ବୁଲ୍‌ବୁଲ୍‌କୁ ସଫଳ ଭାବେ ମୁକାବିଲା କଲା ଓଡିଶା - ବିପର୍ଯ୍ୟୟବେଳେ ତ୍ୱରିତ ସେବା ଯୋଗାଇଲେ ଅଗ୍ନିଶମ ବିଭାଗର କର୍ମଚାରୀ

Published By : Prameya-News7 Bureau | November 09, 2019 IST

ଭୁବନେଶ୍ୱର ୦୯।୧୧ - ଓଡିଶାରେ ବୁଲ୍‌ବୁଲ୍‌ କିଛି ପ୍ରଭାବ ପକାଇବ ନାହିଁ ବୋଲି କୁହାଯାଇଥିଲେ ମଧ୍ୟ ୪ଟି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି କରିଛି । ବିଶେଷ କରି ପ୍ରଭାବିତ ୪ଟି ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଗଛ ଉପୁଡି ଯାତାୟତ ବାଧାପ୍ରାପ୍ତ ହୋଇଥିଲା ।

{"id":181668}

ତେବେ ଏନ୍‌ଡିଆର୍‌ଏଫ୍‌ ଏବଂ ଓଡ୍ରାଫ ଭଳି ଓଡିଶା ଅଗ୍ନିଶମ ବାହିନୀର ଆଗୁଆ ଓ ତ୍ୱରିତ ପଦକ୍ଷେପ ଯୋଗୁଁ ବିପର୍ଯ୍ୟୟ ପରେ ପରେ ବିଭିନ୍ନ ସ୍ଥାନରେ ଜନ ଜୀବନ ସ୍ୱଭାବିକ ହୋଇ ପାରିଛି ।

{"id":181669}

ଭଦ୍ରକ ଜିଲ୍ଲାରେ ଭାଙ୍ଗି ପଡିଥିବା ୨୧ଟି ବଡ ବଡ ଗଛକୁ ଆଗ୍ନିକମାନେ କାଟି ୨୮ଟି ରାସ୍ତାର ଯାତାୟତ ସ୍ୱଭାବିକ କରିଛନ୍ତି । ସେହିଭଳି ବାଲେଶ୍ୱର ଜିଲ୍ଲାରେ ବର୍ତମାନ ସୁଦ୍ଧା ୪୩ଟି ବଡ ଗଛ କାଟି ୧୧ଟି ରାସ୍ତା ସଫା କରାଯାଇଛି । କେନ୍ଦ୍ରାପଡା ଜିଲ୍ଲାରେ ରାସ୍ତାରେ ପଡିଥିବା ସର୍ବାଧିକ ୨୦୪ଟି ଗଛକୁ ହଟାଯାଇଛି ।

{"id":181670}

ଶୁଭଶ୍ରୀ ସଙ୍ଗୀତା ନାମକ ଜଣେ ଗର୍ଭବତୀ ମହିଳାଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ଯାଜପୁରରେ ମଧ୍ୟ ୧୦ଟି ଗଛକୁ କାଟି ୭ଟି ରାସ୍ତାକୁ ସଫା କରାଯାଇଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ୧୦୧ଟି ଗଛକୁ କାଟି ୧୮ଟି ରାସ୍ତାରେ ଯାତାୟତ ସ୍ୱଭାବିକ କରାଯାଇଛି । ମିଳିଥିବା ତଥ୍ୟ ଅନୁସାରେ ବର୍ତମାନ ସୁଦ୍ଧା ଏହି ଜିଲ୍ଲା ଗୁଡିକରେ ୪୨୯ଟି ଗଛ କାଟି ୭୬ଟି ରାସ୍ତା ସଫା କରାଯାଇଛି ।

{"id":181672}

ଡିଜି ବିକେ ଶର୍ମାଙ୍କ ନିର୍ଦେଶ କ୍ରମେ ବାତ୍ୟାକୁ ଆଖି ଆଗରେ ରଖି ପୁରୀ ଜିଲ୍ଲାକୁ ୧୭୨ ଜଣ କେନ୍ଦ୍ରପଡା ଜିଲ୍ଲାକୁ ୧୪୧ ଜଣ ଜଗତସିଂହପୁର ଜିଲ୍ଲାକୁ ୧୨୪ ଜଣ ଭଦ୍ରକ ଜିଲ୍ଲାକୁ ୧୧୪ ଜଣ ଯାଜପୁର ଜିଲ୍ଲାକୁ ୧୫୬ ଜଣ ବାଲେଶ୍ୱର ଜିଲ୍ଲାକୁ ୧୬୧ ଜଣ ଅଗ୍ନିଶମ କର୍ମଚାରୀ ବିଭିନ୍ନ ସରଞ୍ଜାମ ସହ ପଠାଯାଇଥିଲା ।

{"id":181673}

ସେହିଭଳି ୬ ଜଣ ଡିଏଫ୍‌ଓଙ୍କ ନେତୃତ୍ୱରେ ୧୮ଟି ଟିମ୍‌(ପ୍ରତ୍ୟେକ ଟିମ୍‌ରେ ୧୩୨ଜଣ) ପୁରୀ , ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ପଠାଯାଇଥିଲା । ଏହି ଟିମ୍‌କୁ ପାଓ୍ୱାରବୋଟ୍‌, ପାଓ୍ୱାର ସ , ଟାଓ୍ୱାର ଲାଇଟ୍‌ , ଫାୟାର ପମ୍ପ, ଲାଇଫ୍‌ ଜ୍ୟାକେଟ୍‌ ଆଦି ବିଭିନ୍ନ ସରଞ୍ଜାମ ପ୍ରଦାନ କରାଯାଇଥିଲା ।

{"id":181674,"width":582,"height":860}


ବିଭିନ୍ନ ସ୍ଥାନରେ ଅଗ୍ନିଶମ କର୍ମଚାରୀଙ୍କୁ ତ୍ୱରିତ ପଦକ୍ଷେପକୁ ପ୍ରଶଂସା କରାଯାଇଛି । କେବଳ ସେତିକି ନୁହେଁ ବିଭିନ୍ନ ପ୍ରଭାବିତ ଗାଁରେ ଅଗ୍ନିଶମ କର୍ମଚାରୀମାନେ ରାତ୍ରୀଯାପନ କରି ସ୍ଥାନୀୟ ଲୋକଙ୍କୁ ଧର୍ଯ୍ୟ ପ୍ରଦାନ କରିବା ସହ ଆବଶ୍ୟକୀୟ ସହାୟତା ପ୍ରଦାନ କରିଥିଲେ । ଆଇଜି ଅସିତ୍‌ ପାଣିଗ୍ରାହୀଙ୍କର ତତ୍ୱାବଧାନରେ ଏହି ସବୁ କାମ କରାଯାଇଥିଲା ।

{"id":181675}

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଆଦର୍ଶ ପାଲଟିଥିବା ଓଡିଶା ଏଥର ମଧ୍ୟ ବୁଲ୍‌ବୁଲ୍‌ର ସଫଲ ମୁକାବିଲା କରି ଆଉ ଏକ ମାଇଲ ଖୁଣ୍ଟ ସ୍ଥାପନ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.