ଆଜି ହାଇକୋର୍ଟ ବାର୍‌ର କାର୍ଯ୍ୟବନ୍ଦ ଆନ୍ଦୋଳନ : କଲେଜିୟମ୍ ପଦ୍ଧତିରେ ବିଚାରପତି ନିଯୁକ୍ତିକୁ ବିରୋଧ

Published By : Prameya-News7 Bureau | October 18, 2019 IST

କଟକ ୧୮।୧୦: କଲେଜିୟମ୍ ବ୍ୟବସ୍ଥା ଅନୁସାରେ ହାଇକୋର୍ଟରେ ବିଚାରପତି ନିଯୁକ୍ତି ପ୍ରସଙ୍ଗକୁ ନେଇ ଆଜି ରାଜ୍ୟର ସମସ୍ତ ବାର୍ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବେ । ହାଇକୋର୍ଟ ବାର୍ ଆସୋସିଏସନ୍ ସମେତ ରାଜ୍ୟର ସବୁ ବାର୍ କଲେଜିୟମ୍ ପଦ୍ଧତିରେ ବିଚାରପତି ନିଯୁକ୍ତିକୁ ବିରୋଧ କରି ଏହି କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବେ ।

ଏହାସହ ରାଜ୍ୟର ସମସ୍ତ ବାର୍ ଆସୋସିଏସନ୍ ର କର୍ମକର୍ତ୍ତାଙ୍କ ସହ ହାଇକୋର୍ଟ ବାର୍ ଆସୋସିଏସନ୍ ର ମିଳିତ ବୈଠକ ରହିଛି । ବିଚାରପତି ନିଯୁକ୍ତି ପ୍ରକ୍ରିୟା  ମାମଲାରେ ପକ୍ଷଭୁକ୍ତ ୬୪ଟି ବାର୍ ଆସୋସିଏସନ୍ ର କର୍ମକର୍ତ୍ତା ଏହି ବୈଠକେର ସାମିଲ୍ ହେବେ । ଏହି ବୈଠକରେ କଲେଜିୟମ୍ ବ୍ୟବସ୍ଥାରେ ହାଇକୋର୍ଟ ବିଚାରପତି ନିଯୁକ୍ତିକୁ ବିରୋଧ କରି ଚାଲିଥିବା ଆନ୍ଦୋଳନର ଆଗାମୀ ରୂପରେଖ ପ୍ରସ୍ତୁତ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.