Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • LICର ଏମ୍‌ଡି ହେଲେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି, ଫେବୃଆରୀ ୧ରୁ ସମ୍ଭାଳିବେ ଦାୟିତ୍ବ
  • ||
  • ଜାନୁଆରୀ ୨୭, ସକାଳେ ଜେଲ୍‌ରୁ ମୁକୁଳିପାରନ୍ତି ଭି.କେ. ଶଶିକଳା
  • ||
  • ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଖୋଲିଵାକୁ ସରକାରଙ୍କ ନିଷ୍ପତ୍ତି
  • ||
  • କଟକ:କାଲିଠାରୁ ଖୋଲିଵ ନେତାଜୀ ସଂଗ୍ରହାଳୟ
  • ||
  • ରାଇରଙ୍ଗପୁର: ଗୋରୁମହିଷାଣି ପୋଲିସର ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ, ସାମିଲ ଥିଲେ ସ୍ଥାନୀୟ ଲୋକେ
  • ||
  • ବଲାଙ୍ଗୀର: ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ, ଗଡିଲା ଶହ ଶହ ପଶୁ-ପକ୍ଷୀଙ୍କ ମୁଣ୍ଡ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ୨ୟ ପର୍ଯ୍ୟାୟ କୋଭିଡ ଟିକା: ସ୍ପାଇସ୍ ଜେଟ୍‌ରେ ଆସିଲା ଟିକା
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||

କୋରାପୁଟ କୁନ୍ଦୁଲି ଦୁଷ୍କର୍ମ ମାମଲାର ହେବ ଏସଆଇଟି ତଦନ୍ତ, ହାଇକୋର୍ଟଙ୍କ ନିର୍ଦ୍ଦେଶ

18/11/2019 at 7:16 PM

କଟକ ୧୮।୧୧ : କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ୍ କୁନ୍ଦୁଲି ନା ବାଳିକା ଦୁଷ୍କର୍ମ ମାମଲାର ସ୍ୱତନ୍ତ୍ର ତଦନ୍ତକାରୀ ଦଳ(ଏସଆଇଟି) ତଦନ୍ତ କରିବେ।  ସୋମବାର ରାଜ୍ୟ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ୩ ଜଣ ଡିଆଜି ସ୍ତରୀୟ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏସଆଇଟି ତଦନ୍ତ କରାଯିବ ବୋଲି କୋର୍ଟ କହିଛନ୍ତି। ତେବେ ମାମଲାରେ ସିବିଆଇ ତଦନ୍ତ ଦାବି କୋର୍ଟରେ ଅଗ୍ରାହ୍ୟ  ହୋଇଯାଇଛି। 

୧୦ ଅକ୍ଟୋବର ୨୦୧୭ ମସିହାରେ ଜନୈକା ନବମ ଶ୍ରେଣୀ ଛାତ୍ରୀ ଗଣ ଦୁଷ୍କର୍ମର ଶିକାର ହୋଇଥିଲେ। ଜବାନ ପୋଷାକ ପିନ୍ଧା ୪ ଜଣ ବ୍ୟକ୍ତି ନାବାଳିକା ପ୍ରତି ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଥିଲା। ତେବେ ପୀଡିତାଙ୍କ ଅଭିଯୋଗର ତଦନ୍ତ କରୁଥିବା ପୋଲିସ ଓ ଡାକ୍ତରୀମାଇନା କରିଥିବା ଡାକ୍ତର ଗଣ ଦୁଷ୍କର୍ମର କୌଣସି ପ୍ରମାଣ ପାଇନଥିଲେ। ତେବେ ପୀଡିତା କଟକ ଏସସିବିରେ ଦୀର୍ଘ ଦିନ ଚିକିତ୍ସିତ ହୋଇ ଘରକୁ ଫେରିଯାଇଥିଲେ।

ଅଭିଯୋଗ ଆଧାରରେ ପୋଲିସ କାର୍ଯ୍ୟାନୁଷ୍ଠାନ ନ ହେବାରୁ ୨୨ ଜାନୁୟାରୀ ୨୦୧୮ ମସିହାରେ ପୀଡିତା ମାନସିକ ଭାରାସାମ୍ୟ ହରାଇ ଆତ୍ମହତ୍ୟା କରିଥିଲେ। ଯାହା ରାଜ୍ୟରେ ପୋଲିସ ବ୍ୟବସ୍ଥା ଓ ଆଇନଶୃଙ୍ଖଳା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଥିଲା। ପରିବାର ରାଜ୍ୟ ସରକାର ଓ ତଦନ୍ତକାରୀ ସଂସ୍ଥାନଙ୍କ ଉପରେ ଭରସା ନଥିବାରୁ ମାମଲାର ସିବିଆଇ ତଦନ୍ତ ଦାବି କରିଥିଲେ।

   Related Posts