ପୁଣି ମାଟ୍ରିକ୍ ପରୀକ୍ଷାରେ ବିଭ୍ରାଟ ; ମାଲକାନଗିରିରେ ଗାଏବ ହେଲା ପରୀକ୍ଷାର୍ଥୀଙ୍କ ଉତ୍ତର ଖାତା

Published By : Prameya-News7 Bureau | March 03, 2019 IST

ମାଲକାନଗିରି ୩|୩ (ରଞ୍ଜିତ ଶାହା) : ବିଭ୍ରାଟ ମଧ୍ୟରେ ମାଟ୍ରିକ ପରୀକ୍ଷା ।ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଏତେ ବିଭ୍ରାଟ ପୂର୍ବରୁ କୌଣସି ବର୍ଷ ଦେଖାଦେଇନଥିଲା। ପ୍ରତି ସିଟିଂ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ମୋବାଇଲରେ ଭାଇରାଲ ହୋଇଥିବା ବେଳେ ଏବେ ଆସିଛି ନୂଆ ଅଭିଯୋଗ । ମାଲକାନଗିରି ପଡ଼ିଆ ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟରେ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ଓଏମ୍‌ଆର୍‌ ସିଟ୍‌ ହଜିଯାଇଛି ।

{"id":90405}

ବିଶୃଙ୍ଖଳିତ ମାଟ୍ରିକ ପରୀକ୍ଷା।ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ବୋର୍ଡ କର୍ତ୍ତୃପକ୍ଷ ।କ୍ବେଶ୍ଚିନ ପେପର ଲିକ୍‌ ପରେ ହଜିଲା ଉତ୍ତର ଖାତା । ପିଲା ଗଣିତ ପରୀକ୍ଷା ଦେବାପରେ ଓଏମ୍ଆର୍‌ ସିଟ୍‌ କିନ୍ତୁ ନୋଡାଲ୍‌ ସେଣ୍ଟରରେ ପହଞ୍ଚିନାହିଁ ।ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ପଡ଼ିଆରେ ଥିବା ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟରେ । ଓଏମ୍‌ଆର୍‌ ସିଟ୍‌ କୁଆଡ଼େ ଗଲା ତାହାର କେହି ଟେର୍‌ ପାଉନାହାନ୍ତି ।ପ୍ରଥମ ସିଟିଂରେ ଗଣିତ ପରୀକ୍ଷା ସରିବା ପରେ ସ୍କୁଲ ପ୍ରଧାନଶିକ୍ଷକ ଏହାକୁ ଷ୍ଟ୍ରଙ୍ଗ ରୁମ୍‌ରେ ରଖିଥିଲେ ।ଆଜି ଏହାକୁ ପଡ଼ିଆ ଥାନାରେ କରାଯାଇଥିବା ନୋଡାଲ ସେଣ୍ଟରରୁ ହସ୍ତାନ୍ତର କରାଯିବାର ଥିଲା।ହେଲେ ପ୍ରଧାନଶିକ୍ଷକ ଷ୍ଟ୍ରଙ୍ଗରୁମ୍‌ ଖୋଲିବା ବେଳକୁ ସେଥିରେ ଓଏମ୍‌ଆର ସିଟ୍‌ ନଥିଲା ।ଏନେଇ ସେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜଣାଇବା ପରେ ମାଲକାନଗିରି ଉପଜିଲ୍ଲାପାଳ ଓ ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି ।

{"id":90406}

ପ୍ରଥମେ ପ୍ରଶ୍ନପତ୍ର ଲିକ୍‌ ଆଉ ଏବେ ଉତ୍ତର ଖାତା ହଜିଲା । ଓଏମ୍‌ଆର୍‌ ସିଟ୍‌ ହଜିବା ପରେ ମାଲକାନଗିରିର କାଲଦାପାଲ୍ଲି, ପୁର୍ଶାନପାଲ୍ଲି, ପଡ଼ିଆ ଉଚ୍ଚବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧାରରେ । ପରୀକ୍ଷା ପୂର୍ବରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ କୌଣସି ପରିସ୍ଥିତିରେ ବେଆଇନ କାର୍ଯ୍ୟକଳାପକୁ ଗ୍ରହଣ କରାଯିବ ନାହିଁ ବୋଲି ବୋର୍ଡ କର୍ତ୍ତୃପକ୍ଷ ବେଶ୍‌ ଦୃଢ଼ ସ୍ବରରେ କହିଥିଲେ ।କିନ୍ତୁ ପରୀକ୍ଷା ଆରମ୍ଭ ହେବାପରେ ସେମାନେ କେତେ ପ୍ରସ୍ତୁତ ଥିଲେ ତାହା ସାମ୍ନାକୁ ଆସିଛି । ପ୍ରଥମେ ମାତୃଭାଷା ଓଡ଼ିଆ, ତାପରେ ଇଂରାଜୀ, ହିନ୍ଦି ଓ ଗଣିତ ପ୍ରଶ୍ନପତ୍ର ଲିକ୍‌ ହୋଇଛି।ପରୀକ୍ଷା ଆରମ୍ଭ  ହେଉହେଉ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି କ୍ବେଶ୍ଚିନ୍‌ ପେପର । ବୋର୍ଡ କର୍ତ୍ତୃପକ୍ଷଙ୍କ ଅଭିଯୋଗ ଭିତ୍ତିରେ ପୂର୍ବରୁ ୮ ଜଣଙ୍କୁ ଗିରଫ କରାଯାଇଥିଲା ।ଗତକାଲି ଗଣିତ ପ୍ରଶ୍ନପତ୍ର ଲିକ୍ ଘଟଣାରେ କଳାହାଣ୍ଡି ପରମାନନ୍ଦ ହାଇସ୍କୁଲର ସେଣ୍ଟର ସୁପରିଟେଣ୍ଡେଣ୍ଟଙ୍କ ସହିତ ୩ ଜଣଙ୍କୁ ଗିରଫ କରାଯାଇଛି ।

{"id":90407}

ଦୋଷ ଯାହାର ହେଉ ନାହ କାହିଁକି କିନ୍ତୁ ମାଟ୍ରିକ ପରୀକ୍ଷାରେ ଏଥର ଯେଉଁ ଅବ୍ୟବସ୍ଥା ଦେଖାଦେଇଛି ସେଥିଯୋଗୁଁ ଲକ୍ଷଲକ୍ଷ ପରୀକ୍ଷାର୍ଥୀ ଏବେ ଗଭୀର ମାନସିକ ଚାପରେ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.