ ସ୍କ୍ବାଡ୍, ୪୪ ଟି ସ୍ବତନ୍ତ୍ର ସ୍କ୍ବାଡ୍, ୬ ଟି ଜୋନାଲ ସ୍କ୍ବାଡ୍ ଗଠନ କରାଯାଇଛି । କେବଳ ଗଣିତ ପରୀକ୍ଷା ଦିନ ଛାତ୍ରଛାତ୍ରୀଙ୍କୁ ଅଧିକ ୧୫ ମିନିଟ୍ ସମୟ  ମିଳିବ । 

ପରୀକ୍ଷାକୁ ତ୍ରୁଟି ଶୂନ୍ୟ କରିବାକୁ ଅନେକ କିଛି ପଦକ୍ଷେପ ନେଇଛି ମାଧ୍ୟମିକ ଶିକ୍ଷା ପରିଷଦ । ସମ୍ବେଦନଶୀଳ ଏବଂ ଅତି ସମ୍ବେଦନଶୀଳ କେନ୍ଦ୍ରରେ ୧୪୪ ଧାରା ଜାରି କରାଯିବାକୁ ନିଷ୍ପତ୍ତି ହୋଇଛି  ।  କେତେକ ପରୀକ୍ଷା କେନ୍ଦ୍ରରେ ସିସି ଟିଭି ଲଗାଯାଇଛି । କେବଳ ଏତିକି ନୁହେଁ, ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍ ଫୋନ୍ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ବ୍ୟସ୍ତ ବିବ୍ରତ ନହୋଇ ଧୈର୍ଯ୍ୟର ସହ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ  ପରାମର୍ଶ ଦେଇଛନ୍ତି ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ।

   Related Posts