Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଯୌତୁକ ନିର୍ଯାତନା ମାମଲାରେ ହାଇକୋର୍ଟଙ୍କ କଡା ଆଭିମୁଖ୍ୟ, ମହିଳା ଥାନା ଅଧିକାରୀଙ୍କ ସମେତ ୩ ଜଣଙ୍କ ନାଁରେ ଏତଲା ଦାୟର ପାଇଁ ନିର୍ଦ୍ଦେଶ

7/11/2020 at 11:37 AM

କଟକ ୭।୧୧: ଜଣେ ମହିଳାଙ୍କଠାରୁ ଲାଞ୍ଚ ନେବା ଏବଂ ତାଙ୍କ ପ୍ରତି ଖରାପ ବ୍ୟବହାର ପ୍ରଦର୍ଶନ କରିବା ଅଭିଯୋଗରେ ଅଡୁଆରେ ପଡ଼ିଛନ୍ତି କଟକ ମହିଳା ଥାନାର ତିନି ଅଧିକାରୀ । ମହିଳା ଥାନାର ଆଇଆଇସି ଅନସୂୟା ନାୟକ, ଏଏସ୍‌ଆଇ ଶରତ ଚନ୍ଦ୍ର ବେହେରା ଏବଂ ଅନ୍ୟତମ ଏଏସ୍‌ଆଇ ଚମ୍ପା ପଟ୍ଟାଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରିବାକୁ ହାଇକୋର୍ଟ କଟକ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଚାନ୍ଦିନୀଚୌକ ଅଞ୍ଚଳର ମହିଳା ଲୋପାମୁଦ୍ରା ଷଡ଼ଙ୍ଗୀଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ ବିଶ୍ୱଜିତ୍‌ ମହାନ୍ତି ଏହି ନିର୍ଦ୍ଦେଶ ଦେଇଛନ୍ତି । ୬ ମାସ ତଳେ ଆବେଦନକାରିଣୀ ଲୋପାମୁଦ୍ରା ଷଡ଼ଙ୍ଗୀ କଟକ ମହିଳା ଥାନରେ ତାଙ୍କ ସ୍ୱାମୀ ତଥା ଶାଶୂଘର ଲୋକଙ୍କ ବିରୋଧରେ ଏତଲା ଦେଇଥିଲେ । କିନ୍ତୁ ଏହି ଏତଲା ପୋଲିସ୍‌ ଗ୍ରହଣ କରି ନଥିଲା । ଏତଲା ରୁଜୁ କରିବା ଲାଗି ଲୋପାମୁଦ୍ରାଙ୍କଠାରୁ ପୋଲିସ୍‌ ଲାଞ୍ଚ ଦେବାକୁ ଦାବି କରିଥିଲା । ଏପରିକି ଲୋପାମୁଦ୍ରା ପ୍ରତି ମହିଳା ଥାନାରେ ଖରାପ ବ୍ୟବହାର ମଧ୍ୟ ପ୍ରଦର୍ଶନ କରାଯାଇଥିଲା । ଏ ନେଇ ଲୋପାମୁଦ୍ରା ଏହି ତିନି ଥାନା ଅଧିକାରୀଙ୍କ ବିରୋଧରେ ଲାଲବାଗ ଥାନାରେ ଏତଲା ଦେଇଥିଲେ । କିନ୍ତୁ ଲାଲବାଗ ଥାନା ଏହି ଏତଲାକୁ ଗ୍ରହଣ କରିନଥିଲା ।

ଫଳରେ ଆବେଦନକାରିଣୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ତିନି ଥାନା ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ଲାଗି ନିର୍ଦ୍ଦେଶ ଦେବାକୁ ପ୍ରାର୍ଥନା କରିଥିଲେ । ହାଇକୋର୍ଟ ଆଜି ମାମଲାର ଶୁଣାଣି କରି ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରିଣୀଙ୍କ ପକ୍ଷରୁ ଆଇନଜୀବୀ ଆର.କେ. ରାଉତରାୟ ଏବଂ ବିପ୍ଳବ ବାହାଲୀ ମାମଲା ପରିଚାଳନା କରୁଥିଲେ ।

   Related Posts