Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ବଢାଇଲାଣି କରୋନାର ୨ୟ ଲହର : ଆଜି PM-CM ଆଲୋଚନା, କୋଭିଡ -19 ର ସ୍ଥିତି ଏବଂ ଟିକା ବିତରଣ ନେଇ ସମୀକ୍ଷା
  • ||
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||

ହାଇକୋର୍ଟଙ୍କ କଡା ଆଭିମୁଖ୍ୟ: କୁନ୍ଦୁଲି ପିଡୀତାଙ୍କ ଆତ୍ମାକୁ ମିଳିବ ଶାନ୍ତି ! ଉନ୍ନାଓ ଦୁଷ୍କର୍ମ ଓ ଏହାର ପରବର୍ତ୍ତୀ ସଡକ ଦୁର୍ଘଟଣା: ଦ୍ବିତୀୟ ଦିନର ଶୁଣାଣି କଲେ ସୁପ୍ରିମକୋର୍ଟ

2/08/2019 at 8:03 PM

କଟକ୨|୮: ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ତଦନ୍ତ ୪ ସପ୍ତାହ ମଧ୍ୟରେ ଶେଷ କରି  ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ।  ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ନହେଲେ ଘଟଣାର ସ୍ପେଶାଲ ଇନ୍‌ଭେଷ୍ଟିଗେସନ୍ ବା SIT  ତଦନ୍ତ ଲାଗି ମଧ୍ୟ ପ୍ରସ୍ତାବ ଦେଇଛନ୍ତି ହାଇକୋର୍ଟ। ସେପ୍ଟେମ୍ବର ୪ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।  ସେପଟେ ଉନ୍ନାଓ ମାମଲାରେ ପୀଡିତାଙ୍କୁ ଦିଲ୍ଲୀ ଏମସ୍‌ରେ ଚିକିତ୍ସା କରାଯିବ କି ନା ତାହା ପୀଡିତାଙ୍କ ପରିବାର ସ୍ଥିର କରିବାକୁ ସ୍ବାଧୀନତା ଦେଇଛନ୍ତି ସୁପ୍ରିମ୍‌ କୋର୍ଟ ।

୪ ସପ୍ତାହ ମଧ୍ୟରେ ତଦନ୍ତ ସାର । କୁନ୍ଦୁଲି ଗଣଦୁଷ୍କର୍ମ ଏବଂ ପୀଡିତାଙ୍କ ଆତ୍ମହତ୍ୟା ମାମଲାରେ ଏପରି କଡା ଆଭମୁଖ୍ୟ ଗ୍ରହଣ କରିଛନ୍ତି ହାଇକୋର୍ଟ । ତଦନ୍ତ ସନ୍ତୋଷଜନକ ନହେଲେ, ହାଇକୋର୍ଟଙ୍କ ଦ୍ବାରା ଗଠିତ ଏସ୍‌ଆଇଟି ମାମଲାର ତଦନ୍ତ କରିବେ। କେନ୍ଦ୍ର ଏବଂ ରାଜ୍ୟ ତଦନ୍ତକାରୀ ସଂସ୍ଥାକୁ ନେଇ ଗଠିତ ହେବ SIT ।  ଏହି ଚର୍ଚ୍ଚିତ ମାମଲାକୁ ୨ ବର୍ଷ ବିତିଲାଣି, କିନ୍ତୁ କ୍ରାଇମବ୍ରାଞ୍ଚ ଫାଇନାଲ ରିପୋର୍ଟ ଦାଖଲ କରିପାରିନାହିଁ । କ୍ରାଇମବ୍ରାଞ୍ଚକୁ ଆଉ ୩ ମାସର ମହଲତ ଦେବାଲାଗି ଆଡଭୋକେଟ ଜେନେରାଲ କୋର୍ଟରେ ଅପିଲ କରିଥିଲେ ବି କୋର୍ଟ ତାକୁ ଅଗ୍ରାହ୍ୟ କରିଦେଇଛନ୍ତି ।

