କୁନିଙ୍କ ସହ ବାପିଙ୍କ ତୀର୍ଥ ଭ୍ରମଣ, ତେବେ ଚର୍ଚ୍ଚା ହିରୋଙ୍କ ସହ କିଏ ଏହି ନାୟିକା ?

Published By : Prameya-News7 Bureau | January 04, 2020 IST

ବାଲେଶ୍ୱର ୦୪।୦୧: ଯାତ୍ରା ଜଗତର ନାୟକ ବାପି ପଣ୍ଡା କୁନିଙ୍କୁ ଧରି କାଶ୍ମୀର ଟୁ କନ୍ୟା କୁମାରୀ ବୁଲିବାକୁ ଯାଇଛନ୍ତି।  ତେବେ ଏ କୁନି କିଏ ? କେଉଁ ଯାତ୍ରା ପାର୍ଟିର ନାୟିକା । ଏହାର ଉତ୍ତର ଅନ୍ୟ ନାୟିକାମାନେ ଖୋଜୁଛନ୍ତି । ଓଡ଼ିଆ ଯାତ୍ରା ଜଗତର ନାୟିକାଙ୍କ ପାଇଁ ଏହି କୁନିଙ୍କୁ ପୁରା ନୂଆ ଚେହେରା । ଏ ପୁଣି କେଉଁଠୁ ଆସିଲେ,ବାପିଙ୍କ ସହ ରଙ୍ଗ ମଞ୍ଚରେ ଅଭିନୟ କରିଥିବା ନାୟିକାମାନେ ପଚାରୁଛନ୍ତି ।

{"id":206865,"sizeSlug":"large"}

ଆପଣମାନେ ଜାଣନ୍ତି କି । ଏ ନାୟିକା ଏମିତି ସେମିତି ନୁହଁନ୍ତି । ଏ ହେଉଛନ୍ତି  ନାୟକ ବାପିଙ୍କ ଜୀବନର ନାୟିକା । ଅର୍ଥାତ ତାଙ୍କ ଧର୍ମ ପତ୍ନୀ କୁନି ପଣ୍ଡା । ବାଘାଯତୀନ ଲୋକନାଟ୍ୟର ନାୟକ ବାପି ପଣ୍ଡାଙ୍କ ସହ ପତ୍ନୀ କୁନି ଭାରତ ବୁଲିବାକୁ ଯାଇଛନ୍ତି । ଏବେ କେରଳରେ ବୁଲୁଛନ୍ତି । ଗତ ୧ ରୁ ୧୦ ତାରିଖ ପର୍ଯ୍ୟନ୍ତ  ଯାତ୍ରା ପାର୍ଟି ବନ୍ଦ ରହିଛି । ତେଣୁ ଏହି ବିରତି ସମୟକୁ ବାପି ମିସ୍‌ କରିନାହାନ୍ତି । ଛୁଟିର ସବୁ ସମୟ ସେ ପତ୍ନୀ କୁନିଙ୍କ ପାଇଁ ଦେଇଛନ୍ତି ।  ଆଉ କୁନି ବି ବାପିଙ୍କ ସହ କେରଳରେ ବେଶ ମସ୍ତି କରିବାର ଦେଖିବାକୁ ମିଳିଛି ।

