ଆୟୁଷମାନ ଭାରତ ଯୋଜନାରେ ସାମିଲ ହୋଇନି ଓଡିଶା

Published By : Prameya-News7 Bureau | December 03, 2019 IST

ନୂଆଦିଲ୍ଲୀ ୦୩।୧୨-  ୟୁଷମାନ ଭାରତ ଯୋଜନାରେ ଓଡିଶା ସାମିଲ ହୋଇନି । ହେଲେ ଏହି ଯୋଜନାର ଏକ ଅଶଂ ବାବଦରେ ଓଡିଶା କେନ୍ଦ୍ର ଠାରୁ ଆର୍ଥିକ ଅନୁଦାନ ନେଇଛି । ସଂସଦରେ ଏମିତି ଏକ ତଥ୍ୟକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି ବିଜେପି ।

ରାଜ୍ୟ ସରକାର ଆୟୁଷମାନ ଭାରତ ଯୋଜନାର କମ୍ପୋନେଟ ସ୍କିମରେ ହେଲ୍ଠଥ ଆଣ୍ଡ ଓ୍ବଲନେସ ସେଣ୍ଟର ବାବଦକୁ ୨୦୧୮- ୨୦୧୯ ଆର୍ଥିକ ବର୍ଷରେ ୪୬ କୋଟି ୩୪ ଲକ୍ଷ ଓ ୨୦୧୯- ୨୦ ଆର୍ଥିକ ବର୍ଷରେ ୬୫ କୋଟି୨୨ ଲକ୍ଷ ଟଙ୍କାର ଅନୁଦାନ କେନ୍ଦ୍ର ସରକାର ଦେଇଛନ୍ତି ।

ସଂସଦରେ ଏ ସଂପର୍କୀତ ଏକ ପ୍ରଶ୍ନର ଉତ୍ତରରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ ଏହି ସୂଚନା ଦେଇଛନ୍ତି । ଏହାକୁ ନେଇ ବିଜେପି କହିଛି ଗୋଟେ ପଟେ ଆୟୁଷମାନ ଯୋଜନାକୁ ରାଜ୍ୟସରକାର ଗ୍ରହଣ କରୁନାହାନ୍ତି କି ରାଜ୍ୟରେ ଲାଗୁ କରୁ ନାହାନ୍ତି । ହେଲେ ଅନ୍ୟପଟେ ଏହି ଯୋଜନା ଅଧିନରେ ଅନୁଦାନ ନେଉଛନ୍ତି । ସେପଟେ ଜବାବରେ ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଆୟୁଷମାନ ଭାରତରେ ରାଜ୍ୟ ସରକାର ଅନୁଦାନ ନେଇ ନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.