Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମ୍‌ସି କମିଶନର, ପ୍ରେମଚନ୍ଦ୍ର ଚୌଧରୀଙ୍କ ସ୍ଥାନରେ ସଞ୍ଜୟ ସିଂହଙ୍କୁ ଦାୟିତ୍ୱ
  • ||
  • ଡେଲାଙ୍ଗ : କଣାସ ଗାଁ ସମତେ ବଜାରକୁ ୭ଦିନ ଯାଏଁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା, ସଂକ୍ରମଣ ବୃଦ୍ଧିକୁ ଦେଖି ନିଷ୍ପତ୍ତି
  • ||
  • କେନ୍ଦୁଝର ଜେଲ୍‌ରେ ପଶିଲା କରୋନା, ୯ କଏଦୀ କୋଭିଡ଼ ସଂକ୍ରମିତ
  • ||
  • ରକ୍ତମୁଖା ଲାଲ୍‌ବାହିନୀ, ଯବାନଙ୍କୁ ଘରୁ ଟେକି ନେଇ ଗଳାକାଟି କଲେ ହତ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୭ଜଣଙ୍କ ଜୀବନ, ୨୨୩୨ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୯୮୨ ପଜିଟିଭ୍
  • ||

ଅର୍ଥମନ୍ତ୍ରୀଙ୍କ ସହ ଆଲୋଚନା ପରେ ସ୍ଥଗିତ ରହିଲା ଓଡ଼ିଶା କର୍ମଚାରୀ ମହାମଞ୍ଚର ଆନ୍ଦୋଳନ

23/02/2019 at 9:46 PM

ଭୁବନେଶ୍ଵର ୨୩/୨-ସ୍ଥଗିତ ରହିଲା ଓଡ଼ିଶା କର୍ମଚାରୀ ମହାମଞ୍ଚର ଆନ୍ଦୋଳନ | ଅର୍ଥ ମନ୍ତ୍ରୀଙ୍କ ପ୍ରତିଶୃତି ପରେ ଧାରଣା ଶେଷ କରିଛନ୍ତି ରାଜ୍ୟର ହଜାର ହଜାର ଠିକା ଓ ଆଉଟସୋର୍ସିଂ କର୍ମଚାରୀ | ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଦାବି ସଂପର୍କରେ ନିଷ୍ପତ୍ତି ଲାଗି ସରକାର ପ୍ରତିଶୃତି ଦେଇଛନ୍ତି | ଏ ନେଇ ମହାମଞ୍ଚର ଆବାହକ ପ୍ରଭାତ ମହାନ୍ତି ସୂଚନା ଦେଇଛନ୍ତି |

ସକାଳୁ ଆଜି ମହାମଞ୍ଚ ବ୍ୟାନରରେ ହୋଇଥିଲା ରାଲି ଓ ଧାରଣା | ରାଜଧାନୀର ଲୋୟର ପିଏମଜିରେ ହଜାର ହଜାର ଠିକା ଓ ଆଉଟସୋର୍ସିଂ କର୍ମଚାରୀ ଏକାଠି ହୋଇଥିଲେ | ଠିକା ଓ ଆଉଟସୋର୍ସିଂ ପ୍ରଥା ଉଚ୍ଛେଦ କରିବାକୁ ଦାବି କରିଥିଲେ | ସମାନ କାମକୁ ସମାନ ଦରମା କାହିଁକି ଲାଗୁ କରାଯାଉନି ବୋଲି ପ୍ରଶ୍ନ କରିଥିଲେ | ତେବେ ମଞ୍ଚର ୬ ଜଣିଆ ଟିମ୍ ସଚିବାଳୟରେ ପହଂଚି ଅର୍ଥ ମନ୍ତ୍ରୀ ଶଶୀଭୂଷଣ ବେହେରା  ସହ ଆଲୋଚନା କରିଥିଲେ | ଏହାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା | ସରକାର ନିଜ ପ୍ରତିଶୃତି  ନ ରଖିଲେ ପୁଣି ଆନ୍ଦୋଳନକୁ ଓହ୍ଲାଇବାର ଚେତାବନୀ ଦେଇଛି ମହାମଞ୍ଚ |

   Related Posts