ରାଜ୍ୟରେ ଟିକାକରଣ ଏକ କୋଟି ପାର, ଶୁଭେଚ୍ଛା ଜଣାଇଲା ସ୍ବାସ୍ଥ୍ୟ ବିଭାଗ

Published By : Prameya-News7 Bureau | June 21, 2021 IST


ଭୁବନେଶ୍ବର ୨୧/ ୦୬ : ଓଡିଶାରେ ସଫଳତାର ସହ ଶେଷ ହେଲାଣି ୧ କୋଟି ଟିକାକରଣ । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି । ରାଜ୍ୟରେ ସ୍ବାସ୍ଥ୍ୟ କର୍ମୀ, ଆଗଧାଡିର କୋଭିଡ ଯୋଦ୍ଧାଙ୍କ ସମେତ ୧୮ ବର୍ଷରୁ ଉର୍ଦ୍ଧ୍ବ ପ୍ରାୟ ଏକ କୋଟିରୁ ଅଧିକ ଲୋକଙ୍କୁ ଭ୍ୟାକସିନ ଦିଆସରିଛି । ୨୦୨୧ ଜାନୁଆରୀ ୧୬ ତାରିଖରୁ ରାଜ୍ୟରେ ନିରନ୍ତର ଭାବେ ଟିକାକରଣ ଜାରି ରହିଛି ।

wp:embed {"url":"https://twitter.com/HFWOdisha/status/1406938591419256832","type":"rich","providerNameSlug":"twitter","responsive":true,"className":""}
https://twitter.com/HFWOdisha/status/1406938591419256832
/wp:embed

ସଫଳତାର ସହିତ ଓଡିଶାରେ ଟିକାକରଣ ଜାରି ରହିଥିବାରୁ କୋଭିଡ୍ ୧୯ ବିରୁଦ୍ଧରେ ନିରନ୍ତର ଲଢୁଥିବା ଆମ ସ୍ବାସ୍ଥ୍ୟ କର୍ମୀମାନଙ୍କୁ ଶୁଭେଚ୍ଛା ଜଣାଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସେପଟେ ଦେଶରେ ମଧ୍ୟ କରୋନା ଭାଇରସ ବିରୁଦ୍ଧରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଜୁନ ୨୧ ତାରିଖ, ସୋମବାରଠୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୪୭ ଲକ୍ଷରୁ ଅଧିକ ଲୋକଙ୍କ ଟିକାକରଣ କରି ଏକ ନୂତନ ରେକର୍ଡ ସୃଷ୍ଟି ହୋଇଛି। ଅପରାହ୍ନ ୩ ଟା ସୁଦ୍ଧା ଭାରତରେ ୪୭.୫ ଲକ୍ଷ ଲୋକଙ୍କୁ କରୋନା ଟିକା ଦିଆଯାଇଥିଲା, ଯାହା ଏପର୍ଯ୍ୟନ୍ତ କୌଣସି ଦିନରେ ଦିଆଯାଇଥିବା ଟିକା ସଂଖ୍ୟାଠାରୁ ଅଧିକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.