ହାଇକୋର୍ଟରେ ଆଇନଜୀବୀ-ପୋଲିସ ବିବାଦ ମାମଲା ; ପୁଣି ଘୁଞ୍ଚିଲା ମାମଲାର ଶୁଣାଣି, ସମୟ ମାଗିଲା କ୍ରାଇମବ୍ରାଞ୍ଚ

Published By : Prameya-News7 Bureau | November 13, 2018 IST

କଟକ ୧୩|୧୧:  ଆଜି ହାଇକୋର୍ଟରେ ଆଇନଜୀବୀ ଓ ପୋଲିସ ମଧ୍ୟରେ ବିବାଦ ମାମଲାର ଶୁଣାଣି ହୋଇଛି । ମାମଲାର ଶୁଣାଣି ଘୁଞ୍ଚାଇ ଦେଇଛନ୍ତି ହାଇକୋର୍ଟ । ଚାର୍ଜସିଟ୍ ଦାଖଲ ପାଇଁ କ୍ରାଇମବ୍ରାଞ୍ଚ ମହଲତ ମାଗିବାରୁ ଶୁଣାଣି ଘୁଞ୍ଚାଇ ଦିଆଯାଇଛି । ଆସନ୍ତା ୧୫ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରିବାରୁ କୋର୍ଟ କହିଛନ୍ତି । ଆଜି ହାଇକୋର୍ଟରେ ଚାର୍ଜସିଟ୍ ଦାଖଲ କରିଥାଆନ୍ତା କ୍ରାଇମବ୍ରାଞ୍ଜ । ଗତକାଲି କ୍ରାଇମବ୍ରାଞ୍ଚ ଚାର୍ଜସିଟ୍ ଦାଖଲ କରିପାରିନଥିବାରୁ ଶୁଣାଣି ହୋଇପାରିନଥିଲା । ଆଜି ସୁଦ୍ଧା ଚୂଡାନ୍ତ ରିପୋର୍ଟ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହା ସହ କନଷ୍ଟେବଳଙ୍କ ନିଲମ୍ବନ ପ୍ରତ୍ୟାହାର ନକରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ସେପଟେ ଗତକାଲି ହାଇକୋର୍ଟ ବାର୍ ଆସୋସିଏସନ ବୈଠକରୁ ମଧ୍ୟ କିଛି ନିଷ୍କର୍ସ ବାହରିପାରିନଥିଲା । ଆସନ୍ତାକାଲି ଯାଏଁ ଆଇନଜୀବୀଙ୍କ ଆନ୍ଦୋଳନ ଚାଲିବ ବୋଲି  ହାଇକୋର୍ଟ ବାର୍ ଆସୋସିଏସନର ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଥିଲା । ଆଇନଜୀବୀ ଓ ପୋଲିସ ମଧ୍ୟରେ ବିବାଦ ପାଇଁ ପ୍ରାୟ ଅଢେଇ ମାସରୁ ଅଧିକ ହେବ କୋର୍ଟ କାମ ବନ୍ଦ ରହିଛି । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.