Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରୁ ଶିଶୁଙ୍କ ସୁରକ୍ଷା ପାଇଁ କମିଟି ଗଠନ, ସବୁ କୋଭିଡ୍ ହସ୍ପିଟାଲ୍ରେ ହେଲ୍ପ ଡେସ୍କ ବାଧ୍ୟତାମୂଳକ
  • ||
  • ଜଟିଳ ହେବାରେ ଲାଗିଛି ଭୁବନେଶ୍ଵରରେ କରୋନା ସ୍ଥିତି, ଆଜି ୧୩୫୩ ପଜିଟିଭ୍ ଚିହ୍ନଟ
  • ||
  • ଜୁନ ୧୫ ଯାଏଁ ଶ୍ରୀମନ୍ଦିର ବନ୍ଦ, ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନର ବଡ ନିଷ୍ପତ୍ତି
  • ||
  • ଆଜି ସୁସ୍ଥରେ ରେକର୍ଡ, ସୁସ୍ଥ ହୋଇ ଘରକୁ ଫେଲେ ୧୨୦୭୭ ଆକ୍ରାନ୍ତ
  • ||
  • ୧୭ ମେ ସୋମବାର ଖୋଲିବ କେଦାରନାଥ ଧାମ କବାଟ ।। ତୀର୍ଥ ପୁରୋହିତ ସୀମିତ ସଂଖ୍ୟକ ଲୋକଙ୍କ ଉପସ୍ଥିତିରେ ବିଧିବିଧାନ ସହ କବାଟ ଖୋଲିବ ।। ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଜନତାଙ୍କ କଲ୍ୟାଣ ନିମନ୍ତେ ହେବ ପ୍ରଥମ ପୂଜା ।।
  • ||
  • ଆଗାମୀ ୩ ଦିନରେ ରାଜ୍ୟକୁ ମିଳିବ ଭ୍ୟାକସିନ୍‌ର ୫୧ ଲକ୍ଷ ଡୋଜ୍‌
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ, ନେଇପାରେ ଅବପାତର ରୂପ
  • ||
  • ସଂକ୍ରମଣ ସାମାନ୍ୟ କମିଲା : ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୧୧ ହଜାରରୁ ଅଧିକ ପଜିଟିଭ୍, ୪୦୭୭ ମୃତ
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୭୩୨ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୩୧୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଆଉ ଜଣେ ଅଧିକାରୀ ଗିରଫ, କାଲି ଗିରଫ ହୋଇଥିଲେ ସିଏଫଓ

2/11/2020 at 4:42 PM

ଭୁବନେଶ୍ବର ୨।୧୧: ସାରୁଅ ଜମି କେଳେଙ୍କାରୀ ମାମଲାରେ ତନାଘନା ଜାରି ରହିଛି । ଏହି ଜମି କେଳେଙ୍କାରୀ ମାମଲାରେ ଓଡିଶା ଇନଫ୍ରାଟେକ୍ ପ୍ରାଇଭେଟ୍‌ ଲିମିଟେଡ୍‌ (ଓଆଇପିଏଲ୍‌)ର ଆଉ ଜଣେ ଅଧିକାରୀ ଗିରଫ ହୋଇଛନ୍ତି । ଓଡିଶା ଇନଫ୍ରାଟେକ୍ ର ଗିରଫ ହୋଇଥିବା ଏହି ଅଧିକାରୀଙ୍କ ନାଁ ଶିବପ୍ରସାଦ ଶ୍ରୀଚନ୍ଦନ । ଶିବପ୍ରସାଦଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ।

ସାରୁଅ ଜମି ଦୁର୍ନିତୀ ମାମଲାରେ ତାଙ୍କ ସଂପୃକ୍ତି ଥିବା କ୍ରାଇମବ୍ରାଞ୍ଚକୁ ସୁରାକ ମିଳିଛି । ଦୀର୍ଘ ୪ ଘଣ୍ଟାର ଜେରା ପରେ ଇଓଡବ୍ଲୁ ଗିରଫ କରିଛି । ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କ୍ୟାପିଟାଲ ହସ୍ପିଟାଲରେ କରାଯାଇଛି ।

ପୂର୍ବରୁ ଓଡି଼ଶା ଇନ୍‌ଫ୍ରାଟେକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ର ଅନ୍ୟତମ ନିର୍ଦ୍ଦେଶକ ତଥା ‘ଓଟିଭି’ର ଚିଫ୍‌ ଫାଇନାନ୍ସ ଅଫିସର (ସିଏଫ୍‌ଓ) ମନୋରଞ୍ଜନ ଷଡଙ୍ଗୀ ଗିରଫ ହୋଇଥିଲେ । ଅନୁସୂଚିତ ଜାତିଙ୍କ ଜମି ହଡ଼ପ ନେଇ ୩ଟି ମାମଲାରୁ ଗୋଟିଏ ମାମଲାର ତଦନ୍ତରେ କ୍ରାଇମ୍‌ବ୍ରାଞ୍ଚର ଇଓଡବ୍ଲ୍ୟୁ ଟିମ୍‌ ସଂସ୍ଥାର ସିଏଫ୍‌ଓଙ୍କୁ ହେପାଜତକୁ ନେଇଥିଲା । ସାରୁଅ ଜମି ହଡପ ମାମଲାରେ ଗିରଫ ସଂଖ୍ୟା ଦୁଇକୁ ବୃଦ୍ଧି ପାଇଛି । ମନୋରଞ୍ଜନ ଷଡଙ୍ଗୀଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ । ରିମାଣ୍ଡ ଅବଧି ସରିବା ପରେ ଆସନ୍ତା ୩ ତାରିଖରେ ତାଙ୍କୁ ପୁଣି ଅଦାଲତରେ ହାଜର କରାଯିବ ।

   Related Posts