Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ଅଶ୍ଳୀଳତା ଓ ନଗ୍ନତାକୁ ପ୍ରଶୟ ଦେଉଛି ଟିକ୍‌ଟକ୍, ସାଇବର ତଦନ୍ତ କଡାକଡି କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

30/05/2020 at 11:04 AM

କଟକ ୩୦।୫: ଟିକ୍‌ଟକ୍ ଭିଡିଓକୁ ନେଇ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ହାଇକୋର୍ଟ । କୋର୍ଟଙ୍କ କହିବା ଅନୁଯାୟୀ, ରାଜ୍ୟରେ ଅଶ୍ଳୀଳତା ଓ ନଗ୍ନତାକୁ ପ୍ରଶୟ ଦେଉଛି ଟିକ୍ ଟକ୍ ଭିଡିଓ । କେବଳ ସେତିକି ନୁହେଁ, ଗ୍ରାମାଞ୍ଚଳଠୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଏନେଇ ଅନେକ ଜୀବନ ଯାଉଛି ଆଉ ସମ୍ମାନହାନୀ ବି ଘଟୁଛି ।

ଏସବୁକୁ ରୋକିବା ପାଇଁ ରାଜ୍ୟରେ ସାଇବର ତଦନ୍ତକୁ କଡାକଡି କରାଯିବ । ସମ୍ବଲପୁରର ଏକ ମାମଲାର ବିଚାର କରିବା ବେଳେ ଏଭଳି ରାୟ ଶୁଣାଇଛନ୍ତି ହାଇକୋର୍ଟ ।

ନିକଟରେ ଟିକ୍‌ଟକ୍ ଭିଡିଓକୁ ନେଇ ନୟାଗଡ ଏବଂ ଗଞ୍ଜାମରୁ ମୃତ୍ୟୁର ଏମିତି ଖବର ସାମ୍ନାକୁ ଆସିଥିଲା । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଟିକ୍‌ଟକ୍ ନିଶା ଏମିତି ଚଢିଯାଇଥିଲା ଯେ, ସିଲିଂ ଫ୍ୟାନରେ ଶାଢୀ ବାନ୍ଧି ଆତ୍ମହତ୍ୟାର ଅଭିନୟ କରୁଥିବା ବେଳେ, ନୟାଗଡରେ ଚାଲିଯାଇଥିଲା ଜଣେ ୧୫ ବର୍ଷୀୟ ନାବାଳକଙ୍କର ଜୀବନ ।

ସେହିପରି ଗଞ୍ଜାମରେ ତାରାତାରିଣୀଙ୍କୁ ଦର୍ଶନ କରି ଫେରିବା ବେଳେ ରାସ୍ତାରେ ଟିକ୍‌ଟକ୍ ଭିଡିଓ କରୁଥିବା ସମୟରେ ଦୁର୍ଘଟଣାରେ ଚାଲିଯାଇଥିଲା ଜଣଙ୍କର ଜୀବନ ।  ଟିକ୍‌ଟକ୍‌କୁ ଭାରତରୁ ବ୍ୟାନ୍ କରିବା ପାଇଁ ମଧ୍ୟ ଅନେକ ଦାବି ଉଠୁଛି ।

   Related Posts