ସ୍ବାସ୍ଥ୍ୟସେବା କ୍ଷେତ୍ରରେ ନୀତି ଆୟୋଗ ରିପୋର୍ଟରେ ଓଡିଶା ତଳକୁ ଖସିଛି: ବିଧାନସଭାରେ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ

Published By : Prameya-News7 Bureau | June 26, 2019 IST

ଭୁବନେଶ୍ବର୨୬|୬: ରାଜ୍ୟରେ ସ୍ବାସ୍ଥ୍ୟସେବାର ନଗ୍ନ ଚିତ୍ରକୁ ନେଇ ଗୃହରେ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଛନ୍ତି ବିରୋଧୀ । ନୀତି ଆୟୋଗ ରିପୋର୍ଟ ଅନୁଯାୟୀ ଗତବର୍ଷ ତୁଳନାରେ ଓଡ଼ିଶା ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଗୋଟେ ପାଦ ତଳକୁ ଖସିଛି । ଟୀକାରଣରେ ସରକାରୀ ବିଫଳତା ଏହାର ମୁଖ୍ୟ କାରଣ । ଏହାକୁ ମୁଲତବୀ ପ୍ରସ୍ତାବ ଆକାରରେ ଆଣି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି ଉଭୟ ବିଜେପି ଆଉ କଂଗ୍ରେସ । ….

{"id":127485,"width":581,"height":371}

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସରକାରଙ୍କ ବିଫଳତାକୁ ନେଇ ଉଭୟ ବିଜେପି ଓ କଂଗ୍ରେସର ଟାର୍ଗେଟ୍‌ । ନୀତି ଆୟୋଗ ରିପୋର୍ଟ ଅନୁଯାୟୀ ଗତବର୍ଷ ତୁଳନାରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଗୋଟିଏ ପାଦ ତଳକୁ ଖସିଛି ଓଡ଼ିଶା । ୨୧ଟି ବଡ଼ ରାଜ୍ୟ ଭିତରୁ ୨୦୧୮ରେ ଓଡ଼ିଶା ୧୮ତମ ସ୍ଥାନରେ ଥିବା ବେଳେ ଏଥର ୧୯କୁ ଖସିଛି । ଟୀକାକରଣରେ ସରକାରୀ ବିଫଳତା ଏହାର ମୁଖ୍ୟ କାରଣ । ଟିବି ଚିକିତ୍ସା କ୍ଷେତ୍ରରେ ମଧ୍ୟ ଓଡ଼ିଶାକୁ ସଫଳତା ମିଳିନାହିଁ । ରାଜ୍ୟର ସରକାରୀ ଡାକ୍ତରଖାନାରେ ଡାକ୍ତର ଅଭାବ ଠାରୁ ଆରମ୍ଭ କରି ନିମ୍ନମାନର ଔଷଧ ଯୋଗାଣ ଗୃହରେ ସବୁ କିଛିର ଲମ୍ବା ଅଭିଯୋଗ ଥୋଇଛନ୍ତି ବିରୋଧୀ ।

{"id":127487,"width":586,"height":365}

ସେପଟେ ବିରୋଧୀଙ୍କ ସବୁ ଅଭିଯୋଗର ଉତ୍ତର ଦେବାକୁ ଚେଷ୍ଟା କରିଥିଲେ ସ୍ବାସ୍ଥ୍ୟମନ୍ତ୍ରୀ । କହିଥିଲେ ଜାତୀୟ ସ୍ବାସ୍ଥ୍ୟ ସର୍ଭେ ରିପୋର୍ଟ ମୁତାବକ ଓଡ଼ିଶାର ୯୧ ପ୍ରତିଶତ ଲୋକ ସରକାରୀ ଡାକ୍ତରଖାନା ଉପରେ ନିର୍ଭରଶୀଳ । ଶିଶୁ ଓ ମାତୃମୃତ୍ୟୁ ହାର କମାଇବାରେ ଓଡ଼ିଶା ସାରା ଦେଶରେ ରେକର୍ଡ଼ କରିଛି । ପ୍ରତିବର୍ଷ ସରକାର ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ଅଧିକରୁ ଅଧିକ ବ୍ୟୟ ବରାଦକରୁଛନ୍ତି  । ଏବେ ସ୍ବାସ୍ଥ୍ୟ ବିଭାଗର ବଜେଟ୍‌ ୭ହଜାର କୋଟି ଛୁଇଁଛି । ସେହିଭଳି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ୭୦ ଲକ୍ଷ ପରିବାରର ସାଢେ ୩କୋଟି ଲୋକଙ୍କୁ ସାମିଲ କରାଯାଇଛି । ଏକ ସୁସ୍ଥ ଓଡିଶା ଓ ସୁଖୀ ଓଡିଶା ଗଠନ ସହ ସମସ୍ତଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇଦେବା ଲାଗି ସରକାର ଯେଉଁ ମିଶନ ନେଇଛନ୍ତି ତାହା ରାଜ୍ୟର ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଉନ୍ନତ କରିଛି ବୋଲି କହିଥିଲେ ସ୍ବାସ୍ଥ୍ୟମନ୍ତ୍ରୀ ।

{"id":127488,"width":583,"height":350}

 

ମନ୍ତ୍ରୀଙ୍କ ଉତ୍ତର କିନ୍ତୁ ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରିନଥିଲା । ଫଳରେ ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟ ଏହାର ପ୍ରତିବାଦରେ କକ୍ଷ ତ୍ୟାଗ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.