Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବି ମାନିବେନି ଆଇନଜୀବୀ , ବୁଧବାର ଯାଏ ଆନ୍ଦୋଳନ ଜାରି ରହିବ

28/09/2018 at 5:44 PM

ଭୁବନେଶ୍ବର ୨୮|୯: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବି ମାନିବେନି ଆଇନଜୀବୀ । ବୁଧବାର ଯାଏ ଆନ୍ଦୋଳନ ଜାରି ରହିବ । ଆଜି ମଧ୍ୟ ଓକିଲ ସଂଘର ସଦସ୍ୟମାନେ ପିକେଟିଂ କରିଛନ୍ତି । ସେପଟେ ହାଇକୋର୍ଟକୁ ଭୁବନେଶ୍ୱରକୁ ଉଠାଇ ଆଣିବାକୁ ଦାବି କରି ରାସ୍ତାକୁ ଓହ୍ଲାଇଛି ଭୁବନେଶ୍ୱର ବାର୍ ଆସୋସିଏସନ ।

ସର୍ବୋଚ୍ଚ ନ୍ୟାୟାଳାୟଙ୍କ ନିର୍ଦ୍ଦେଶକୁବି ମାନିବେନି ଓଡ଼ିଶା ହାଇକୋର୍ଟ ଆଇଜୀବୀମାନେ । ସୁପ୍ରିମକୋର୍ଟ ପକ୍ଷ ରଖିବାକୁ ସୁଯୋଗ ଦେଇ ନ ଥିବା କହି କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛି ହାଇକୋର୍ଟ ବାର୍ ଆସୋସିଏସନ୍ । ଓକିଲ-ପୋଲିସ ବିବାଦ ପ୍ରସଙ୍ଗରେ ଆସନ୍ତା ବୁଧବାର ଯାଏଁ ଆନ୍ଦୋଳନ ଜାରି ରହିବ ଓକିଲଙ୍କ ଆନ୍ଦୋଳନ । ବୁଧବାର ବୈଠକରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର ହେବ ବୋଲି ହାଇକୋର୍ଟ ବାର୍ ର ସଂପାଦକ ସତ୍ୟ ମହାନ୍ତି କହିଛନ୍ତି ।  ଆଜି ମଧ୍ୟ ଓକିଲ ସଂଘର ସଦସ୍ୟମାନେ ପିକେଟିଂ କରିଛନ୍ତି ।

ସେପଟେ ଭୁବନେଶ୍ୱର ବାର୍ ଆସୋସିଏସନ ବି ରାସ୍ତାକୁ ଓହ୍ଲାଇଛି । ଦାବି କରିଛି ହାଇକୋର୍ଟକୁ କଟକରୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଉ । ସବୁ ରାଜ୍ୟରେ ହାଇକୋର୍ଟ ରାଜଧାନୀରେ ଥିବା ବେଳେ ଏଠାରେ କାହିଁକି ବ୍ୟତିକ୍ରମ ବୋଲି ଭୁବନେଶ୍ୱର ବାର୍ ଆସୋସିଏସନ ପ୍ରଶ୍ନ କରିଛି । ବାର୍ ର ସଦସ୍ୟମାନେ ରାସ୍ତାରେ ଟାୟାର ଜାଣି କଟକ-ପୁରୀ ମଧ୍ୟରେ ଗାଡ଼ି ଚଳାଚଳକୁ କିଛି ଘଣ୍ଟା ଲାଗି ବନ୍ଦ କରିଥିଲେ । ସେପଟେ ଏହି ପ୍ରସଙ୍ଗରେ ହାଇକୋର୍ଟ ବାର୍ ଆସୋସିଏସନର ସଂପାଦକ କହିଛନ୍ତି, ଏହା ଏକ ପୁରୁଣା ପ୍ରସଙ୍ଗ ।

ହାଇକୋର୍ଟ ଆଇନଜୀବୀଙ୍କ ଦୀର୍ଘ ଦିନର ଆନ୍ଦୋଳନ ଲାଗି ସାଧାରଣ ଲୋକେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି । ଏଥିରେ ହସ୍ତକ୍ଷେପ କରି ଆନ୍ଦୋଳନରୁ ଓହରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବି ଆଇନଜୀବୀମାନେ ମାନି ନାହାନ୍ତି ।

   Related Posts