Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ନରମିଲେ ଆଇନଜୀବୀ : ଆନ୍ଦୋଳନ ପ୍ରତ୍ୟାହାର କରିବା ନେଇ ନିଷ୍ପତ୍ତି

1/11/2019 at 4:46 PM

କଟକ ୧|୧୧: ସୁପ୍ରିମକୋର୍ଟ ଏବଂ ବାର୍ କାଉନସିଲ ଅଫ୍ ଇଣ୍ଡିଆର ତାଗିଦ ପରେ ନରମିଲେ ଆନ୍ଦୋଳନ ଚଳାଇଥିବା ଆଇନଜୀବୀ ।  ଆଜି  ବସିଥିବା ହାଇକୋର୍ଟ ବାର ଆସୋସିଏସନର ସାଧାରଣ ପରିଷଦ ବୈଠକ ଶେଷ ହୋଇଛି।   ବୈଠକରେ ଓକିଲମାନେ  ଆନ୍ଦୋଳନ ପ୍ରତ୍ୟାହାର କରିବା ଲାଗି ନିଷ୍ପତ୍ତି ନେଇଛନ୍ତି ।  ଆସନ୍ତା ୪ ତାରିଖରୁ ଓକିଲମାନେ କାର୍ଯ୍ୟରେ ଯୋଗ ଦେବେ ବୋଲି ସୂଚନା ମିଳିଛି।  ଗତକାଲି ଜଏଣ୍ଟ ଆକ୍ସନ କମିଟି ବୈଠକ ବସିଥିଲେ ସୁଦ୍ଧା କୌଣସି ନିଷ୍ପତ୍ତି ହୋଇପାରିନିଥିଲା ।   ଓକିଲ ଆନ୍ଦୋଳନକୁ ଭିତ୍ତି କରି ହାଇକୋର୍ଟ ନିଜଆଡୁ ଏକ ଅଦାଲତ ଅବମାନନା ମାମଲା ରୁଜ୍ଜୁ କରିଥିଲେ ।  ଯାହା ଉପରେ ଆସନ୍ତା ୪ ତାରିଖରେ ଶୁଣାଣି ହେବ ।  ତେଣେ ସମାନ ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ମାମଲାର ଶୁଣାଣି ଆସନ୍ତା ୮ ତାରିଖରେ ହେବ।  ଆନ୍ଦୋଳନରୁ ଓହରିଯିବା ଲାଗି ବାର କାଉନସିଲ୍ ଅଫ୍ ଇଣ୍ଡିଆ ତରଫରୁ ଆନ୍ଦୋଳନରତ ଓକିଲ ମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଥିଲା ।

   Related Posts