ସୁଶାସନ ତାଲିକାର ୧୪ ନମ୍ବର ସ୍ଥାନରେ ଓଡ଼ିଶା: ରାଜ୍ୟ ସରକାରଙ୍କ ଦାବି ଉପରେ ପ୍ରଶ୍ନବାଚୀ

Published By : Prameya-News7 Bureau | December 27, 2019 IST

ଭୁବନେଶ୍ବର ୨୭/୧୨: ଗୁଡ ଗଭର୍ଣ୍ଣାନସ ଇଣ୍ଡେକ୍ସ, ବା ସୁଶାସନ ତାଲିକାରେ ଓଡିଶାର ସ୍ଥାନ ୧୪ ନମ୍ବର । ସାରା ଦେଶର ୧୮ଟି ବଡ ରାଜ୍ୟରେ ଶାସନ କିଭଳି ଚାଲିଛି ତାଉପରେ ମିନିଷ୍ଟ୍ରି ଅଫ୍ ପର୍ସୋନେଲ ଓ ପବ୍ଲିକ୍ ଗ୍ରିଭାନସେସ୍ ପକ୍ଷରୁ ପ୍ରକାଶିତ ତାଲିକାରେ ଓଡିଶା ୧୪ ତମ ସ୍ଥାନ ବା ତଳ ଆଡୁ ୪ ନମ୍ବରରେ ରହିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସଦ୍ୟ ପ୍ରକାଶିତ ଏହି ରିପୋର୍ଟ ଦେଖି ବିରୋଧି ରାଜ୍ୟ ସରକାରଙ୍କ ସୁଶାସନ ଦାବି ଉପରେ ପ୍ରଶ୍ନବାଚୀ ଲଗାଇଛନ୍ତି । ଓଡିଶା ଯଦି ତଳ ଆଡୁ ୪ ନମ୍ବର ତାହେଲେ ଲଗାତର ୫ ଥର ଶାସନକୁ ଆସି ବିଜେଡି ସରକାର କଣ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିରୋଧି । ମୋ ସରକାର, 5T ଠୁ ଆରମ୍ଭ କରି କାହିଁ କେତେ ଯୋଜନା ରହିଛି ହେଲେ ଏସବୁ କାମରେ ଫଳି ପ୍ରତିଫଳିତ ହେଉନାହିଁ ବୋଲି ବିରୋଧୀ ଆକ୍ଷେପ କରିଛନ୍ତି । ସରକାରୀ ଯୋଜନା ଲୋକଙ୍କ ପାଖରେ ପହଁଞ୍ଚୁନଥିବାରୁ ଓଡିଶା ଆଜି ସବୁ କ୍ଷେତ୍ରରେ ପଛେଇ ଯାଇଛି ବୋଲି ବିରୋଧି କହିଛନ୍ତି।

{"id":203438,"sizeSlug":"large"}

କେନ୍ଦ୍ର ସରକାରଙ୍କ ମିନିଷ୍ଟ୍ରି ଅଫ୍ ପର୍ସୋନେଲ ଓ ପବ୍ଲିକ୍ ଗ୍ରିଭାନସେସ୍ ୧୦ଟି କ୍ଷେତ୍ର ଉପରେ ସାରା ଦେଶର ସୁଶାସନର ଢାଞ୍ଚା ମାପିଥିଲେ । କୃଷି, ସ୍ବାସ୍ଥ୍ୟ, ଶିଳ୍ପ ଓ ବାଣିଜ୍ୟ, ଭିତ୍ତିଭୂମି, ଅର୍ଥନୀତି ସୁପରିଚାଳନା, ମାନବ ସମ୍ବଳ ଆଦି ୧୦ ଟି ବିଭାଗରେ ରାଜ୍ୟଗୁଡ଼ିକର ପରଫରମାନ୍ସ ମାପିଥିଲେ ।

{"id":203439,"sizeSlug":"large"}

କୃଷିରେ ମଧ୍ୟପ୍ରଦେଶ ୧ ନମ୍ବର ସ୍ଥାନରେ ଥିବାବେଳେ, ଶିଳ୍ପ ଓ ବାଣିଜ୍ୟରେ ଅଛି ଝାଡଖଣ୍ଡ ଆଗରେ । ସ୍ବାସ୍ଥ୍ୟରେ କେରଳ ଆଗରେ ଥିବାବେଳେ ଭିତ୍ତିଭୂମିରେ ତାମିଲନାଡୁ ୧ ନମ୍ବର । ଅର୍ଥନୀତି ପରିଚାଳନାରେ କର୍ଣ୍ଣାଟକ ୧ ନମ୍ବରରେ ଥିବା ବେଳେ ମାନବ ସମ୍ବଳରେ ଗୋଆ ସବୁଠୁ ଆଗରେ । ହେଲେ ଓଡିଶା କୈଣସି ଗୋଟିଏ ବି କ୍ଷେତ୍ରରେ ଆଗରେ ନାହିଁ । ବିଜେଡିର ଯୁକ୍ତି ୨୦୦୦ ମସିହାରେ ରାଜ୍ୟର କର୍ମଚାରୀ ଦରମା ପାଉନଥିଲେ, ଏବେ ସ୍ଥିତି ପୁରା ଓଲଟା । ବର୍ଷକୁ ୩୬୦ ଦିନ ଟ୍ରେଜେରୀ ବନ୍ଦ ରହୁଥିଲା । ଋଣଭାର ବଢିଥିଲା । ଏବେ ସୁଶାସନ ଯୋଗୁଁ ଲୋକଙ୍କ ଜୀବନ ଧାରଣ ମାନ ବଦଳିଛି ।

{"id":203442,"sizeSlug":"large"}

କେନ୍ଦ୍ରର ଏହି ଇଣ୍ଡେକ୍ସ ରାଜ୍ୟ ସରକାର ପ୍ରଶାସନିକ ବ୍ୟବସ୍ଥାରେ କି କି  ପରିବର୍ତନ ଆଣୁଛନ୍ତି ତା ଉପରେ ନଜର।  

{"id":203443,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.