ମେକ ଇନ ଓଡ଼ିଶାକୁ କନକ୍ଲେଭର ସେକେଣ୍ଡ ଏଡ଼ିସନ ପାଇଁ ଉତ୍ସାହିତ ଓଡ଼ିଶାର ଶିଳ୍ପ ଉଦ୍ୟୋଗୀ: ଏଥର ଯୋଗ ଦେବେ ମୁକେଶ ଅମ୍ବାନୀ, ଆନନ୍ଦ ମହିନ୍ଦ୍ରା ଓ ଟାଟା ଗ୍ରୁପ ଚେୟାର ମ୍ୟାନଙ୍କ ଭଳି ବଡ ବଡ ଶିଳ୍ପପତି

Published By : Prameya-News7 Bureau | November 07, 2018 IST

ଭୁବନେଶ୍ବର ୭|୧୧: ମେକ୍ ଇନ୍ ଓଡ଼ିଶାକୁ କନ୍‌କ୍ଲେଭର ସେକେଣ୍ଡ ଏଡ଼ିସନକୁ ସ୍ବାଗତ କରିଛନ୍ତି ଓଡ଼ିଶାର ଶିଳ୍ପଜଗତ । ରାଜ୍ୟ ସରକାରଙ୍କ ଶିଳ୍ପାୟନ ବିକାଶ ପାଇଁ ଥିବା ଇଛାଶକ୍ତିକୁ ସୋକେସ କରୁଛି ମେକ୍ ଇନ୍ ଓଡ଼ିଶାକୁ କନ୍‌କ୍ଲେଭର ।  ଏଭଳି ଉଦ୍ୟମ ରାଜ୍ୟ ଏମ୍‌ଏସ୍‌ଏମ୍ଇ ପାଇଁ ଆନ୍‌ସିଲାରୀ ଇଣ୍ଡିଷ୍ଟ୍ରି କ୍ଷେତ୍ରରେ ବଡ଼ ସୁଯୋଗ ଆଣିବ ବୋଲି ଶିଳ୍ପଦ୍ୟୋଗୀମାନେ ମତ ଦେଇଛନ୍ତି। ତେବେ ରାଜ୍ୟ ସରକାର ୨ ବର୍ଷ ଧରି ଯେଭଳି ମେକ୍‌ ଇନ୍ ଓଡ଼ିଶାକୁ ପ୍ରୋତ୍ସାହିତ କରିଛନ୍ତି ସେଭଳି ମେକ୍ ଓଡ଼ିଆ ଆଣ୍ଚ୍ରପ୍ରିନିଅର୍‌ସ କାର୍ଯ୍ୟକ୍ରମ କରି ଓଡିଆ ଉଦ୍ୟୋଗୀଙ୍କୁ ପ୍ରୋସାହିତ କରାଗଲେ ଓଡ଼ିଶା ଶିଳ୍ପ କ୍ଷେତ୍ରରେ ଆହୁରି ଅଗ୍ରଗତି କରିବ ବୋଲି ରାମ୍‌ସ ଆସର୍ଚଟେଡ କୋଲ୍ଡ ଷ୍ଟୋରେଜ ଲିମିଟେଡର ଏମ୍‌ଡି  ଆଦିତ୍ୟ ଦାଶ , ଆଥା ଗ୍ରୁପର ଅମିତ ଗୁପ୍ତାଙ୍କ ଭଳି ରାଜ୍ୟର ଶିଳ୍ପଦ୍ୟୋଗୀମାନେ ମତ ଦେଇଛନ୍ତି ।  ୨୦୧୬ ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ, ୨୦୧୮  ମେକ୍ ଇନ୍ ଓଡ଼ିଶା ସେକେଣ୍ଡ ଏଡ଼ିସନ କନକ୍ଲେଭ ମଧ୍ୟରେ ଯଦି ପାର୍ଥକ୍ୟ ଦେଖିବା ଏଥର ରିଲାଏନ୍‌ସ ଗ୍ରୁପର ଚେୟାରମ୍ୟାନ ମୁକେଶ ଅମ୍ବାନୀ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଗ୍ରୁପ ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ଓ ଟାଟା ଗ୍ରୁପ ଚେୟାର ମ୍ୟାନ ଏନ୍‌ ଚନ୍ଦ୍ରଶେଖରନ୍‌ଙ୍କ ଭଳି ଅତିଥି ଆସିବା ରାଜ୍ୟ ପାଇଁ ବଡ଼ ସୁଯୋଗ ଆଣିପାରେ। ଏହି ଇଣ୍ଡଷ୍ଟ୍ରି ଦିଗ୍‌ଜଙ୍କ ଦ୍ବାରା କୌଣସି ପ୍ରକଳ୍ପ ଘୋଷଣା ରାଜ୍ୟ ପାଇଁ ବଡ଼ ସୁଯୋଗ ଆଣିପାରେ ବୋଲି ଅର୍ଥନୀତି ବିଶେଷଜ୍ଞମାନେ ମତ ଦିଅନ୍ତି।  ତେବେ ମେକ୍‌ ଇନ ଓଡ଼ିଶା ଭଳି ବଡ଼ ଉଦ୍ୟମ ସଫଳତା ପାଇଁ ସରକାରୀ ପଲିସିର ସଫଳ ରୂପାୟନ କାର୍ଯ୍ୟକ୍ଷେତ୍ରରେ ହେବା ଆବଶ୍ୟକ ବୋଲି ଉତ୍କଳ ଚାମ୍ବର ଅଫ୍ କମର୍ସର ପ୍ରେସିଡେଣ୍ଟ ରମେଶ ମହାପାତ୍ର ଏବଂ ଅର୍ଥନୀତି ବିଶେଷଜ୍ଞ ଦିଲିପ ଶତପଥୀ ମତ ଦିଅନ୍ତି ।  ରାଜ୍ୟରେ ଷ୍ଟାର୍ଟଅପ୍ ଇକୋସିଷ୍ଟମ ଆଗକୁ ନେବାକୁ ହେଲେ ବଡ଼ବଡ଼ ଶିଳ୍ପସଂସ୍ଥାର ସହଯୋଗ ରହିବା ଆବଶ୍ୟକ। ମେକ୍ ଇନ୍ ଓଡ଼ିଶା କନକ୍ଲେଭ ରାଜ୍ୟର ଷ୍ଟାର୍ଟଆପ୍‌ସଙ୍କ ପାଇଁ ଏଭଳି ଏକ ପ୍ଲାଟଫର୍ମରେ ତିଆରି କରେ।  ଯଦି ଓଡ଼ିଶାର ଷ୍ଟାର୍ଟଅପ୍‌ସମାନଙ୍କୁ ବଡ଼ବଡ଼ କମ୍ପାନୀ ଇନ୍‌କୁବେଟ କରିବେ ଓ ସେମାନଙ୍କ ପ୍ରଡକ୍ଟ ଓ ସର୍ଭିସେସକୁ ବ୍ୟବହାର କରିବେ ଏହା ସେମାନଙ୍କ ଅଗ୍ରଗତିରେ ବଡ଼ ସହାୟକ ହେବ ବୋଲି ଇ ଆଣ୍ଡ ଆଇ, ୱାଇଆଇର ଚେୟାରମେନ ସାକ୍ୟସିଂହ ମହାପାତ୍ରଙ୍କ ଭଳି ରାଜ୍ୟଷ୍ଟାର୍ଟଅପ୍ସ ସଂଗଠନର ପ୍ରତିନିଧିମାନେ କହିଛନ୍ତି। କୌଣସି ଦେଶରେ ବା ରାଜ୍ୟର ପୁଞ୍ଜିବିନିଯୋଗ ପାଇଁ ସ୍ଥିରତା ଓ ପ୍ରକଳ୍ପ ତ୍ବରାନ୍ବିତ କରିବାର କ୍ଷମତା ରହିବା ଆବଶ୍ୟକ। ଓଡ଼ିଶାରେ ଏହି ୨ଟି ଜିନିଷ ଥିବାରୁ ମେକ୍‌ ଇନ୍ ଓଡ଼ିଶା କନକ୍ଲେଭ ସେକେଣ୍ଡ ଏଡିସନ୍ ସଫଳ ରହିବ ବୋଲି, ରାଜ୍ୟ ଶିଳ୍ପଦ୍ୟୋଗୀମାନେ ଆଶା ରଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.