Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

କୋଭିଡ୍‌ ଟିକାକରଣ: ବିଶ୍ବରେ ଭାରତ ଏକ ନମ୍ବର, ସାରା ଦେଶରେ ଓଡ଼ିଶା ନମ୍ବର ଓ୍ବାନ ରାଜ୍ୟ

28/01/2021 at 10:36 PM

ଭୁବନେଶ୍ବର ୨୮/୦୧: କରୋନା ଟିକାକରଣରେ ବିଶ୍ବରେ ଭାରତ ଅଗ୍ରଣୀ ଦେଶ। ଦେଶରେ ଓଡ଼ିଶା ଆଗୁଆ। ଏବେ ସୁଦ୍ଧା ରାଜ୍ୟରେ ୧.୫ ଲକ୍ଷ ହିତାଧିକାରୀଙ୍କୁ କୋଭିଡ୍ ଟିକା ଦିଆଯାଇଛି । ପ୍ରତି ୧୦ ଲକ୍ଷ ଲୋକରେ ରାଜ୍ୟରେ କୋଭିଡ୍ ଟିକା ନେଇଛନ୍ତି ୩୪୫୨.୮୧ ଜଣ । ସରକାର ଟିକାକରଣ ପ୍ରକ୍ରିୟାକୁ ସୁରୁଖୁରରେ ସମ୍ପାଦିତ କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି । ପ୍ରତି ଦଶ ଲକ୍ଷ ଲୋକରେ ୩୪୫୨.୮୧ ଜଣଙ୍କୁ କୋଭିଡ୍ ଟିକା ଦେଇ ଦେଶରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି । ସେହିଭଳି ଦେଶରେ ସର୍ବାଧିକ ଟିକାକରଣ ହୋଇଥିବା ରାଜ୍ୟ ମଧ୍ୟରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି । ରାଜ୍ୟରେ ଏଯାବତ୍ ୧ ଲକ୍ଷ ୫୨ ହଜାର ୩୭୧ ଜଣଙ୍କୁ ପ୍ରଥମ ପର୍ଯ୍ୟାୟରେ କୋଭିଡ୍ ଟିକା ଦିଆଯାଇଛି ।

କୋଭିଡ ଟିକାକରଣ ମାମଲାରେ ଦେଶରେ ‘ଲାକ୍ଷାଦୀପ’ ଆଗରେ ରହିଛି। ଏହା ପଛକୁ ଓଡ଼ିଶା ରହିଛି। କିନ୍ତୁ ଲାକ୍ଷାଦୀପ ଏକ କେନ୍ଦ୍ରଶାସିତ ଅଞ୍ଚଳ ହୋଇଥିବା ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଶୀର୍ଷରେ ରହିଛି। ଓଡ଼ିଶା ପଛକୁ ହରିୟାଣା, ଆଣ୍ଡାମାନ ନିକୋବର ଦୀପପୁଞ୍ଜ, ରାଜସ୍ଥାନ, ତ୍ରିପୁରା, ମିଜୋରାମ,ତେଲେଙ୍ଗାନା, ଆନ୍ଧପ୍ରଦେଶ, କର୍ଣ୍ଣାଟକ ଓ ମଧ୍ୟପ୍ରଦେଶ ରହିଛି।

ଅନ୍ୟପଟେ ବିଶ୍ବରେ ଭାରତ ଏକ ନମ୍ବର। ଟିକାକରଣ ମାମଲାରେ ଭାରତ ବିଶ୍ବ ପାଇଁ ରୋଲ୍‌ ମଡେଲ୍‌ ପାଲଟିଛି। ସେହିଭଳି ଦେଶରେ ଓଡ଼ିଶା ଏକ ନମ୍ବର ହୋଇଥିବା ବେଳେ ରାଜ୍ୟର ଟିକାକରଣ ବ୍ୟବସ୍ଥାକୁ ନେଇ ଦେଶରେ ଚର୍ଚ୍ଚା ହେଉଛି। ଭାରତରେ କେବଳ ୬ ଦିନରେ ୧୦ ଲକ୍ଷ କୋଭିଡ ଟିକାକରଣ ହୋଇଛି। ଏହି ଲକ୍ଷ ହାସଲ କରିବାକୁ ଆମେରିକାକୁ ୧୦ ଦିନ ଲାଗିଥିଲା। ସେହିଭଳି ଏକ ମିଲିୟନ ଟିକା ଲଗାଇବାକୁ ସ୍ପେନ୍‌ ୧୨ ଦିନ ଲଗାଇଥିବା ବେଳେ ଇସ୍ରାଏଲରେ ୧୪ ଦିନ, ବ୍ରିଟେନ୍‌ରେ ୧୮ ଦିନ, ଇଟାଲିରେ ୧୯ ଦିନ ସମୟ ଲାଗିଥିଲା। ଜର୍ମାନୀକୁ ୨୦ ଦିନ ଲାଗିଥିବା ବେଳେ ୟୁଏଇକୁ ୨୭ ଦିନ ଲାଗିଛି ବୋଲି ଗୁରୁବାର କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି।

   Related Posts