Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନା ବେଲଗାମ୍, ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୩୨ ହଜାରରୁ ଅଧିକ କେସ୍, ୨୨୬୩ ମୃତ
  • ||
  • ଦୁର୍ଘଟଣାରେ ଆହତ ହେଲେ ମଞ୍ଚ କଳାକାର ରତିକାନ୍ତ ବେହେରା, ହସ୍ପିଟାଲରେ ଭର୍ତ୍ତି
  • ||
  • ଚାଲିଥିଲା ଚୋରା ବନ୍ଧୁକ କାରବାର, ମାଡିବସିଲା ପୋଲିସ, ପିସ୍ତଲ ଜବତ
  • ||
  • ସଂକ୍ରମଣ ସାଙ୍ଘାତିକ, ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୬୨୧୫ ପଜିଟିଭ୍
  • ||
  • ଏବେ ୪ ଘଣ୍ଟା ଖୋଲା ରହିବ ବ୍ୟାଙ୍କ୍, ଅଧା କର୍ମଚାରୀରେ ଚାଲିବ କାର୍ଯ୍ୟ
  • ||
  • ହସ୍ପିଟାଲ ଆଇସିୟୁରେ ଅଗ୍ନିକାଣ୍ଡ, ଜୀଅନ୍ତା ଜଳିଗଲେ ୧୨ କରୋନା ଆକ୍ରାନ୍ତ
  • ||
  • ୩ ଦିନ ପାଇଁ ପଞ୍ଚାୟତ ସଟଡାଉନ୍, ସଂକ୍ରମଣ ବୃଦ୍ଧି ପରେ ପ୍ରଶାସନର ବଡ ପଦକ୍ଷେପ
  • ||

କରୋନା ନେଇ ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି : ଆଜି ମଧ୍ୟରାତ୍ରରୁ ୨୯ତାରିଖ ପର୍ଯ୍ୟନ୍ତ ସାରା ଓଡିଶା ଲକ୍‌ଡାଉନ୍

24/03/2020 at 10:21 AM

ଭୁବନେଶ୍ବର ୨୪।୩: ଓଡିଶାର ସମସ୍ତ ଜିଲ୍ଲା ଲକ୍ ଡାଉନ୍ । ଆଜି ମଧ୍ୟରାତ୍ରରୁ ରାଜ୍ୟର ସମସ୍ତ ଜିଲ୍ଲାକୁ ଲକ୍ ଡାଉନ୍ କରାଯିବ । ପୂର୍ବରୁ ୧୪ଟି ଜିଲ୍ଲାରେ ଲକ୍ ଡାଉନ୍ ଘୋଷଣା କରାଯାଇଥିଲା । କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଆତି ରାତି ୧୨ଟାଠାରୁ ୨୯ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ଏହି ଲକ୍ ଡାଉନ୍ ଜାରି ରହିବ ।

ଗତ ୨୧ ତାରିଖ ଶନିବାର ସରକାର ୫ଟି ଜିଲ୍ଲା ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡା ଓ ଅନୁଗୋଳ ଏବଂ ୮ଟି ସହର ସମ୍ବଲପୁର, ଝାରସୁଗୁଡା, ବାଲେଶ୍ବର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ୍ ଏବଂ ଯାଜପୁର ଟାଉନକୁ ଲକ୍ ଡାଉନ୍ ଘୋଷଣା କରିଥିଲେ । ସେହିପରି ଗତକାଲି ଆଉ ୯ଟି ଜିଲ୍ଲା ନୟାଗଡ, ଭଦ୍ରକ, ଜଗତସିଂପୁର, ବାଲେଶ୍ବର, ଢେଙ୍କାନାଳ, ପୁରୀ, ଯାଜପୁର,ଝାରସୁଗୁଡା ଓ ସମ୍ବଲପୁର ଓ ଗୋଟିଏ ମୁନିସିପାଲିଟି କର୍ପୋରେସନ ରାଉରକେଲାକୁ ଲକ୍ ଡାଉନ୍ ଘୋଷଣା କରିଥିଲେ । ଆଜି ଆଉ ବାକି ଥିବା ଜିଲ୍ଲାଗୁଡିକୁ ଲକ୍ ଡାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର।

ତେବେ ଏହି ସବୁ ଲକ୍ ଡାଉନ୍ ଅଞ୍ଚଳରେ ଜରୁରୀ ସେବା ଉପଲବ୍ଧ ରହିବ । ପାଣି, ବିଜୁଳି ଓ ସ୍ବାସ୍ଥ୍ୟସେବା ସହ ଅତ୍ୟାବଶ୍ୟକୀୟ ସାମଗ୍ରୀ, ଔଷଧ ଦୋକାନ ସହ ପେଟ୍ରୋଲ ପମ୍ପ୍ ଖୋଲା ରହିବ। ମାଛ, ଅଣ୍ଡା, ଚିକେନ ଦୋକାନ ସହ ପରିବା ଓ ତେଜରାତି ଦୋକାନ ଖୋଲା ରହିବ।

   Related Posts