Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

୫ମ ଗୁଆଙ୍ଗଝଉ ଆଓ୍ଵାର୍ଡରେ ଓଡିଶା ଜିତିଲା ଅନ୍ତର୍ଜାତୀୟ ଲୋକପ୍ରିୟ ସହର ପୁରସ୍କାର

13/11/2021 at 6:53 PM

ଭୁବନେଶ୍ଵର ୧୩।୧୧: ଓଡିଶା ଜିତିଲା ଅନ୍ତର୍ଜାତୀୟ ଲୋକପ୍ରିୟ ସହର ପୁରସ୍କାର। ନଭେମ୍ବର ୧୨ରେ ଘୋଷିତ ପଞ୍ଚମ ଗୁଆଙ୍ଗଝଉ ଅନ୍ତର୍ଜାତୀୟ ଆଓ୍ଵାର୍ଡରେ ଅନ୍ତର୍ଜାତୀୟ ଲୋକପ୍ରିୟ ସହର ପୁରସ୍କାର ଜିତିଛି। ସହରାଞ୍ଚଳ ବିକାଶ ଆଧାରରେ ନିଆଯାଇଥିବା ମତାମତରେ ଓଡିଶାକୁ ଅଧିକ ଭୋଟ୍ ମିଳିଛି। ବିଶ୍ଵର ବିଭିନ୍ନ ସ୍ଥାନରୁ ଓଡିଶା ସପକ୍ଷରେ ୪.୬୦ ଲକ୍ଷରୁ ଅଧିକ ଭୋଟ୍ ପଡିଛି। ଓଡିଶା ସରକାରଙ୍କ ମୁକ୍ତା କାର୍ଯ୍ୟକ୍ରମକୁ ଖୁବ୍ ପ୍ରଶଂସା ମିଳିଛି।

ରାଜ୍ୟ ସରକାର ସହରାଞ୍ଚଳ ଶ୍ରମିକ ରୋଜଗାର ଅଭିଯାନ(ମୁକ୍ତା) ଏବଂ ଅଳିଆ ଆବର୍ଜନ ପ୍ରବନ୍ଧନ(ଏଫଏସଏସଏମ)ରେ ଉତ୍କୃଷ୍ଟ ଯୋଗଦାନ ପାଇଁ ପୁରସ୍କାର ମିଳିଛି। ଅନଲାଇନ ଭୋଟରେ ଅଷ୍ଟ୍ରେଲିଆ, ଚୀନ, ଦକ୍ଷିଣ ଆଫ୍ରିକା, ଆମେରିକା, ବ୍ରାଜିଲ ଓ ଡେନମାର୍କ ସହିତ ୬୦ ଦେଶର ୧୭୫ ସହର ସାମିଲ ଥିଲେ। ନଗର ବିକାଶର ୧୭୩ ଇନସିଏଟିଭ ନେଇ ଏହି ସର୍ଭେ ହୋଇଥିଲା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକକ ଏହି ଅନ୍ତର୍ଜାତୀୟ ପୁରସ୍କାର ପାଇଁ ନଗର ଉନ୍ନୟନ ବିଭାଗକୁ ପ୍ରଶଂସା କରିଛନ୍ତି। ଏଥିସହ ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ବିଭାଗକୁ ଅଭିନନ୍ଦନ ଜଣାଇଛନ୍ତି।

   Related Posts