Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ରାଜ୍ୟର କାମଚଳା ବଜେଟ୍ : ମୋଟ୍ ବ୍ୟୟ ଅଟକଳ ୧ଲକ୍ଷ ୩୨ ହଜାର ୬୬୦ କୋଟି, କାଳିଆ ଯୋଜନା ପାଇଁ ୪୪୬୧ କୋଟି

7/02/2019 at 5:57 PM

ଭୁବନେଶ୍ବର ୭|୧: ଉପସ୍ଥାପନ ହେଲା ନବୀନ ସରକାରଙ୍କ ଚତୁର୍ଥ ପାଳିର ଶେଷ ବଜେଟ୍ । ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଆଜି ଅନ୍ତରୀଣ ବଜେଟ୍ ଉପସ୍ଥାପିତ କରିଛନ୍ତି ।  ଆସନ୍ତା ଆର୍ଥିକ ବର୍ଷର ପ୍ରଥମ ୪ମାସ ପାଇଁ କାମ ଚଳା ବଜେଟ୍‌ ଉପସ୍ଥାପନ ହୋଇଛି ।   ଜାତୀୟ ଅଭିବୃଦ୍ଧି ହାରଠାରୁ ଓଡ଼ିଶା ଅଭିବୃଦ୍ଧି ହାର ଅଧିକ ରହିଛି ବୋଲି ଘୋଷଣା କରିଥିଲେ । ଜାତୀୟ ଅଭିବୃଦ୍ଧି ହାର ୭.୧ ପ୍ରତିଶତ ଥିବାବେଳେ ଓଡ଼ିଶାରେ ୮ ପ୍ରତିଶତ ରହିଛି । ସେହିଭଳି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ପାଇଁ ବ୍ୟୟବରାଦକୁ ଗୃହରେ ପେଶ୍‌ କରିଥିଲେ ଅର୍ଥମନ୍ତ୍ରୀ । ଏବେ ନଜର ପକାଇବା ଚଳିତ ବଜେଟ୍‌ରେ କେଉଁ କେଉଁ ଗୁରୁତ୍ବପୂର୍ଣ୍ଣ ଦିଗ ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି ।

ମୋଟ୍ ବ୍ୟୟ ଅଟକଳ ୧ଲକ୍ଷ୍ୟ ୩୨ ହଜାର ୬୬୦ କୋଟି ।

କାଳିଆ ଯୋଜନା ପାଇଁ ୪୪୬୧ କୋଟି ।

କୃଷି ଋଣ ସୁଧ ରିହାତି ପାଇଁ ୮୦୦ କୋଟି ।

ପିଠା ଯୋଜନାରେ ୪୦୦ କୋଟିର ବ୍ୟବସ୍ଥା ।

ବସୁଧା ଯୋଜନାରେ ୨୯୩୫ କୋଟି ।

ମଧୁବାବୁ ପେନସନ ଯୋଜନା ପାଇଁ ୨୧୨୦ କୋଟି ।

ଟଙ୍କିକିଆ ଚାଉଳ ଯୋଜନା ପାଇଁ ୧୦୨୮ କୋଟି ।

ମିଶନ ଶକ୍ତି ଯୋଜନା ପାଇଁ ୩୦୧ କୋଟି ।

ମମତା ଯୋଜନା ପାଇଁ ୩୦୫ କୋଟି ।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୮୬୪ କୋଟି ।

ଗୋପବନ୍ଧୁ ଗ୍ରାମୀଣ ଯୋଜନା ୫୦୦ କୋଟି ।

ବିଜୁ ଯୁବ ବାହିନୀ ଯୋଜନା ପାଇଁ ୧୦୫ କୋଟି ।

ପାର୍ବତୀ ଗିରି ବୃହତ ଉଠାଜଳସେଚନ ପାଇଁ ୧୭୭୭ କୋଟି ।

ଜଳକ୍ଷେତ୍ର ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟକ୍ରମ ପାଇଁ ୧୪୬୫ କୋଟି ।

ସଡକ ଉନ୍ନୟନ କାର୍ଯ୍ୟକ୍ରମ ପାଇଁ ୧୩ ଶହ କୋଟି ।

ଏସସି/ଏସଟି ପ୍ରାକ୍ ମାଟ୍ରିକ୍ ଓ ମାଟ୍ରିକ୍ ବୃତ୍ତି ପାଇଁ ୯୫୯ କୋଟି ।

୩୩/୧୧କେଭି ସବଷ୍ଟେସନ ପାଇଁ ୫୩୩ କୋଟି ।

ବିଜୁ ସେତୁ ଯୋଜନା ପାଇଁ ୫୦୦କୋଟି ।

ରେଳ ପ୍ରକଳ୍ପର ଉନ୍ନତିକରଣ ପାଇଁ ୪୧୦କୋଟି ।

ଆଡିବନ୍ଧ ନିର୍ମାଣ ପାଇଁ ୩୫୭କୋଟି ।

ମୁଖ୍ୟମନ୍ତ୍ରୀ ସଡକ ଯୋଜନା ପାଇଁ ୩୫୦ କୋଟି ।

ଓଡିଶା ଆଦର୍ଶ ବିଦ୍ୟାଳୟ ପାଇଁ ୩୦୦କୋଟି ।

ରାଜଧାନୀ ବିଦ୍ୟୁତିକରଣ ପାଇଁ ୧୯୦କୋଟି ।

ଆଇପିଆର ଅନ୍ତର୍ଗତ ପ୍ରୋତ୍ସାହନ ପାଇଁ ୧୮୮ କୋଟି ।

ବିହନ, ସାର ଓ କପର୍ସ ପାଣ୍ଠି ପାଇଁ ୨୬୦ କୋଟି ।

   Related Posts