ୟୁଏସ୍ ଓପନ କରାଟେ ଚାମ୍ପିୟନସିପ୍‌ରେ ଦୁଇ ଓଡିଆ କରାଟେକା, ସିଲ୍‌ଭର ମେଡାଲ ଜିତିଲେ ଜାସ୍ମିନ ମିଶ୍ର

Published By : Prameya-News7 Bureau | April 27, 2019 IST

ଭୁବନେଶ୍ବର ୨୭|୪: ଚଳିତ ମାସ ୧୭ ରୁ ୨୨ ପର୍ଯ୍ୟନ୍ତ ଲସ୍ ଭେଗାସ ଠାରେ ଚାଲିଥିଲା ୟୁଏସ୍ ଓପନ କରାଟେ ଚାମ୍ପିୟନସିପ । ଏହି ଚାମ୍ପିୟନସିପରେ ୭ ଭାରତୀୟଙ୍କ ମଧ୍ୟରେ ଦୁଇ ଓଡିଆ କରାଟେକାଙ୍କୁ ମିଳିଥିଲା ସୁଯୋଗ । ଆମେରିକା ମାଟିରେ ପ୍ରଥମ ଥର ପାଇଁ ଏହି ଦୁଇ ଓଡିଆ କରାଟେକା ଜାସ୍ମିନ ମିଶ୍ର ଓ ଆୟାର୍ନ ମିଶ୍ର ଚାମ୍ପିୟାନସିପରେ ଭାଗ ନେଇ ଆଜି ଭୁବନେଶ୍ବର ଫେରିଛନ୍ତି । ବିଶ୍ବ ସ୍ତରୀୟ ଏହି ଚାମ୍ପିୟାନସିପରେ ବିଶ୍ବର ଶ୍ରେଷ୍ଠ ଟିମ୍ ଗୁଡିକ ଭାଗନେଇଥିଲେ । ଏହି ଚାମ୍ପିୟାନସିପରେ ଭାଗ ନେଇ ଜାସ୍ମିନ କାତାରେ ସିଲଭର ମେଡାଲ ଜିତି ଓଡିଶା ତଥା ଭାରତ ପାଇଁ ଗୌରବ ଆଣିଛନ୍ତି ।

{"id":108077}

ପୁଣି ଥରେ କରାଟେକା ଜାସ୍ମିନ ରଚିଲେ ଇତିହାସ । ୟୁରୋପିଆନ ଦେଶମାନଙ୍କରେ କରାଟେ ପ୍ରଚାର ଓ ପ୍ରସାର ହୋଇଥିଲେ ମଧ୍ୟ ଆମେରିକାରେ ପ୍ରଥମ ଥର ପାଇଁ ଜାସ୍ମିନ ଭାଗ ନେଇ କାତାରେ ସିଲଭର ମେଡାଲ ଜିତି ଆଜି ଭୁବନେଶ୍ବର ଫେରିଛନ୍ତି । କରାଟେ ଆସେ।ସିଏସନ ଅଫ୍ ଇଣ୍ଡିଆ ଦ୍ବାରା ମନୋନୀତ ହୋଇଥିବା ଏହି ଦୁଇ କରାଟେକା ଏଥର ଭଲ ସଫଳତା ପାଇଛନ୍ତି ।

{"id":108081}

କାତା ଇଭେଣ୍ଟରେ ଏହି କରାଟେକା ନେଇ ଆଜି ଆଉ ଏକ ସଫଳତା ଯୋଡିଛନ୍ତି ନିଜ କ୍ୟାରିୟରରେ । ଭଲ ପ୍ରସ୍ତୁତି କରିଥିଲେ ମଧ୍ୟ ସାମାନ୍ୟ ଭୁଲ୍ ଯୋଗୁଁ ସେ ସିଲଭର ମେଡାଲ ହାସଲ କରିଥିଲେ । ଆଗକୁ ମାଲେସିଆରେ ବିଶ୍ବ କରାଟେ ଚାମ୍ପିୟାନସିପ୍ ଅଛି । ତେଣୁ ପୁଣି ଥରେ ଭାରତ ତଥା ଓଡିଶା ପାଇଁ ସଫଳତା ଆଣିବାକୁ ସେ ଆଶା ରଖିଛନ୍ତି । ଏହା ସହ ସାନ ଭାଇ ମଧ୍ୟ ଭଲ ସଫଳତା ପାଇଥିଲେ ମଧ୍ୟ ମେଡାଲ ହାସଲ କରିପାରି ନଥିଲେ ।

{"id":108079}

ରାଜ୍ୟ ଗେ।ଷ୍ଠୀ କ୍ରୀଡାରେ ଦୁଇଟି ମେଡାଲ ଜିତିବା ପରେ ଜାସ୍ମିନଙ୍କ ଏହା ଆନ୍ତର୍ଜାତୀୟ ସ୍ତରରେ ତୃତୀୟ ମେଡାଲ । କିନ୍ତୁ ଦଃଖର ବିଷୟ ଏତେ ବଡ ସଫଳତା ପରେ ରାଜ୍ୟ କରାଟେ ଆସୋସିଏସନ  ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ମଧ୍ୟ ମିଳିନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.