ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ, ମୋଟ୍ ପାସ୍ ହାର ୭୦.୭୮ %

Published By : Prameya-News7 Bureau | May 21, 2019 IST

କଟକ ୨୧|୫: ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ । ଦିନ ୧୧ଟାରେ ବୋର୍ଡ ଓ୍ବେବସାଇଟରେ ପରୀକ୍ଷାର୍ଥୀ ରେଜଲ୍ଟ ଦେଖିପାରିବେ ପରୀକ୍ଷା ଫଳ । କଟକସ୍ଥିତ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ସକାଳ ୯ଟାରେ ଗଣଶିକ୍ଷା ବିଭାଗ କମିସନର ପ୍ରଦୀପ ମହାପାତ୍ର ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି । ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡଙ୍ଗୀ , ବୋର୍ଡ ସଭାପତି ଡକ୍ଟର ଜାହାନ୍ ଆରା ବେଗମ୍  ଉପସ୍ଥିତ ଅଛନ୍ତି । ଚଳିତ ବର୍ଷ ପାସ୍ ହାର ୭୦.୭୮ % ରହିଛି ।

ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ, ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଫଳ ସକାଳ ୯ଟାରେ ପ୍ରକାଶ ପାଇଛି । ଦିନ ୧୧ଟାରୁ ବୋର୍ଡ ଅଫିସିଆଲ ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ www.bseodisha.ac.in, www.bseodisha.nic.in ରେ ଫଳ ଉପଲବ୍ଧ ହେବ । ଯେଉଁଠି ଇଣ୍ଟରନେଟ ସୁବିଧା ନଥିବ ସେଠାରେ ପରୀକ୍ଷାର୍ଥୀ SMS ଜରିଆରେ ଫଳ ଜାଣିପାରିବେ । ମୋବାଇଲରେ OR10 ଲେଖି ରୋଲନମ୍ବର ଲେଖି ୫୬୭୬୭୫୦ କୁ ପଠାଇ ରେଜଲ୍ଟ ଜାଣିପାରିବେ ।

ଚଳିତ ବର୍ଷ ୫ ଲକ୍ଷ ୭୨ ହଜାର ୬୯୯ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଥିଲେ । ମୋଟ୍ ୨୮ ଶହ ୩୦ କେନ୍ଦ୍ରରେ ହୋଇଥିଲା ପରୀକ୍ଷା । ପରୀକ୍ଷା ଫେବ୍ରୁଆରୀ ୨୨ରୁ ଆରମ୍ଭ ହୋଇ ମାର୍ଚ୍ଚ ୮ରେ ଶେଷ ହୋଇଥିଲା । କେତେକ ପରୀକ୍ଷା କେନ୍ଦ୍ରରେ ଲାଗିଥିଲା ସିସିଟିଭି । ଏହା ସତ୍ବେ ବି ବାରମ୍ବାର ପ୍ରଶ୍ନପତ୍ର ଭାଇରାଲକୁ ନେଇ ଏବର୍ଷ ଚର୍ଚ୍ଚାରେ ଥିଲା ପରୀକ୍ଷା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.