ଆସନ୍ତା ୨୫ରୁ ବିଧାନସଭାର ମୌସୁମୀ ଅଧିବେଶନ : ଜୁନ ୨୭ରେ ଉପବାଚସ୍ପତି ନିର୍ବାଚନ

Published By : Prameya-News7 Bureau | June 10, 2019 IST

ଭୁବନେଶ୍ବର ୧୦/୬: ଆସନ୍ତା ୨୫ତାରିଖରୁ ଓଡିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ । ୨ଟି ପର୍ଯ୍ୟାୟରେ ଅଧିବେଶନ ହେବ । ଜୁନ୍ ୨୫ରୁ ଜୁଲାଇ ୩ ଯାଏ ପ୍ରଥମ ପର୍ଯ୍ୟାୟ ଏବଂ ଜୁଲାଇ ୧୧ରୁ ଅଗଷ୍ଟ ୮ ଯାଏ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଚାଲିବ ।  ଜୁନ ୨୫ ଅଧିବେଶନ ଆରମ୍ଭରେ ଗୃହରେ ଅଭିଭାଷଣ ରଖିବେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ। ଜୁନ ୨୬ତାରିଖରେ ଉପବାଚସ୍ପତି ପଦ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ଜୁନ ୨୭ତାରିଖରେ ଉପବାଚସ୍ପତି ନିର୍ବାଚନ ହେବ ।

ଏହାପରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆସିବ । ଜୁନ୍ ୨୮ରେ ଉପସ୍ଥାପନ ହେବ ରାଜ୍ୟ ବଜେଟ୍ । ଅର୍ଥମନ୍ତ୍ରୀ ବଜେଟ୍ ଆଗତ କରିବେ । ଜୁଲାଇ ୧ତାରିଖରୁ ବଜେଟ୍ ଉପରେ ଆଲୋଚନା ହେବ । ଜୁଲାଇ ୩୧ ସୁଦ୍ଧା ପାରିତ ହେବ ପୂର୍ଣ୍ଣାଙ୍ଗ ବଜେଟ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.