କୁନ୍ଦୁଲି ମାମଲାର ତଦନ୍ତ ପ୍ରକ୍ରିୟା ଉପରେ ସନ୍ଦେହ ପ୍ରକଟ କରି, ପୂର୍ବତନ ସାଂସଦ ଏୈରଖାରବେଳ ସ୍ବାଇଁଙ୍କ ସମେତ ଏକାଧିକ ଆବେଦନକାରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ତଦନ୍ତ ଭାର ସି ବି ଆଇକୁ ହସ୍ତାନ୍ତର କରିବାଲାଗି ନିବେଦନ କରିଥିଲେ। ତେବେ କ୍ରାଇମବ୍ରାଞ୍ଚ ତଦନ୍ତରେ କୌଣଷି ତୃଟି ନାହିଁ ବୋଲି ସରକାରୀ ପକ୍ଷ ତରଫରୁ ବାରମ୍ବାର କୋର୍ଟଙ୍କୁ ଦର୍ଶାଯାଇଥିଲା । ଏଥିରେ ଖଣ୍ଡପୀଠ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ସେପଟେ ଉନ୍ନାଓ ଦୁଷ୍କର୍ମ ଓ ଏହାର ପରବର୍ତ୍ତୀ ସଡକ ଦୁର୍ଘଟଣାକୁ ନେଇ ଆଜି ଦ୍ବିତୀୟ ଦିନର ଶୁଣାଣି କରିଛନ୍ତି ସୁପ୍ରିମ୍‌କୋର୍ଟ । କୋର୍ଟ କହିଛନ୍ତି ପୀଡିତା ଓ ତାଙ୍କ ଓକିଲଙ୍କ ପରିବାର ଲୋକେ ଯଦି ଚାହିଁବେ ତେବେ ସେମାନଙ୍କୁ ଲକ୍ଷ୍ନୌରୁ ଦିଲ୍ଲୀ ଏମସ୍‌ରେ ଚିକିତ୍ସା କରାଯିବ । ଏ ସଂପର୍କିତ ନିଷ୍ପତ୍ତି ନେବାକୁ ସେମାନଙ୍କୁ ସ୍ବାଧୀନତା ଦିଆଯାଇଛି । ପୀଡିତା ଏବେ ଭେଣ୍ଟିଲିଟରରେ ଥିବା ବେଳେ ତାଙ୍କ ଓକିଲଙ୍କ ଠାରୁ ଭେଣ୍ଟିଲେଟର କଢା ଯାଇଛି । ଉଭୟଙ୍କ ଅବସ୍ଥା ସ୍ଥିର ରହିଛି । ଉଭୟଙ୍କୁ ଲକ୍ଷ୍ନୌରେ ଚିକିତ୍ସା କରାଯାଉଛି ।

 ପୀଡିତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ସ୍ଥାନାନ୍ତର କରିବାକୁ ଗତକାଲି ବିଚାର କରାଯାଉଥିଲା । ସେପଟେ ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଉନ୍ନାଓ ପୀଡ଼ିତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା ରାଶି ମଞ୍ଜୁର କରିଛନ୍ତି ଉତ୍ତର ପ୍ରଦେଶ ସରକାର । ଗତକାଲି ଉନ୍ନାଓ ଦୁଷ୍କର୍ମ ଏବଂ ଦୁର୍ଘଟଣା ସଂକ୍ରାନ୍ତ ସମସ୍ତ ୫ଟି ମାମଲାକୁ ଦିଲ୍ଲୀ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଥିଲେ।

କୋର୍ଟ ଏବେ ସିରିୟସ। ସୁପ୍ରିମକୋର୍ଟ ଘଟଣାକୁ ନେଇ ତତ୍ପରତା ଦେଖାଇବା ପରେ ଏବେ ଲକ୍ଷ୍ମୌରୁ ଦିଲ୍ଲୀ ସବୁଠି ଯେମିତି ଛନକା ପଶିଛି । ଆଉ ଓଡ଼ିଶାରେ କୁନ୍ଦୁଲୀ ଘଟଣାକୁ ନେଇ ହାଇକୋର୍ଟ କଡ଼ା ଆଭିମୁଖ୍ୟ ନେବା ପରେ ଏବେ କୁନ୍ଦୁଲୀ ପୀଡ଼ିତା ନ୍ୟାୟ ପାଇବେ ବୋଲି ଆଶା ଉପୁଜିଛି ।

   Related Posts