ଅଫଲାଇନ୍‌ରେ ହେବ ମାଟ୍ରିକ୍ ଏବଂ ଯୁକ୍ତ ୨ ପରୀକ୍ଷା : ଗଣଶିକ୍ଷା ମନ୍ତ୍ରୀ

Published By : Prameya-News7 Bureau | December 03, 2020 IST

ଭୁବନେଶ୍ବର ୩।୧୨: ଅଫଲାଇନ୍‌ରେ ହେବ ମାଟ୍ରିକ୍ ଏବଂ ଯୁକ୍ତ ଦୁଇ ପରୀକ୍ଷା । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏ ନେଇ ସୂଚନା ଦେଇଛନ୍ତି । ଚଳିତ ବର୍ଷ ମାଟ୍ରିକ୍ ଏବଂ ଯୁକ୍ତ ଦୁଇ ପରୀକ୍ଷା ବିଳମ୍ବିତ ହୋଇପାରେ କିନ୍ତୁ ପରୀକ୍ଷା ହେବ ବୋଲି ପୂର୍ବରୁ ମନ୍ତ୍ରୀ ସୂଚନା ଦେଇଥିଲେ । ଏଥିପାଇଁ ସର୍ବନିମ୍ନ ୩ ମାସ ପାଠପଢା ହେବ, ତାପରେ ପରୀକ୍ଷା ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ ।

ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ପରୀକ୍ଷା ହେଲେ ଅଫଲାଇନ୍‌ରେ ହିଁ ହେବ। ଅଫଲାଇନ୍‌ରେ ପରୀକ୍ଷା ପାଇଁ ସିବିଏସ୍ଇ ନିଷ୍ପତ୍ତି ନେଇସାରିଛି । ସେହି ଆଧାରରେ ରାଜ୍ୟରେ ବି ଅଫଲାଇନ୍‌ରେ ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷା ବିଳମ୍ବରେ ହେଲେ ମଧ୍ୟ ଛାତ୍ରଛାତ୍ରୀ ଏଥିରେ ବିବ୍ରତ ହେବା ଉଚିତ୍ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି ।

କରୋନା ସଂକ୍ରମଣକୁ ଏଡାଇବା ପାଇଁ ରାଜ୍ୟରେ ସ୍କୁଲ, କଲେଜ ବନ୍ଦ ରହିଛି । ଅନଲାଇନରେ ପାଠପଢା ହେଉଛି । ଏଭଳି ପରିସ୍ଥିତିରେ ପରୀକ୍ଷା କିଭଳି ହେବ ତାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦ୍ବନ୍ଦ ରହିଥିଲା । ତେବେ ଚଳିତ ବର୍ଷ ମାଟ୍ରିକ୍ ଓ ଯୁକ୍ତ ୨ ପରୀକ୍ଷା ଅନଲାଇନ୍ କି ଅଫଲାଇନରେ ହେବ ସେ ନେଇ ଆଶଙ୍କା ଲାଗି ରହିଥିବାବେଳେ ମନ୍ତ୍ରୀ ସମୀର ଦାଶ ଏଭଳି ଆଶଙ୍କାକୁ ଦୂର କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.