ଉଦଘାଟନୀ ମ୍ୟାଚରେ ରେଡ୍ ଲାଏନ୍ସ ବେଲଜିୟମକୁ ଟକ୍କର ଦେବ ଏକାଦଶ ରାଙ୍କଡ ଟିମ୍ ରେଡ୍ କାରିବୁ କାନାଡା

Published By : Prameya-News7 Bureau | November 27, 2018 IST

କଟକ ୨୭/୧୧ : ଟାଇଟଲ ପାଇଁ ଲଢେଇ। ଆସନ୍ତାକାଲି ଉଦଘାଟନୀ ମ୍ୟାଚରେ ଖେଳାଯିବ ଗ୍ରୁପ ସିର ଦୁଇଟି ମ୍ୟାଚ। ଟୁର୍ଣ୍ଣାମେଣ୍ଟର ପ୍ରଥମ ମୁକାବିଲାରେ ତିନି ନମ୍ବର ମାନ୍ୟତାପ୍ରାପ୍ତ ରେଡ୍ ଲାଏନ୍ସ ବେଲଜିୟମକୁ ଟକ୍କର ଦେବ ଏକାଦଶ ରାଙ୍କଡ ଟିମ୍ ରେଡ୍ କାରିବୁ କାନାଡା। ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଟପ ରାଙ୍କଡ ଟିମ୍ ବେଲଜିୟମକୁ ହରାଇବା କାନାଡା ପାଇଁ ବଡ ଆହ୍ବାନ। ରେଡ୍ କାରିବୁ ଦଳ ତିନି ଜଣ ଖେଳାଳି ଭେଟେରାନ ସ୍କଟ ଟୁପର,ମାର୍କ ପିୟରସନ ଏବଂ ଡେଭିଡ କାର୍ଟର ଉପରେ ବେଶୀ ନିର୍ଭର କରିବ। ଏହି ତିନି ଜଣ ଖେଳାଳିଙ୍କ ପାଖରେ ପାଞ୍ଚ ଶହ ଅନ୍ତର୍ଜାତୀୟ ମ୍ୟାଚର ଅଭିଜ୍ଞତା ରହିଛି। ଖାସ୍ କରି ରକ୍ଷଣଭାଗରେ ଅଧିନାୟକ ସ୍କଟ ଟୁପ୍ପର ଏବଂ ଗର୍ଡନ ଜନଷ୍ଟନଙ୍କ ଅଭିଜ୍ଞତା ଦଳ ପାଇଁ ପ୍ଲସ ପଏଣ୍ଟ। ସେହିପରି ଗୋଲକିପର ଡେଭିଡ୍ କାର୍ଟରଙ୍କ ଅଭିଜ୍ଞତା ବେଲଜିୟମର ଯେକୈୌଣସି ଆକ୍ରମଣକୁ ପ୍ରତିହତ କରିବାର ଦମ୍ ରଖୁଛନ୍ତି। ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ବେଲଜିୟମ ସହ ମୁକାବିଲାକୁ BLESSING IN DISGUISE କହିଛନ୍ତି ଦଳର କୋଚ ପଲ ବଣ୍ଡି। ବେଲଜିୟମ ଖେଳାଳିଙ୍କ କ୍ଷିପ୍ର ଓ ଚତୁର ପଦଚାଳନା କାନାଡା ଖେଳାଳିଙ୍କୁ ପୂରା ଟୁର୍ଣ୍ଣାମେଣ୍ଟପାଇଁ ପ୍ରସ୍ତୁତିରେ ସହାୟକ ହେବ ବୋଲି କହିଛନ୍ତି ବଣ୍ଡି। ସେପେଟେ ଟୁର୍ଣ୍ଣାମେଣ୍ଟରେ ଅନ୍ୟତମ ଶକ୍ତିଶାଳି ଦଳ ହେଉଛି ବେଲଜିୟମ। ବିଶ୍ବମାନ୍ୟତା ତାଲିକାରେ ତୃତୀୟ ସ୍ଥାନରେ ରହିଥିବା ବେଲଜିୟମକୁ ଟୁର୍ଣ୍ଣାମେଣ୍ଟର ଫେଭରାଇଟ ବୋଲି ଆକଳନ କରୁଛନ୍ତି ଏକ୍ସପର୍ଟ। ୨୦୧୬ ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ବିଜେତା ରେଡ ଲାୟନ୍ସ ପ୍ରଥମ ମ୍ୟାଚକୁ ଜିତି ବିଜୟ ସହିତ ଅଭିଯାନ ଆରମ୍ଭ କରିବାକୁ ଚାହିଁବ। ପୋଡିୟମ ଫିନିସ ପାଇଁ ରେଡ ଲାୟନ୍ସ ପାଖରେ ଅଛନ୍ତି କ୍ବାଲିଟି ଖେଳାଳି। ଭିନସେଣ୍ଟ,ଆର୍ଥୁର ଭ୍ୟାନ ଡୋରେନ,ଗୌଥିର ବୋକାର୍ଡ,ଲୌକ୍ ପରି ଖେଳାଳିଙ୍କୁ ନେଇ ଗଠିତ ବେଲଜିୟମର ଡିଫେନ୍ସକୁ ଭେଦ କରିବା କାନାଡା ପାଇଁ କାଠିକର ପାଠ ହେବ। ସେପଟେ ମିଡଫିଲ୍ଡରେ ଜନ ଜନ ଡମେନ-ଫେଲିକ୍ସ ଖେଳକୁ ନିୟନ୍ତ୍ରଣ କରିବାସହ ସେଡ୍ରିକ,ଟମ ବୁନ୍ ଏବଂ ଅଧିନାୟକ ଥୋମାସଙ୍କ ପ୍ରତିପକ୍ଷ ଗୋଲପୋଷ୍ଟ ଉପରେ ଘନ ଘନ ଆକ୍ରମଣକୁ କାନାଡା କେତେ ପ୍ରତିହତ କରିପାରିବ ତାରି ଉପରେ ରହିବ ନଜର। ତେବେ ବିଶ୍ବକପ ଓପନିଂ ମ୍ୟାଚରେ ଦଳ କୌଣସି ରିସ୍କ ନନେଇ ମ୍ୟାଚ ଜିତିବା ଉପରେ ଫୋକସ ରହିବ ବୋଲି କହିଛନ୍ତି କୋଚ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.