Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ କୋହଲିଙ୍କ ଘୋଷଣା, ଟି-୨୦ ୱାର୍ଲ୍ଡ କପ୍‌ ପରେ ଛାଡ଼ିବେ କ୍ୟାପ୍ଟେନ୍‌ ପଦ
  • ||
  • ସାନଖେମୁଣ୍ଡି : ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଂଜିନିୟର, ଠିକାଦାରଙ୍କଠୁ ନେଉଥିଲେ ୫୦ହଜାର ଟଙ୍କା ଲାଞ୍ଚ
  • ||
  • ନୂଆଦିଲ୍ଲୀ : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୧୯ ଓ ୨୦ରେ ପ୍ରବଳ ବର୍ଷା ସମ୍ଭାବନା : IMD ଡିଜି
  • ||
  • ମାଲକାନଗିରି : ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ, ଛତ୍ରଭଙ୍ଗ ଦେଲେ ମାଓବାଦୀ : କ୍ୟାମ୍ପ୍‌ରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଠାବ
  • ||
  • ପୁରୀ : ଶୁକ୍ରବାର ବନ୍ଦ ରହିବ ଶ୍ରୀମନ୍ଦିର, ବିଶେଷ ନୀତି ଯୋଗୁଁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ
  • ||
  • ସୋର : ଫୁଲୁଛି କାଂଶ ବାଂଶ ନଦୀ, ବଢୁଛି ଜଳସ୍ତର : ଚିନ୍ତାରେ ତଳିଆ ଅଞ୍ଚଳବାସୀ
  • ||
  • ଖଣ୍ଡପଡା : ରଥିଆ ନାଳରେ ଭାସି ବୃଦ୍ଧ ନିଖୋଜ, ମାଛ ଧରିବାକୁ ଯାଇ ନାଳରେ ଭାସିଯାଇଥିବା ସନ୍ଦେହ
  • ||
  • ଜଗତସିଂହପୁର : ମହାନଦୀ ବନ୍ୟାଜଳରେ ବୁଡି ଗାଡି ଚାଳକ ନିଖୋଜ, ଇଟାଭାଟିକୁ ଯାଉଥିବା ବେଳେ ଅଘଟଣ
  • ||
  • ଯାଜପୁର : ପାଣିରେ ଭାସି ଯାଇଥିଲେ ବାପା-ପୁଅ, ଠାବ ହେଲା ମୃତଦେହ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ : ୨୪ ଘଣ୍ଟାରେ ବାହାରିଲେ ୫୮୦ କୋଭିଡ୍ ପଜିଟିଭ୍
  • ||

କଟକ ଏସସିବିରେ ପିଡୀତା ନାବାଳିକାଙ୍କୁ ଭେଟିଲେ ରାଜ୍ୟ ଆଇନସେବା ପ୍ରାଧିକରଣର ପ୍ରତିନିଧିମଣ୍ଡଳୀ

20/02/2019 at 5:04 PM

କଟକ ୨୦|୨:  କଟକ ଏସସିବିରେ ଗଣଦୁଷ୍କର୍ମ ଅଭିଯୋଗ ଆଣିଥିବା ପିଡୀତା ନାବାଳିକାଙ୍କୁ ଭେଟିଲେ ରାଜ୍ୟ ଆଇନସେବା ପ୍ରାଧିକରଣର ପ୍ରତିନିଧିମଣ୍ଡଳୀ । କଟକ ଜିଲ୍ଲା ଲିଗାଲ ସେଲର ସଚିବ ଗାର୍ଗି ପଟ୍ଟନାୟକଙ୍କ ନେତୃତ୍ବରେ ଏକ ଟିମ୍ ଡାକ୍ତରଖାନାରେ ପିଡୀତାଙ୍କୁ ଭେଟିଛନ୍ତି। ପରେ ଗଣମାଧ୍ୟମକୁ ସୂଚନା ଦେଇ ପ୍ରତିନିଧିଦଳ କହିଛନ୍ତି, ପିଡୀତାଙ୍କ ସ୍ବାସ୍ଥାବସ୍ଥା ସ୍ଥିର ରହିଛି । ସେ ମାନସିକ ସ୍ତରରେ ମଧ୍ୟ ସୁସ୍ଥ ଅଛନ୍ତି। କଥାବାର୍ତ୍ତା କରି ପାରୁଛନ୍ତି ଓ ନିଜର ଅଭିଯୋଗ ନେଇ ମଧ୍ୟ ସେ ପ୍ରତିନିଧିଦଳକୁ କିଛି ଜରୁରୀ ସୂଚନା ଦେଇଛନ୍ତି। ଡାକ୍ତରଖାନା ପକ୍ଷରୁ ମଧ୍ୟ ପିଡୀତାଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି । ସେହିପରି ତଦନ୍ତକାରୀ ଅଧିକାରୀଙ୍କ ସହ ମଧ୍ୟ ଏହି ଟିମ୍ ଆଲୋଚନା କରିଛି। ତଦନ୍ତ ଚାଲିଛି ଓ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପ୍ରତିଶ୍ରୁତି ଦେଇଥିବା ଟିମ୍ କହିଛି।

   Related Posts