{"id":206869,"width":576,"height":495,"sizeSlug":"large"}

ଆପଣମାନେ ଭାବୁଥିବେ ନାୟକ ବାପିଙ୍କ ଏହି ଫୋଟୋ ଏକ ରଙ୍ଗମଞ୍ଚର । ଯଦି ଭାବୁଛନ୍ତି ତାହା ପୂରା ଭୁଲ । ଏହା ହେଉଛି କେରଳର ପ୍ରସିଦ୍ଧ ପଦ୍ନନାଭମ ମନ୍ଦିର । ଯେଉଁଠି ବାପି ପତ୍ନୀ ସହ ଧୂତି ପିନ୍ଧିଛନ୍ତି । ଏକା ବାପି ନୁହଁ, ତାଙ୍କ ପତ୍ନୀ କୁନି ବି ଧୋତି ପିନ୍ଧିଛନ୍ତି ।  ଖୁସିରେ ଏଭଳି ବେଶ ନୁହଁ । ମନ୍ଦିର ପରମ୍ପରାରେ ଏହା ରହିଛି । ଯେଉଁ ଭକ୍ତ ଆସିବେ, ସେ ମହିଳା ହେଉ ବା ପୁରୁଷ, ସେମାନେ ଧୋତି ପିନ୍ଧି ନାରାୟଣଙ୍କ ଦର୍ଶନ କରିବେ । ଏହି ପରମ୍ପରା ବାପିଙ୍କୁ ଯେତିକି ଖୁସି ଦେଇଛି । ତାଠୁ ବେଶୀ ଆନନ୍ଦ ପାଇଛନ୍ତି କୁନି । କୁନି କହିଛନ୍ତି, ଧୋତି ପିନ୍ଧିବା ପରେ ବାପିଙ୍କ ସହ  ଚାଲି ଚାଲି ଭଗବାନଙ୍କ ଦର୍ଶନା ଥିଲା ମୋ ପାଇଁ ନିଆରା ଅନୁଭୂତି ।

{"id":206867,"sizeSlug":"large"}

 ବାପିଙ୍କ ଏହି ଭ୍ରମଣ ପଛରେ ରହିଛି ମଜାଦାର କଥା । ବ୍ୟସ୍ତ ଜୀବନ  ଭିତରେ ବାପି କୁନିଙ୍କ ପ୍ରତି ସମୟ ଦେଇ ପାରୁ ନ ଥିଲେ । ଏଥିପାଇଁ କୁନି ସବୁବେଳେ ଅଭିମାନ କରୁଥିଲେ । କୁନି ଅଳି କରୁଥିଲେ,  ଆଉ କହୁଥିଲେ-ମୋତେ କନ୍ୟାକୁମାରୀ କେବେ ନେବ । ଯାତ୍ରା ଅବସର ବିରତିରେ ବାପି କୁନିଙ୍କ ଏହି ସରପ୍ରାଇଜ ଦେଇଛନ୍ତି । ଭୁବନେଶ୍ୱରରୁ ଚେନ୍ନାଇ ଏରୋପ୍ଲେନରେ ଯାତ୍ରା କରିଛନ୍ତି । ତ୍ରିଭେନ୍ଦ୍ରମର ପଦ୍ମନାଭମ ମନ୍ଦିରରେ ନାରାୟଣ ଦର୍ଶନ, ଶୁସିନ୍ଦ୍ରୀୟମ ମହାବୀର, କନ୍ୟାକୁମାରୀର,  ସ୍ୱାମୀ ବିବେକାନନ୍ଦ ରୋକ,  ସମଦ୍ର ମଝିରେ ପାର୍ବତୀ ଦର୍ଶନ, କଭଲମ, ରାମେଶ୍ୱରମ-ଭାୟା ମଦୁରାଇ, ତିରୁପତି, ପଣ୍ଡିଚେରୀ, ଚେନ୍ନାଇ ଆଦି ଅଞ୍ଚଳ ଭ୍ରମଣ କରି ଫେରିବାକୁ ବାପ-କୁନି ଯୋଜନା କରିଛନ୍ତି । କେରଳ, ତାମିଲନାଡ଼ୁ, ହାଇଦ୍ରାବାଦ ଆଦି ଅଞ୍ଚଳର ମନଲୋଭା ସ୍ଥାନ ଭ୍ରମଣ କରୁଛନ୍ତି ।

{"id":206868,"sizeSlug":"large"}

ପତ୍ନୀଙ୍କ ସହ ଆକାଶରେ ଉଡ଼ି ଉଡ଼ି ଯାଇଥିବା ବାପି କେଉଁଠି ବୋଟିଂ କରୁଛନ୍ତି ତ ଆଉ କେଉଁଠି ଟଏ ଟ୍ରେନରେ  ବସି ମଜା ନେଉଛନ୍ତି ।  ଏଭଳି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଫଟୋକୁ ବାପି ଛାଡ଼ି ନାହାନ୍ତି । ତାଙ୍କ ସାଙ୍ଗମାନେ ଭାଇରାଲ କରିବାରେ ଲାଗିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.