ସ୍କୁଲ୍ ଫି’ ହ୍ରାସ ପ୍ରସଙ୍ଗ : ୧୦ଦିନ ମଧ୍ୟରେ ଜବାବ ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ, ୭କୁ ଘୁଞ୍ଚିଲା ଶୁଣାଣି

Published By : Prameya-News7 Bureau | December 15, 2020 IST

କଟକ ୧୫।୧୨: ଘରୋଇ ସ୍କୁଲ ଫି ମାମଲାର ଶୁଣାଣି କରି ମଙ୍ଗଳବାର ରାଜ୍ୟ ସରକାଙ୍କଠାରୁ ପୁଣିଥରେ ଜବାବ ଲୋଡ଼ିଛନ୍ତି ହାଇକୋର୍ଟ । ଯେହେତୁ ସ୍କୁଲ ଫି ପ୍ରସଙ୍ଗରେ  ଏକାଧିକ ମାମଲା ଦାଏର ହୋଇଛି ଏବଂ ପ୍ରତ୍ୟେକ ମାମଲାର ବିଷୟ ମଧ୍ୟ ଭିନ୍ନ ରହିଛି । ତେଣୁ ସମସ୍ତ ଆବେଦନ ଉପରେ ରାଜ୍ୟ ସରକାର ପୃଥକ ପୃଥକ ଭାବେ ଜବାବ ଦାଖଲ କରନ୍ତୁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସେହିପରି କେଉଁ କେଉଁ ରାଜ୍ୟରେ ଫି ଷ୍ଟ୍ରକଚର କଣ ରହିଛି । ଫି ନିୟନ୍ତ୍ରଣ କରିବା ଲାଗି କଣ ସବୁ ବ୍ୟବସ୍ଥା ରହିଛି ତା ଉପରେ ମଧ୍ୟ ତଥ୍ୟ ରଖିବା ଲାଗି ସରକାରୀ ଓକିଲଙ୍କୁ କହିଛନ୍ତି ହାଇକୋର୍ଟ । ଆସନ୍ତା ୧୦ ଦିନ ଭିତରେ ସରକାର ଜବାବ ଦାଖଲ କରିବେ ତାପରେ ସମସ୍ତ ଆବେଦନକାରୀ ପ୍ରତି ଜବାବ ଦାଖଲ କରିବାକୁ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ମାସ ୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରିବାକୁ ମଙ୍ଗଳବାର ହାଇକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.