Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଟୋକିଓ ଅଲିମ୍ପିକ୍ସରେ ସ୍ଥାନ ପାଇବ ପଶ୍ଚିମ ଓଡିଶାର କଳାକୃତୀ, ୮ ଓଡିଆ କଳାକାର ହାସଲ କଲେ ସଫଳତା

29/07/2021 at 10:28 AM

ସମ୍ବଲପୁର ୨୯/୦୭: ଅଲିମ୍ପିକ୍ସରେ ସ୍ଥାନ ପାଇବ ପଶ୍ଚିମ ଓଡ଼ିଶା ମାଟିର କଳାକୃତୀ । ସମ୍ବଲପୁର ଓ ବରଗଡ଼ ମାଟିର ୮ ଜଣ ସୁଯୋଗ୍ୟ କଳାକାର ଏହି ସଫଳତା ହାସଲ କରିଛନ୍ତି । କଳାକାରଙ୍କ କୃତୀକୁ ରିଲ ଭିଡଓ ମାଧ୍ୟମରେ ଟୋକିଓ ଅଲିମ୍ପିକ୍ସରେ ପ୍ରଦର୍ଶନୀ କରାଯିବ । ଇଣ୍ଡିଆନ୍‌ କନ୍‌ଟେମ୍ପୋରାରି ଆର୍ଟସ୍‌ ଆସୋସିଏସନ୍‌ ପକ୍ଷରୁ ଆୟୋଜିତ ହୋଇଥିବା ଇଣ୍ଟରନ୍ୟାସନାଲ୍ଇ ଲ ଭର୍ଚୁଆଲ୍‌ ଆର୍ଟସ ସୋ’ ଆୟୋଜନ କରାଯାଇଥିଲା । ଯେଉଁଥିରେ ୭୨ ଜଣ କଳାକାରଙ୍କ କୃତୀକୁ ଚୟନ କରାଯାଇଛି । ଏଥି ମଧ୍ୟରୁ ସମ୍ବଲପୁରର ୭ ଜଣ ଓ ବରଗଡ଼ର ଜଣେ କଳାକାରଙ୍କ କୃତୀ ଏହି ସୋ’ ସ୍ଥାନ ପାଇଛି ।

ସମ୍ବଲପୁର ଚିତ୍ରଶିଳ୍ପୀ ସଞ୍ଜୟ ସାହୁଙ୍କ ‘ଡ୍ରିମ’, ମନୋଜ ଚୌଧୁରୀଙ୍କ ‘ଜିଙ୍ଗ ଅଫ୍‌ ଦି ରିଙ୍ଗ୍‌’, ମହେଶ ପାଣ୍ଡେଙ୍କ ‘ଅପନିଂ ସେଲିବ୍ରେସନ୍‌’, ପ୍ରେମଚାନ୍ଦ ରାଉତଙ୍କ ‘ଦି ହ୍ୱାଇଟ୍‌ସ ଅଫ୍‌ ଗ୍ଲୋରି’, ବନ୍ଦନା ମିଶ୍ରଙ୍କ ‘ଜମ୍ପସ୍‌ ଅଫ୍‌ ପ୍ରାଇଡ୍‌’, ସୁଜାତା ବେହେରାଙ୍କ ‘ଡାଇଭିଂ ଫୋର୍‌ ଗ୍ଲୋରି’, ଅନୁରେଖା ଜେନାଙ୍କ ‘ସ୍ପ୍ରାଇଣ୍ଟର’ ଏବଂ କୁଶ ଭୂୟାଁଙ୍କ ‘ମିଶନ୍‌-୨୧’ କଳାକୃତି ପ୍ରଦର୍ଶୀତ ହେବାକୁ ଯୋଗ୍ୟ ବିବେଚିତ ହୋଇଛି । ପୂର୍ବତନ ସାଂସଦ ତଥା ଭାରତୀୟ ହକି ଦଳ ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ ଇଣ୍ଟରନ୍ୟାସନାଲ ଭର୍ଚୁଆଲ୍‌ ଆର୍ଟସ ସୋ’ କୁ ଉଦଘାଟନ କରିଥିଲେ।

   Related Posts