ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ : ସ୍ବାସ୍ଥ୍ୟ ନିର୍ଦ୍ଦେଶକ

Published By : Prameya-News7 Bureau | April 16, 2021 IST

ଭୁବନେଶ୍ବର ୧୬।୪: ସଂକ୍ରମଣ ଆଗକୁ ବଢି ବଢି ଚାଲିବ ।  ଗତବର୍ଷ ପ୍ରସ୍ତୁତି ଠିକ୍ ଥିଲା ବୋଲି ସଠିକ୍ କରୋନା ମୁକାବିଲା ହୋଇପାରିଲା ବୋଲି ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ଡ. ବିଜୟ ମହାପାତ୍ର କହିଛନ୍ତି । ସେ କହିଛନ୍ତି ଗତବର୍ଷ ପିକ୍ ସମୟରେ ଯେତିକି ଅକ୍ସିଜେନ ଥିଲା ଏଥର ୧୦ ଗୁଣା ଅଧିକ ମହଜୁତ ରଖାଯିବ । ବେସରକାରୀ ମେଡିକାଲରେ ୩୩୮ ଭେଣ୍ଟିଲେଟର ଥିଲା, ୫୫୫ ରଖିବା ପାଇଁ ପ୍ରସ୍ତୁତି ଚାଲିଛି ।  ସରକାରୀ ମେଡିକାଲରେ ୧୦୮ ଭେଣ୍ଟିଲେଟର ଥିଲା, ୪୨୩ ରଖିବା ପାଇଁ ପ୍ରସ୍ତୁତି ଚାଲିଛି  ।  ମେଡିକାଲ ଗୁଡିକରେ ହାଇ ଡିପେନଡେନ୍ସି ୟୁନିଟ୍ ଖୋଲାଯିବ ।  ରାଜ୍ୟର ୩ଟି ପ୍ରମୁଖ ମେଡିକାଲ କଲେଜରେ ୨ରୁ ୩ ଗୁଣା ବେଡ୍ ବୃଦ୍ଧି କରାଯିବ । କେତେ ରୋଗୀ ଚିକିତ୍ସିତ ହେଉଛନ୍ତି, କେତେ ICU କୁ ଗଲେ ସବୁ ଦିନ ମନିଟର କରାଯାଉଛି ।  ପଂଚାୟତରେ ସିସି ସେଣ୍ଟରକୁ ପ୍ରସ୍ତୁତ ରଖିବା ପାଇଁ କୁହା ଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.