Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ମହାଲିଙ୍ଗ୍ ଘଟଣାରେ ରାଜ୍ୟ ରାଜନୀତି ହୁଲସ୍ତୁଲ : ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା କଂଗ୍ରେସ ପ୍ରତିନିଧି ଦଳ

21/10/2021 at 1:46 PM

କଣ୍ଟାବାଞ୍ଜି ୨୧।୧୦: କଳାହାଣ୍ଡି ମହାଲିଙ୍ଗ୍ ସ୍ଥିତ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣା ନେଇ ସବୁଠି ଚର୍ଚ୍ଚା ଜୋର । ରାଜନୈତିକ ମାହୋଲ ବି ସରଗରମ ହେବାରେ ଲାଗିଛି । ଏହି ସମୟରେରେ ମମିତାଙ୍କ ପରିବାର ବର୍ଗଙ୍କୁ ଭେଟିଛି ରାଜ୍ୟ ମହିଳା କଂଗ୍ରେସର ପ୍ରତିନିଧି ଦଳ। ରାଜ୍ୟ ସଭାନେତ୍ରୀ ବନ୍ଦିତା ପରିଡାଙ୍କ ନେତୃତ୍ବରେ ଏକ ୫ ଜଣିଆ ପ୍ରତିନିଧି ଦଳ ପରିବାର ବର୍ଗଙ୍କୁ ଭେଟି ସମସ୍ତଙ୍କୁ ସମବେଦନା ଜଣାଇଛନ୍ତି । ଏହାସହ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।  ଏହି ୫ ଜଣିଆ ଦଳ ମହାଲିଙ୍ଗ ଯିବ ବୋଲି ଜଣାପଡିଛି ।

ମହାଲିଙ୍ଗ ଘଟଣାରେ ରାଜ୍ୟ ରାଜନୀତି ହୁଲସ୍ତୁଲ । କଳାହାଣ୍ଡିରୁ ବଲାଙ୍ଗାର, ପୁରୀରୁ ଭୁବନେଶ୍ବର ।  ରାସ୍ତାକୁ ଓହ୍ଲାଇଥିଲେ ବିରୋଧୀ । ମନ୍ତ୍ରୀଙ୍କ ବହିଷ୍କାର ଜିଦରେ ହୋହାଲ୍ଲା ନାରାବାଜି କରିଥିଲେ ବିରୋଧୀ । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ବୁଧବାର ବିରୋଧୀ ବିଜେପି ଓ କଂଗ୍ରେସ ଗର୍ଜନ କରିଥିଲେ । ବିଜେପି ପକ୍ଷରୁ ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ ପାଳନ କରାଯାଇଥିଲା । ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ କର୍ମୀ । ବିଜେପି ମହିଳା ମୋର୍ଚ୍ଚା କର୍ମୀ ଭବାନୀପାଟଣା ସ୍ଥିତ ମନ୍ତ୍ରୀଙ୍କ ଘର ଆଗରେ ପ୍ରତିବାଦ କରିଥିବା ବେଳେ ଘଟଣାର ସିବିଆଇ ତଦନ୍ତ ଦାବି କରି ନାରାବାଜି କରିଥିଲେ । କଂଗ୍ରେସ ମଧ୍ୟ ମହାଲିଙ୍ଗଠାରୁ କେଗାଁ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲା । କେଗାଁ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲା । ସେପଟେ ଘଟଣାରେ ବିରୋଧୀ ହୀନ ରାଜନୀତି କରୁଥିବା କହି ଜବାବ ରଖିଥିଲା କଳାହାଣ୍ଡି ବିଜେଡି ।

ବୁଧବାର ଦିନ ମମିତାଙ୍କ ଘର ବଲାଙ୍ଗିର କଣ୍ଟାବାଞ୍ଜି ଝରନି ଗାଁରେ ପହଞ୍ଚି ମମିତାଙ୍କ ପରିବାକୁ ଭେଟିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ମୃତକ ମମିତାଙ୍କ ମା’ ଓ ତାଙ୍କ ବାପାଙ୍କୁ ଭେଟି ସମବେଦନା ଜଣାଇବା ସହ ଘଟଣା ସଂପର୍କରେ ଆଲୋଚନା କରିଥିଲେ । ଘଟଣାର ଏସଆଇଟି ତଦନ୍ତ ଦାବି କରିଥିଲେ ନରସିଂହ । ସେମିତି ବିଜେପି ମହିଳା ମୋର୍ଚ୍ଚାର ଏକ ଟିମ୍ ବଲାଙ୍ଗୀରରେ ଏସପିଙ୍କ ସହ ଆଲୋଚନା କରିବା ପରେ ମମିତାଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ ।

   Related Posts