ଓଡିଶା କୃଷକ ସଭାର ଗଣ ବିକ୍ଷୋଭ, ୭ଦିନ ମଧ୍ୟରେ ଭିତରେ ସମସ୍ତ ଦାବି ପୂରଣ ପାଇଁ ଚେତାବନୀ

Published By : Prameya-News7 Bureau | February 17, 2020 IST

ବହ୍ମଗିରି ୧୭।୦୨:   ଓଡିଶା କୃଷକ ସଭା ବ୍ରହ୍ମଗିରି ବ୍ଲକ ତରଫରୁ ଗଣ ବିକ୍ଷୋଭ। ବିଭିନ୍ନ ଦାବି ନେଇ ବିକ୍ଷୋଭ ସହ ଧାରଣ ପ୍ରଦର୍ଶନ କରିଛନ୍ତି । ୭ଦିନ ମଧ୍ୟରେ ଦାବି ପୂରଣ କରିବାକୁ ଚେତାବନୀ ଦେଇଛି ସଂଘ ।

{"id":225504,"sizeSlug":"large"}

ଫନି କ୍ଷତିଗ୍ରସ୍ତଙ୍କୁ ତୁରନ୍ତ କ୍ଷତି ପୂରଣ ,  ହିତାଧିକାରୀଙ୍କ ବ୍ୟାଙ୍କ ଜମା ଖାତାରୁ ଟଙ୍କା ଉଠାଣ ଉପରେ କଟକଣା ପ୍ରତ୍ୟାହାର ,ତଦନ୍ତରେ ପକ୍ଷପାତିତା କରିଥିବା ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କୁ ଦଣ୍ଡ ବିଧାନ,ଫନି ବାସହରାଙ୍କୁ ବାସଗୃହ ପ୍ରଦାନ ସମେତ ୭ ଦଫା ଦାବିରେ ନେଇ ଶତାଧିକ ପୁରୁଷ ଓ ମହିଳା ମାନେ ବ୍ଲକ ଛକଠାରୁ ଏକ ବିଶାଳ ରାଲିରେ ଆସି ବ୍ରହ୍ମଗିରି ତହସିଲ କାର୍ଯ୍ୟାଳୟ ପାଖରେ ପହଂଚିଥିଲେ ।  ପ୍ରଶାସନ ଵିରୋଧରେ ଭାଷଣ ଦେବା ସହ ବ୍ରହ୍ମଗିରି ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ । ୭ ଦିନ ଭିତରେ ଯଦି ଦାବି ପୂରଣ ନ ହୁଏ ତେବେ ଆଗାମୀ ଦିନରେ ତହସିଲ କାର୍ଯ୍ୟାଳୟ କୁ ପୁରା ଅଚଳ କରିଦେବୁ ବୋଲି ଚେତାବନୀ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.