ସ୍ୱାମୀ ସ୍ତ୍ରୀ ଭଳି ମିଶିକି ରହୁଥିଲେ ଦୁଇ ସମଲିଙ୍ଗୀ : ଘରୁ ଜବତ ହେଲା ଉଭୟଙ୍କ ମୃତଦେହ
28/12/2018 at 9:42 PM

ଜାମସେଦପୁର ୨୮/୧୨ : ଝାରଖଣ୍ଡ ଅଂଚଳରୁ ଆସିଛି ଏକ ଅଦ୍ଭୁତ ଘଟଣା | ଝାରଖଣ୍ଡର ଜାମସେଦପୁର ଜିଲ୍ଲାରେ ଦୁଇ ଜଣ ସମଲିଙ୍ଗୀ ଯୁବତୀଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି | ଉଭୟଙ୍କ ମୃତଦେହ ଗୋଟିଏ ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି | ଉଭୟ ଯୁବତୀ ସ୍ୱାମୀ ସ୍ତ୍ରୀ ଭଳି ରହୁଥିବା ଖବର ମିଳିଛି | ଦୁଇ ଜଣଙ୍କ ମଧ୍ୟରୁ ଜଣକ ବୟସ ୨୧ ବର୍ଷ ଥିଲା ଏବଂ ସେ ପୁଅ ପିଲାଙ୍କ ଭଳି ପ୍ୟାଣ୍ଟ ସାର୍ଟ ପିନ୍ଧୁଥିଲେ | ଅନ୍ୟ ଜଣେ ନାବାଳିକା ଥିବା ଜଣାପଡିଛି |

ଘଟଣା ଜାମସେଦପୁର ସ୍ଥିତ ଜଗନ୍ନାଥପୁର ରୋଡ଼ ନମ୍ବର-୮ ର | ଉଭୟ ନାବାଳିକା ଏବଂ ଯୁବତୀ ଓଡିଶା ମୟୁରଭଞ୍ଜ ଜିଲ୍ଲା ବାରିପଦାର ବୋଲି ଜଣାପଡିଛି | ସେମାନେ ସେଠାରେ ଅନୁଜ କୁମାର ନାମକ ଜଣେ ବ୍ୟକ୍ତିଙ୍କ ଘରେ ଘର ଭଡା ନେଇ ରହୁଥିଲେ | ଉଭୟଙ୍କ ପରିବାର ମଧ୍ୟରେ ଭଲ ସମ୍ପର୍କ ଥିଲା | ଯେଉଁଥିପାଇଁ ସେମାନେ ଉଭୟ ଏକାସାଙ୍ଗେ ମିଶି ରହୁଥିଲେ | ଘଟଣାର ଦିନେ ପୂର୍ବରୁ ଦୁଇଜଣ ନିଜ ନିଜ ପରିବାରଲୋକଙ୍କୁ କହିଥିଲେ ଯେ, ସେମାନେ ଜୀବନ ସାରା ପରସ୍ପର ସହ ରହିବାକୁ ଚାହୁଁଛନ୍ତି | ଏହା ଶୁଣି ଘର ଲୋକଙ୍କ ହୋସ ଉଡ଼ିଗଲା | ଉଭୟଙ୍କ ଘରଲୋକ ତାଙ୍କୁ ଓଡିଶା ଅର୍ଥାତ ନିଜ ନିଜ ଘରକୁ ଫେରି ଆସିବାକୁ କହିଥିଲେ | ଏହାପରେ ଦୁଇଜଣ ଘରଲୋକଙ୍କ ଫୋନ ଉଠେଇନଥିଲେ | ଫୋନ ନ ଉଠେଇବାରୁ ଘରଲୋକେ ଚିନ୍ତିତ ହୋଇପଡିଲେ | ଉଭୟଙ୍କ ଘରଲୋକ ଜାମସେଦପୁର ଆସିଥିଲେ |

ଦୁଇଜଣ ଯେଉଁ ଘରେ ରହୁଥିଲେ ତାଙ୍କ ଘରଲୋକ ସେଠାକୁ ଗଲେ | ଘରେ ଯାଇ ଘରଲୋକ ଯାହା ଦେଖିଲେ ସେଥିରେ ତାଙ୍କର ହୋସ ଉଡ଼ିଗଲା | ଉଭୟଙ୍କ ବେକରେ ଫାଶୀ ଲଗେଇ ଝୁଲୁଥିଲେ | ସଂଗେ ସାଙ୍ଗ ପୋଲିସକୁ ଖବର ଦିଆଯାଇଥିଲା | ପୋଲିସ ଘଟଣାସ୍ଥଳରେ ପହଂଚି ଘରର ଖୋଜାଖୋଜି କରିଥିଲା | କିନ୍ତୁ କୌଣସି ସୂଈସାଇଡ ନୋଟ ମିଳିନଥିଲା | ପୋଲିସ ଦୁଇଟି ଯାକ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି |