କରୋନା ମୁକାବିଲାରେ ଓଡିଶା ସୃଷ୍ଟି କରିଛି ଉଦାହରଣ: ଏହି ୪ଟି ପଦକ୍ଷେପ ଆଗରେ ହାର୍ ମାନିଲା ମାରାତ୍ମକ ଭାଇରସ
17/04/2020 at 4:07 PM

ଭୁବନେଶ୍ୱର, ୧୭|୦୪: କରୋନା ଭାଇରସ ସଂକ୍ରମଣରେ ଭାରତରେ ୧୨ ହଜାରରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇସାରିଛନ୍ତି । କେବଳ ମହାରାଷ୍ଟ୍ର, ରାଜସ୍ଥାନ, ମଧ୍ୟପ୍ରଦେଶ ଓ ନୂଆଦିଲ୍ଲୀ ଓ ତାମିଲନାଡୁରେ କେବଳ ସଂକ୍ରମିତଙ୍କ ସଂଖ୍ୟା ହେଉଛି ୮ ହଜାରରୁ ଅଧିକ । ଏହା ମଧ୍ୟରେ ଅନେକ ଛୋଟ ବଡ ରାଜ୍ୟରେ କରୋନା ହାର ମାନିଛି । ଓଡିଶା ଏହି ରାଜ୍ୟ ତାଲିକାରେ ପ୍ରଥମରେ ରହିଛି ।
କରୋନା ଲଢେଇରେ ଓଡିଶା ସାରା ଦେଶରେ ଉଦାହରଣ ସୃଷ୍ଟି କରିଛି । ଏଠାରେ ପ୍ରାୟ ୫ କୋଟି ଜନସଂଖ୍ୟାରେ କରୋନା ସଂକ୍ରମିତ ହେଉଛନ୍ତି ୬୦ । ଏଥି ମଧ୍ୟରୁ ୪୬ଜଣ କେବଳ ଭୁବନେଶ୍ୱରର ହୋଇଥିବା ବେଳେ ୧୨ଜଣ ସୁସ୍ଥ ହୋଇ ସାରିଛନ୍ତି । ସେହିପରି ଭଦ୍ରକରେ ୩, ସୁନ୍ଦରଗଡ,କେନ୍ଦ୍ରାପଡା, କଳାହାଣ୍ଡି, ଯାଜପୁରରେ ମଧ୍ୟ ୨ଜଣ ସଂକ୍ରମିତ ରହିଛନ୍ତି। ଏହା ମଧ୍ୟରୁ କେବଳ ଜଣେ ସଂକ୍ରମିତ ପ୍ରାଣ ହରାଇଥିବ ବେଳେ ମୋଟ ୧୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ରାଜ୍ୟ ଆଇଟି ସଚିବ ମନୋଜ ମିଶ୍ରଙ୍କ କହିବାନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭରୁ କରୋନା ବିରୋଧରେ ମୁକବିଲାକୁ ଜୋରଦାର କରିଛନ୍ତି । ସେ ନେଇଥିବା ୪ଟି ପଦକ୍ଷେପ ପାଇଁ ଓଡିଶା ଭଲ ସ୍ଥିତିରେ ରହିଛି ।
କଣ ଏହି ଚାରୋଟି ପଦକ୍ଷେପ
ସେଲ୍ଫ ରେଜିଷ୍ଟ୍ରେସନ୍ ପୋର୍ଟାଲ
ଓଡିଶା ସରକାର ମାର୍ଚ୍ଚ ୧୨ ତାରିଖରେ ଏକ ସେଲ୍ଫ ରେଜିଷ୍ଟ୍ରେସନ ପୋର୍ଟାଲ ପ୍ରସ୍ତୁତ କରିଥିଲେ । ଏଥିରେ ମାର୍ଚ୍ଚ ୪ ପୂର୍ବରୁ ଓଡିଶା ଆସିଥିବା ଲୋକଙ୍କୁ ରେଜିଷ୍ଟ୍ରେସନ କରିବା ପାଇଁ କୁହାଯାଇଥିଲା । ସତେବେଳେ ରାଜ୍ୟରେ ଗୋଟିଏ ହେଲେ ମାମଲା ଆସିନଥିଲା । ଯେଉଁମାନେ ପୋର୍ଟାଲରେ ରେଜିଷ୍ଟ୍ରେସନ କରିଛନ୍ତି ସେମାନଙ୍କୁ ୧୪ଦିନିଆ ହୋମ କ୍ୱାରେଣ୍ଟାଇରେ ରହିଥିଲେ । ରାଜ୍ୟ ସରକାର ସେମାନଙ୍କୁ ୧୫ ହଜାର ଟଙ୍କା ମଧ୍ୟ ଦେଇଥିଲେ ।. ତେଣୁ ଲୋକମାନେ ରେଜିଷ୍ଟ୍ରେସନ ପାଇଁ ଆଗ୍ରହ ପ୍ରକାଶ କରିଥିଲେ ।
କ୍ୱାରେଣ୍ଟାଇନରେ ରହୁଥିବା ଲୋକଙ୍କ ପାଇଁ କଲ୍ ସେଣ୍ଟର
ହୋମ୍ କ୍ୱାରଣ୍ଟାଇନରେ ରହୁଥିବା ଲୋକଙ୍କୁ ପ୍ରତିଦିନ ଅପଡେଟ୍ ନିଆଯାଉଥିଲା । କିଛି ଲୋକ କ୍ୱାରେଣ୍ଟାଇନରେ ନରହି ବାହାରେ ବୁଲୁଥିଲେ । ଏହାକୁ ରୋକିବା ପାଇଁ ସେମାନଙ୍କ ପରିବାର ଲୋକଙ୍କ ସହ ନିରନ୍ତର ସମ୍ପର୍କ ରକ୍ଷା କରାଯାଉଥିଲା ।
ମାର୍ଚ୍ଚ ୨୨ରୁ ଓଡିଶାରେ ଲକଡାଉନ୍
ଦେଶରେ ପ୍ରଥମ ରାଜ୍ୟ ଭାବେ ଓଡିଶା ଲକଡାଉନ୍ ବାବଦରେ ଘୋଷଣା କରିଥିଲା । ସରକାର ମାର୍ଚ୍ଚ ୨୨ରୁ ଲକଡାଉନ ବାବଦରେ ଘୋଷଣା କରିଥିଲେ । ସେହିଦିନ ଯାଏଁ ରାଜ୍ୟରେ ମାତ୍ର ଗୋଟିଏ କରୋନା ଆକ୍ରାନ୍ତ ଥିଲେ ।
ପ୍ରଥମ କୋଭିଡ୍ ହସ୍ପିଟାଲ
ରାଜ୍ୟ ସରକାର କରୋନା ଆକ୍ରାନ୍ତଙ୍କ ପାଇଁ କୋଭିଡ ହସ୍ପିଟାଲ ନିର୍ମାଣ କରିଥିଲେ । ସେତେବେଳେ ମାମଲା ନଥିବା ସତ୍ୱେ କାହିଁକି ଏହାକୁ ନିର୍ମାଣ କରାଗଲା ବୋଲି କୁହାଯାଇଥିଲା । ବିଦେଶରେ ସାଧାରଣ ହସ୍ପିଟାଲରେ ଆକ୍ରାନ୍ତଙ୍କ ଚିକିତ୍ସା କରାଯାଉଥିଲା । କିନ୍ତୁ କେନ୍ଦ୍ର ସରକାର ପ୍ରତି ରାଜ୍ୟକୁ ପୃଥକ ହସ୍ପିଟାଲ ତିଆରି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସରକାର ୨ ଦିନରେ ୫୦୦-୫୦୦ ଶଯ୍ୟା ବିଶିଷ୍ଟ ୨ଟି ହସ୍ପିଟାଲ ପ୍ରସ୍ତୁତ କରିଥିଲେ ।