ଚଳିତ ମାସ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

Published By : Prameya-News7 Bureau | May 14, 2019 IST

କଟକ ୧୪|୫; ଚଳିତ ମାସ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ..ଫନୀ ବାତ୍ୟା ଯୋଗୁଁ ଫଳ ପ୍ରକାଶରେ ସାମନ୍ୟ ବିଳମ୍ବ ହୋଇଥିବା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦେଇଯାଇଛି…ତେବେ ନିର୍ଭୁଲ ପରୀକ୍ଷା ଫଳ ପ୍ରକାଶ କରିବା ପାଇଁ ବୋର୍ଡ ପକ୍ଷରୁ ସମସ୍ତ ଚେଷ୍ଟା ଜାରି ରହିଥିବା ବୋର୍ଡ ସଂପାଦକ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।

ଫୋନୀ ବାତ୍ୟା ଯୋଗୁଁ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶରେ ସାମନ୍ୟ ବିଳମ୍ବ ହୋଇଛି । ତେବେ ଚଳିତ ମାସ ତୃତୀୟ ସପ୍ତାହରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ କରାଯିବା ନେଇ ବୋର୍ଡ ପକ୍ଷରୁ ଗଣ ମାଧ୍ୟମକୁ ସୂଚନା ଦିଆଯାଇଛି । ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । କିଭଳି ପରୀକ୍ଷା ଫଳ ନିର୍ଭୁଲ ଭାବେ ବାହାରିବ ସ ନେଇ ମାଧ୍ୟମିକ ପରିଷଦ ପକ୍ଷରୁ ସମସ୍ତ ଉଦ୍ୟମ ଯାରି ରହିଥିବା ନେଇ ସୂଚନା ଦେଇଛନ୍ତି ମାଧ୍ୟାମିକ ପରିଷଦର ସଂପାଦକ…

ଚଳିତ ବର୍ଷ ୫ ଲକ୍ଷ ୮୭ ହଜାର ୭୨୦ ଜଣ ଛାତ୍ର ଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି ।

ତେବେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ସମୟରେ ପ୍ରଶ୍ନ ପତ୍ର ଭାଇରାଲ ନେଇ ବହୁ ଆପତ୍ତି ଅଭିଯୋଗ ଉଠିଥିଲା । କେବଳ ସେତିକି ନୁହେଁ ଯାହାକୁ ନେଇ କିଛି ବ୍ୟକ୍ତିଙ୍କୁ ପୋଲିସ ଗିରଫ ମଧ୍ୟ କରିଥିଲା । ମାଟ୍ରିକ ପରୀକ୍ଷା ସମ୍ପର୍କରେ ବିଭିନ୍ନ ଗଣ ମାଧ୍ୟମରେ ଭୂଲ ତଥ୍ୟ ଦିଆଯା ଉଥିବାରୁ ଛାତ୍ର ଛାତ୍ରୀ କି ଅଭି ଭାବକ ମାନେ ବିଚଳିତ ନହେବାକୁ ବୋର୍ଡ ପକ୍ଷରୁ ଅପିଲ କରାଯାଇଛି ।

ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ନେଇ ପ୍ରସ୍ତୁତି ଯାରି ରହିଥିବା ବେଳେ ସମ୍ପୂର୍ଣ୍ନ କାର୍ଯ୍ୟ ଶେଷ ହେବା ପରେ ହିଁ ମାଧ୍ୟମିକ ଶିକ୍ଷା ପରିଷଦ ଫଳ ପ୍ରକାଶ ନେଇ ତାରିଖ ଘୋଷଣା କରିବା ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.