ଝାଡ଼ଖଣ୍ଡ କବଜାରେ ଓଡିଶା ଜମି

Published By : Prameya-News7 Bureau | July 02, 2018 IST

କୋରାପୁଟର କୋଟିଆ ଗ୍ରାମକୁ ନେଇ ଆନ୍ଦ୍ର ଓ ଓଡିଶା ର ବିବାଦ ଚରମ ସୀମା ରେ ପହନ୍ଚିଥିବା ବଳେ ଏବେ କେନ୍ଦୁଝର ଜିଲ୍ଲାର ୫ ଟି ଗ୍ରାମ କୁ ନେଇ ବର୍ଷ ବର୍ଷ ଧରି ବିବାଦ ଲାଗି ରହିଥିବା ବଳେ ସମାଧାନର ରାସ୍ତା ଖୋଜିବାରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଆଜି ପର୍ଯ୍ୟନ୍ତ ସଫଳ ହୋଇ ପାରି ନାହାନ୍ତି । କେନ୍ଦୁଝର ଓ ଝାରଖଣ୍ଡ ସୀମା ରେ ଥିବା କଙ୍କଡାପାଟ , ଲମିତୁର , ଜଗନ୍ନାଥପୁର , ପୁରୁଷୋତମପୁର ଓ ଚମ୍ପୁଆ ରାଜସ୍ବ ଗ୍ରାମର ଆଦିର୫ ଟି ଗାଁ କୁ ନେଇ ବିବାଦ ଲାଗି ରହିଛି । ଫଳରେ ଏବେ ବି ଓଡିଶାର ଅନେକ ଜମି ଏବେ ବି ଝାରଖଣ୍ଡ କବଜାରେ ରହିଥିବା ଆମର ଅନୁସନ୍ଧାନରୁ ଜଣା ପଡିଛି । ଭାତ ହାଣ୍ଡିରୁ ଗୋଟିଏ ଭାତ ଚିପିବା ଭଳି ଆମର କ୍ୟାମେରା ଟିମ ପ୍ରଥମେ ଯାଇ ପହନ୍ଚିଥିଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ କୁଟାରପଶି ଗ୍ରାମ ପଂଚାୟତ ଓ ଓଡିଶା ଓ ଝାରଖଣ୍ଡ ସାମାବର୍ତୀ ଗାଁ ନୟାକୃଷ୍ଟପୁର ଗାଁ ରେ । ସେଠାକାର ବାସିନ୍ଧା ହେଉଛନ୍ତି ରାମେଶ୍ବର ମହାନ୍ତ । ସେହି ଗାଁରେ ତାଙ୍କର ରହିଛି ଏକର ଏକର ଜମି ଓ ଜମିର ପଟ୍ଟା , କବଲା , ମ୍ୟାପ ମଧ୍ୟ ତାଙ୍କ ପାଖରେ ମହଜୁତ ରହିବା ସହ ପ୍ରତି ବର୍ଷ ସେ ସେହି ଜମିର ଖଜଣା ସରକାର ଙ୍କୁ ମଧ୍ୟ ଦେଉଛନ୍ତି ଓ ତାର ରସିଦ ମଦ୍ୟ ରଖିଛନ୍ତି ପାଖରେ । ହେଲେ ସେହି ଜମିରୁ ଅନେକ ଜମି କିନ୍ତୁ ସେ ଉପୋଭୋଗ କରି ପାରୁ ନାହାନ୍ତି ତକୁ ଉପଭୋଗ କରୁଛନ୍ତି ଝାରଖଣ୍ଡ ରାଜ୍ୟର ଲେପାଙ୍ଗ ଗାଁର ରଥୀ ଗିରୀ । କହିଁକି ନାଁ ସେ ସବୁ ଜମିକୁ ଏବେ ଝାରଖଣ୍ଡ ରାଜ୍ୟ ସରକାର ମାଡିବସିଛନ୍ତି । ଫଲରେ ଫଳରେ ଖଜଣା ଦେଉଛନ୍ତି ଓଡିଶା ର ଲୋକେ ଓ ଉପଭୋଗ କରୁଛନ୍ତି ଝରଖଣ୍ଡର ଲୋକେ । ସେହିପରି ଓଡିଶା ଓ ଝାରଖଣ୍ଡ ସୀମା ଗାଁ ପୁରୁଷୋତମପୁର ର ଘାସିରାମ ମହାନ୍ତଙ୍କର ଅନେକ ଜମି ଏବେ ରହିଛି ତାର ପଟ୍ଟା , କବଲା , ମ୍ୟପ ଓ ବ,ର୍ ବର୍ଷ ଧରି ଓଡିଶା ସରକାର ଙ୍କୁ ଖଜଣା ଦେଉଛନ୍ତି ଓ ତାର ରସିଦ ମଧ୍ୟ ତାଙ୍କ ପାଖରେ ମହଜୁଦ ରହିଛି । ହଲେ ତାଙ୍କର ଅନେକ ଜମି କୁ ଏବେ ଝାରଖଣ୍ଡ ରାଜ୍ୟ ସରକାର ମାଡି ବସିଛନ୍ତି ଓ ତାଙ୍କ ଜମିକୁ ଝାରଖଣ୍ଡ ରାଜ୍ୟର ଭନଗାଁ ଗ୍ରାମର ବିପ୍ର ବହେରା ଚାଷ କରି ଖାଉଛନ୍ତି । ଏହା କେବଳ ଗୋଟିଏ କି ଦୁଇଟି ଉଦାହରଣ ମାତ୍ର ଏହି 5 ଟି ଗାଁରେ ଅନେକ ଲୋକ ଙ୍କର ଏକର ଏକର ଜମି ଏବେ ଝାରଖଣ୍ଡ ରାଜ୍ୟ ର କବଜାରେ ରହିଛି । ଏନେଇ ସରକାର ତୁରନ୍ତ ହସ୍ତେକ୍ଷପ କରି ଓଡିଶାର ଗରୀବ ଚାଷି ଙ୍କୁ ତାଙ୍କର ନ୍ୟାୟିକ ଅଧିକାର ଦେବା ଜରୁରୀ ହୋଇ ପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.