ଅଦାଲତ ଅବମାନନା ମାମଲା : ଦ୍ବିତୀୟ ଥର ମାମଲାର ଶୁଣାଣି କରିବେ ହାଇକୋର୍ଟ ଫୁଲ୍ ବେଞ୍ଚ୍

Published By : Prameya-News7 Bureau | October 21, 2019 IST

କଟକ ୨୧।୧୦: ଓକିଲ ଆନ୍ଦୋଳନକୁ ଭିତ୍ତି କରି ଦାୟର ହୋଇଥିବା ଅଦାଲତ ଅବମାନନା ମାମଲାର ଆଜି ଶୁଣାଣି କରିବେ ହାଇକୋର୍ଟ । ଦ୍ବିତୀୟ ଥର ପାଇଁ ଆଜି ହାଇକୋର୍ଟ ଫୁଲ୍ ବେଞ୍ଚ ମାମଲାର ଶୁଣାଣି କରିବେ । ମାମଲାର ପକ୍ଷଭୁକ୍ତ ହୋଇଥିବା ସମସ୍ତ ପକ୍ଷଙ୍କୁ ଆଜି ସୁଦ୍ଧା ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ହୋଇଥିଲା ।

ଏଣେ କାର୍ଯ୍ୟବନ୍ଦ ଆନ୍ଦୋଳନ ରୁପରେଖ ପ୍ରସ୍ତୁତ କରିବା ପାଇଁ ଆଜି ଅପରାହ୍ନରେ ହାଇକୋର୍ଟ ବାର ଆସୋସିଏସନର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହେବ । ଅଦାଲତ ଅବମାନାମା ମାମଲା ଓ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରସଙ୍ଗରେ ଏହି ବୈଠକରେ ଆଲୋଚନା ହେବାର ଅଛି ।

ରାଜ୍ୟର ବିଭିନ୍ନ ଓକିଲ ସଂଘ ପକ୍ଷରୁ ବାରମ୍ବାର ଆନ୍ଦୋଳନ କରାଯାଉଥିବା ହେତୁ ଜନସାଧାରଣ ସମସ୍ୟାର ସମ୍ମୁଖିନ ହେବା ସହ କୋର୍ଟକାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଏହାକୁ ଭିତ୍ତିକରି ହାଇକୋର୍ଟ ନିଜ ଆଡୁ ଅଦାଲତ ଅବମାନନା ମାମଲା ରୁଜୁ କରିଛନ୍ତି । ଏହି ମାମଲାରେ ହାଇକୋର୍ଟ ବାର୍ ସମେତ ୬୮ ବାର୍ ଆସୋସିଏସନଙ୍କୁ ପକ୍ଷଭୁକ୍ତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.