ଷ୍ଟାଟ୍ ଅପ୍ ରାଙ୍କିଂ ୨୦୧୮ର ଶ୍ରେଷ୍ଠ ପ୍ରଦର୍ଶନ ବର୍ଗରେ ଓଡିଶା ପୁରସ୍କୃତ

Published By : Prameya-News7 Bureau | December 20, 2018 IST

ନୂଆଦିଲ୍ଲୀ ୨୦|୧୨:  ଷ୍ଟେଟ୍ ଷ୍ଟାଟ୍ ଅପ୍ ରାଙ୍କିଂ ୨୦୧୮ରେ ଓଡିଶାର ସଫଳତା । ଶ୍ରେଷ୍ଠ ପ୍ରଦର୍ଶନ ବର୍ଗରେ ଓଡିଶା ପୁରସ୍କୃତ ହୋଇଛି । ଦିଲ୍ଲୀର ପ୍ରବାସୀ ଭାରତୀୟ କେନ୍ଦ୍ରରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଦ୍ବାରା ଆୟୋଜିତ ହୋଇଥିବା  ଷ୍ଟେଟ୍ ଷ୍ଟାଟ୍ ଅପ୍ ରାଙ୍କିଂ ୨୦୧୮ରେ ଓଡିଶା ଶ୍ରେଷ୍ଠ ପ୍ରଦର୍ଶନ ବର୍ଗରେ ପୁରସ୍କାରପାଇଛି । ରାଜ୍ୟ ତରଫରୁ ଏମଏସଏମଏଇର ଆଡିସନାଲ ସେକ୍ରେଟାରୀ ଏଲ.ଏନ. ଗୁପ୍ତା ଏହି ପୁରସ୍କାର ଗ୍ରହଣ କରିଥିଲେ । ୩୮ଟି ପାରାମିଟରେ ସଫଳଭାବେ ପ୍ରଦର୍ଶନ କରି ଓଡିଶା ଗୁଜରାଟ ପରେ ୨ୟ ଶ୍ରେଷ୍ଠ ପ୍ରଦର୍ଶନ ଭାବେ ଏହି ପୁରସ୍କାର ପାଇଛି । ରାଜ୍ୟରେ ପୁରଷଙ୍କ ତୁଳନାରେ ୩୫ ପ୍ରତଶତ ମହିଳା ନିଜର ଷ୍ଟାର୍ଟ ଅପ୍ ବ୍ୟବସାୟ ବିଭିନ୍ନ ସେକ୍ଟରରେ  ଆରମ୍ଭ କରିଛନ୍ତି  ଏବଂ ମହିଳାମାନଙ୍କୁ ପୁରଷଙ୍କ ତୁଳନାରେ ଅଧିକ ଆର୍ଥିକ ସହାୟତା ଦିଆଯାଉଛି । ବର୍ତ୍ତମାନ ୩୩୪ ଷ୍ଟାର୍ଟ ଅପ୍ ଆରମ୍ଭ ହୋଇଛି ଏବଂ ୨୦୨୦ ସୁଦ୍ଧା ୧୦୦୦ ଷ୍ଟାର୍ଟ ଅପ୍ କୁ ଆରମ୍ଭ କରିବାର ଲଖ୍ୟ ରଖିଛନ୍ତି ରାଜ୍ୟ ସରକାର ବୋଲି ସୂଚନା ଦେଇଛନ୍ତି ଏଲ.ଏନ. ଗୁପ୍ତା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.